Daily news update , Real odisha local news

୧୦ ମାସର ପ୍ରେମ ଭିତରେ ମୋତେ ୧୦ ଥର OYO ନେଇଛି, ଏ ନେଇ କଣ କହୁଛନ୍ତି ଏହି ଯୁବତୀ, ଦେଖନ୍ତୁ Video

0 2,752

ଏହି ଆଧୁନିକ ଯୁଗର ପ୍ରେମ ଓ ପୁରାତନ ଯୁଗ ର ପ୍ରେମ ମଧ୍ୟରେ ଆକାଶ ଓ ପାତାଳ ର ଫରକ ରହିଛି । ପୂର୍ବ କାଳରେ ପ୍ରେମ ଥିଲା ଏକ ପ୍ରକାରର ପବିତ୍ର ସମ୍ପର୍କ ଯେଉଁଥିରେ ଥିଲା ସତ ଭଲ ପାଇବା , ବିଶ୍ୱାସ ଓ ପବିତ୍ରତା ତଥା ପରସ୍ପର ପ୍ରତି ସମ୍ମାନ କିନ୍ତୁ ବର୍ତ୍ତମାନର ପ୍ରେମ ରେ ରହିଛି କେବଳ ସ୍ଵାର୍ଥପରତା ,ଲୋଭ ଓ କାମନା ର ବଶବର୍ତ୍ତୀ ତଥା ଧକ୍କା । ତେବେ ଏବେର ଯୁବ ପିଢୀ ପ୍ରେମର ଅର୍ଥ ଶାରୀରିକ ସମ୍ବନ୍ଧ ବୋଲି ମାନେକରୁଛନ୍ତି ବୋଲି କହିଲେ କିଛି ଅତୃପ୍ତ ହେବ ନାହିଁ ।ଆଉ ସ୍ଵାର୍ଥ ସରିବା ପରେ ଭୁଲି ଯାଉଛନ୍ତି ସବୁ କିଛି। ନିଜ ଦେହ ର ଭୋକ ମେଣ୍ଟି ଯିବା ପରେ କେବଳ ରହୁଛି ପ୍ରତାରଣା।

ତେବେ ଏହି ଭଳି ଧକ୍କା ର ସ୍ୱୀକାର ହୋଇଛନ୍ତି ସୋରପଡା ର ଜଣେ ଯୁବତୀ ଯିଏକି ବର୍ତ୍ତମାନ ନ୍ୟାୟ ପାଇଁ ଥାନା ରେ ଆସି ପହଁଚି ଛନ୍ତି। ତେବେ ଯୁବତୀ ଜଣଙ୍କ କହିଛନ୍ତି ଯେ, ” ଜ୍ଞାନରଞ୍ଜନ ନାମ କ ଜଣେ ଯୁବକ ଙ୍କୁ ସେ ୧୦ ମାସ ହେବ ପ୍ରେମ କରି ଆସୁଛନ୍ତି ଆଉ ଏହି ୧୦ ମାସ ରେ ପ୍ରାୟ ୧୦ ଥର OYO ରୁମ କୁ ମଧ୍ୟ ଯାଇଛନ୍ତି। ବିବାହ କରିବା ପ୍ରତିଶ୍ରୁତି ଦେଇ ନିଜେ ଦେହର ଭୋକ ମେଣ୍ଟାଇଲେ , ଝଳନା ରେ କୋର୍ଟ ରେ ବିବାହ ମଧ୍ୟ କଲେ ମାତ୍ର ବର୍ତ୍ତମାନ ସବୁକିଛି ଭୁଲିଯାଇ ମୋତେ ଧକ୍କା ଦେବା କୁ ବସିଛନ୍ତି। ବିବାହ କଥା କହିଲେ ମିଳୁଛି ପ୍ରତାରଣା”।

ତେବେ ସୂଚନା ଅନୁସାରେ , ସୋରପଡା ର ଯୁବକ ଜ୍ଞାନ ରଞ୍ଜନ ପୃଷ୍ଟି ସେହି ଅଞ୍ଚଳରେ ଜଣେ ଯୁବତୀ ଙ୍କୁ ପ୍ରେମ କରି ଆସୁଥିଲେ। ତେବେ ତାଙ୍କର ପ୍ରେମ ବିଷୟ ରେ ଯୁବକ ଙ୍କ ବାପା ମା ଓ ପରିବାର କୁ ମଧ୍ୟ ଜଣା ଥିଲା। ତେବେ ପ୍ରେମ ନାମ ରେ ୧୦ ମାସ ରେ ସେ ତାଙ୍କ ସହ ୧୦ ଥର OYO ରୁମ କୁ ମଧ୍ୟ ଯାଇଛନ୍ତି। ଖାଲି ଏତିକି ନୁହେଁ ବରଂ ସେ ଯେଉଁ ଠାରେ ରହୁଥିଲେ ଜ୍ଞାନ ରଞ୍ଜନ ସେଠାରେ ଯାଇ ତାଙ୍କ ସହ ୩-୪ ଦିନ ରହୁଥିଲେ। ଏହି ଭିତରେ ଉଭୟ ପରିବାର ଙ୍କୁ ନ ଜଣାଇ କୋର୍ଟ ରେ ବିବାହ ମଧ୍ୟ କରିଥିଲେ।

ମାତ୍ର ଯେତେବେଳେ ଯୁବତୀ ଜଣଙ୍କ ସାମାଜିକ ସ୍ୱୀକୃତି ସହ ପରିବାର ଲୋକଙ୍କ ମତ ରେ ବିବାହ କରିବା କଥା କହିଲେ। ସେତେବେଳେ ଯୁବକ ଜଣ ଙ୍କ ତାଙ୍କୁ କହିଥିଲେ କି ସେ ତାଙ୍କୁ ବିବାହ କରି ପାରିବେ ନାହିଁ କାରଣ ତାଙ୍କର ପରିବାର ଲୋକେ ତାଙ୍କୁ ଗ୍ରହଣ କରିବା ପାଇଁ ଚାଁହୁ ନାହାନ୍ତି।ତେବେ ଜ୍ଞାନ ରଞ୍ଜନ ଙ୍କ ପରିବାର ଲୋକେ କହିଛନ୍ତି କି ଝିଅ ଟିର କେରେକ୍ଟର ଭଲ ନୁହେଁ ତେଣୁ ସେମାନେ ତାଙ୍କୁ ବିବାହ କରେଇବେ ନାହଁ। ତେବେ ବର୍ତ୍ତମାନ ନ୍ୟାୟ ପାଇଁ ଯୁବତୀ ଜଣ ଙ୍କ ଥାନା ରେ ପହଁଚିଛନ୍ତି। ତେବେ ଏହି ଘଟଣା ଟି ସୋସିଆଲ ମିଡ଼ିଆ ରେ ଖୁବ ଚର୍ଚ୍ଚା ରେ ରହିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.