କଥା ରେ ଅଛି “ଯାହାକୁ ରଖିବେ ଅନନ୍ତ କେ ବା କରି ପାରିବ ତାହାର ଅନ୍ତ”।ତେବେ ବନ୍ଧୁଗଣ ଏହି ଉକ୍ତି ର ଅର୍ଥ ଏହା ହେଉଛି କି ଯେତେବେଳେ ଜଣେ ବ୍ୟକ୍ତି ଙ୍କୁ ବଞ୍ଚାଇବା କୁ ଭଗବାନ ନିଜେ ଚାହାଁନ୍ତି ସେତେବେଳେ କିଛି ବି ଘଟିଗଲେ ମଧ୍ୟ ତାଙ୍କର ମୃତ୍ୟୁ ହୋଇ ନଥାଏ।
ତେବେ ଏହି ଲୋକବାଣୀ ଟିକୁ ସତ ରେ ପ୍ରକାଶ କରି ଦେଖାଇଛନ୍ତି ପୁରୀ ଜିଲ୍ଲା ର ନିମପଡା ର କ୍ଷିତିଶ କୁମାର। ତେବେ ବିଗତ ୨୩ ବର୍ଷ ପରେ ସେ ନିଜ ପରିବାର ପାଖକୁ ଫେରି ଆସିଛନ୍ତି ଯାହାକି ନିଶ୍ଚିତ ଭାବରେ ଏକ ଚମତ୍କାରୀ ଘଟଣା ଅଟେ। ତେବେ ସମ୍ପୂର୍ଣ୍ଣ ଘଟଣା ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ।
ତେବେ ୧୯୯୯ ମସିହା ର ମହାବାତ୍ୟା ବିଷୟ ରେ କାହାକୁ ବା ଅଜଣା, ଏହା ଏକ ଅଭିଶାପ ଥିଲା ଆମ ଓଡ଼ିଶା ପାଇଁ ଯାହାକି ହଜାର ହଜାର ଲୋକ ଙ୍କ ଜୀବନ ନେଇଯାଇ ଥିଲା ଏବଂ କେତେ ଲୋକେ ନିଜ ଘର ପରିବାର ହଜେଇ ଥିଲେ। ତେବେ ଠିକ ଏହି ମହାବାତ୍ୟା ର ଦୁଇ ଦିନ ପୂର୍ବରୁ ପୁରୀ ନିମପଡା ର କ୍ଷିତିଶ ନିଜ ଭଉଣୀ ଘରକୁ ଆସିଥିଲେ ମାତ୍ର ଆଉ ସେ ଘର କୁ ଫେରି ନଥିଲେ।ସେହି ବାତ୍ୟା ରେ କିପରି ଭାବରେ ସେ ଯାଇ ପହଁଚି ଥିଲେ ଆନ୍ଦ୍ରପ୍ରଦେଶ ର ବିଶାଖାପାଟଣା ରେ।
ଏପଟେ କିନ୍ତୁ କ୍ଷିତିଶ ଙ୍କୁ ନ ପାଇ ତାଙ୍କର ପରିବାର ଲୋକେ ଭାଙ୍ଗି ପଡ଼ିଥିଲେ ଆଉ ଗତ ଦୁଇ ବର୍ଷ ତଳେ ସରକାର ଯେତେବେଳେ ଏହି ବାତ୍ୟା ରେ କ୍ଷିତିଶ ଙ୍କ ର ମୃତ୍ୟୁ ହୋଇଛି ବୋଲି ସ୍ପଷ୍ଟ କରିଥିଲେ ସେତେବେଳେ ପରିବାର ଲୋକେ ତାଙ୍କର ସୁଧି କ୍ରିୟା ମଧ୍ୟ ସମାପ୍ତ କରିଥିଲେ। କିନ୍ତୁ ଭଗବାନ ଙ୍କ ଖେଳ କିଛି ଅଲଗା ଥିଲା ୨୩ ବର୍ଷ ପରେ ପୁଣି ସେ ନିଜ ଘରକୁ ଫେରିପାରିଲେ। ତେବେ କ୍ଷିତିଶ ବିଶାଖାପାଟଣା ରେ ୧୦ ବର୍ଷ ପର୍ଯ୍ୟନ୍ତ ରାସ୍ତା କଡରେ ରହୁଥିଲେ ଆଉ ମାଗି ଖାଇ ବଞ୍ଚିଥିଲେ।
ମାତ୍ର ପରେ ତାଙ୍କୁ ଏକ ଚାରିଟି ସୋ ଲୋକେ ଦେଖିବା ପରେ ତାଙ୍କର ଚିକିତ୍ସା କରିବା ପାଇଁ ଆଣିଲେ। ତେବେ ଚିକିତ୍ସା ସମୟ ରେ କେମିତି କେଜାଣି ତାଙ୍କ ମୁଁହ ରୁ ତାଙ୍କର ଗାଁ ର ନାମ ଆସି ଯାଇଥିଲା। ତେବେ ଏହା ଜାଣିବା ପରେ କଲିକତା ଚାରିଟି ସୋ ର ଲୋକେ ତାଙ୍କୁ ବ୍ରହ୍ମପୁର ର ଏକ ଅନାଥ ଆଶ୍ରମ ରେ ରଖି ତାଙ୍କର ଚିକିତ୍ସା କରୁଥିଲେ। ତେବେ ଏହି ଖବର ଜାଣିବା ପରେ ତାଙ୍କର ପରିବାର ଲୋକେ ଯାଇ କ୍ଷିତିଶ ଙ୍କୁ ସେହି ଆଶ୍ରମ ରୁ ଘରକୁ ନେଇ ଆସିଛନ୍ତି। ବିଗତ ୨୩ ବର୍ଷ ପରେ ନିଜ ସ୍ୱାମୀ ଙ୍କୁ ଫେରିପରି ବହୁତ ଖୁସି ଅଛନ୍ତି ତାଙ୍କର ପତ୍ନୀ ଓ ପରିବାର। ତେବେ ଏହା ଭଗବାନ ଙ୍କ ର ଖେଳ ବୋଲି କହି ଭଗବାନ ଙ୍କୁ ଧନ୍ୟବାଦ ଜଣାଇଛନ୍ତି ପରିବାର ଲୋକେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।