ଏହି ଆଧୁନିକ ଯୁଗର ପ୍ରେମ ଓ ପୁରାତନ ଯୁଗ ର ପ୍ରେମ ମଧ୍ୟରେ ଆକାଶ ଓ ପାତାଳ ର ଫରକ ରହିଛି । ପୂର୍ବ କାଳରେ ପ୍ରେମ ଥିଲା ଏକ ପ୍ରକାରର ପବିତ୍ର ସମ୍ପର୍କ ଯେଉଁଥିରେ ଥିଲା ସତ ଭଲ ପାଇବା , ବିଶ୍ୱାସ ଓ ପବିତ୍ରତା ତଥା ପରସ୍ପର ପ୍ରତି ସମ୍ମାନ କିନ୍ତୁ ବର୍ତ୍ତମାନର ପ୍ରେମ ରେ ରହିଛି କେବଳ ସ୍ଵାର୍ଥପରତା ,ଲୋଭ ଓ କାମନା ର ବଶବର୍ତ୍ତୀ ତଥା ଧକ୍କା ।
ତେବେ ଏବେର ଯୁବ ପିଢୀ ପ୍ରେମର ଅର୍ଥ ଶାରୀରିକ ସମ୍ବନ୍ଧ ବୋଲି ମାନେକରୁଛନ୍ତି ବୋଲି କହିଲେ କିଛି ଅତୃପ୍ତ ହେବ ନାହିଁ ।ଆଉ ସ୍ଵାର୍ଥ ସରିବା ପରେ ଭୁଲି ଯାଉଛନ୍ତି ସବୁ କିଛି। ନିଜ ଦେହ ର ଭୋକ ମେଣ୍ଟି ଯିବା ପରେ କେବଳ ରହୁଛି ପ୍ରତାରଣା ଆଉ ହତ୍ୟା ।
ତେବେ ବର୍ତ୍ତମାନ ଏହିଭଳି ଏକ ଧକ୍କା ର ସ୍ୱୀକାର ହୋଇଛନ୍ତି ଜଣେ ଯୁବତୀ ଆଉ ଶେଷ ରେ ଯେଉଁ ପ୍ରେମ କୁ ସେ ନିଜ ଜୀବନ ମାନି ଥିଲେ ସେହି ପ୍ରେମିକ ତାଙ୍କର ଜୀବନ ନେଇ ଯାଇଛି। ଆଉ ମୃତ୍ୟୁ ର ୧୦ ମାସ ପରେ ବର୍ତ୍ତମାନ ସାମ୍ନା କୁ ସବୁ ସତ ଘଟଣା। ତେବେ ଘଟଣା ଟି କିଛି ଏହିପରି ଥିଲା କି ଜଣେ ଯୁବତୀ ନିଜ ପ୍ରେମିକ ପ୍ରେମ ରେ ପଡି ଗର୍ଭବତୀ ହୋଇ ଯାଇଥିଲେ। ମାତ୍ର ପ୍ରେମିକ ଜଣଙ୍କ ତାଙ୍କୁ ଗର୍ଭପାତ କରିବା ପାଇଁ ବାଧ୍ୟ କରୁଥିଲେ ମାତ୍ର ଯୁବତୀ ଜଣଙ୍କ ଏଥିରେ ରାଜି ନହେବା ରୁ ଅତି ନିର୍ମମ ଭାବରେ ସେ ତାଙ୍କୁ ହତ୍ୟା କରିଥିଲେ।
ତେବେ ଏହି ଘଟଣା ଟି ଦେଖିବା କୁ ମିଳିଛି ନୂଆପଡା ର ରତିପାଲି ଅଞ୍ଚଳ ରେ ଯେଉଁ ଠାରେ ହିତେଶ୍ୱରୀ ନାମକ ଜଣେ ଯୁବତୀ ସେହି ଗ୍ରାମ ର ପରମାନନ୍ଦ ଙ୍କୁ ପ୍ରେମ କରୁଥିଲେ। ତେବେ ଉଭୟ ଙ୍କ ମଧ୍ୟରେ ପ୍ରେମ ସହ ଶାରୀରିକ ସମ୍ପର୍କ ମଧ୍ୟ ସ୍ଥାପନ ହେଲା ଆଉ ଏଥିରେ ଯୁବତୀ ଜଣଙ୍କ ଗର୍ଭବତୀ ହୋଇଗଲେ। ମାତ୍ର ଯେତେବେଳେ ଏହି କଥା ବିଷୟ ରେ ପରମାନନ୍ଦ ଜାଣିବାକୁ ପାଇଥିଲେ ସେତେବେଳେ ସେ ଏଥିରେ ରାଜି ହୋଇ ନଥିଲେ ଆଉ ହିତେ ଶ୍ୱରୀ ଙ୍କୁ ଗର୍ଭ ନଷ୍ଟ କରିବା ପାଇଁ କହିଥିଲେ।
ମାତ୍ର ସେ ଏଥିରେ ରାଜି ନହେବା ରୁ ତାଙ୍କୁ ଯୋଜନା କରି ଘର କୁ ଡକାଇ ନିଜ ସାଙ୍ଗ ମାନଙ୍କ ସହ ମିଶି ଅତ୍ୟନ୍ତ ନିର୍ମମ ଭାବରେ ତାଙ୍କର ହତ୍ୟା କରିଥିଲେ। ଆଉ ହତ୍ୟା ପରେ ମାଟି ତଳେ ଗାତ କରି ତାଙ୍କୁ ପୋତି ଦେଇଥିଲେ।ଯାହାକୁ ଆଜି କୁ ପ୍ରାୟ ୧୦ ମାସ ବିତିଗଲାଣି ମାତ୍ର କୁହାଯାଏ ନା ସତ କେବେ ବି ଲୁଚି ରହେ ନାହିଁ। ଠିକ ସେହିପରି ଗୋଟିଏ ସୁର ପାଇଁ ପୋଲିସ ପ୍ରେମିକ ଙ୍କୁ ଗିରଫ କରିଥିଲେ। ଆଉ ତାଙ୍କୁ ସାହାଯ୍ୟ କରିଥିବା ସାଙ୍ଗ ମାନ ଙ୍କୁ ଗିରଫ କରି ଜେଲ ରେ ରଖିଛନ୍ତି। ତେବେ ଏହା କୁ ନେକ ଚାରିଆଡେ ଚର୍ଚ୍ଚା ଚାଲିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।