Daily news update , Real odisha local news

୭ ବର୍ଷ ପର୍ଯ୍ୟନ୍ତ ଏକତରଫା ପ୍ରେମ କରୁଥିଲେ ମାତ୍ର ଭାଗ୍ୟ ରେ ନଥିଲା…ଏମିତି କହିଲେ ଅଭିନେତ୍ରୀ ଐଶରିୟା..

0 222

ସୋସିଆଲ ମିଡ଼ିଆ ରେ ସବୁଠାରୁ ଅଧିକ ଆକ୍ଟିଭ ରୁହନ୍ତି ସେଲିବ୍ରେଟି ତଥା କଳାକାର ମାନେ।କାରଣ ସାଧାରଣ ଲୋକ ମାନେ ଏହି ସେଲିବ୍ରେଟି ବା କଳାକାର ମାନଙ୍କ ସହ ସବୁବେଳେ ଜଡିତ ରହିଥାନ୍ତି। ଏମାନେ ତାଙ୍କର ଅଭିନୟ ଜୀବନ ସହ ବାସ୍ତବ ଜୀବନ କୁ ମଧ୍ୟ ତାଙ୍କ ର ଦର୍ଶକ ଙ୍କ ସହ ସେୟାର କରିଥାନ୍ତି।

ଲୋକ ମାନେ ମଧ୍ୟ ସେଲିବ୍ରେଟି ଙ୍କ କଳାକାର ଜୀବନ ସହ ତାଙ୍କର ବାସ୍ତବ ଜୀବନ ବିଷୟରେ ଜଣାଇବା କୁ ଇଚ୍ଛା ପ୍ରକାଶ କରିଥାନ୍ତି। ତେବେ ସେମାନେ ତାଙ୍କର ଫୋଟ , ଭିଡିଓ ତଥା ବୈବାହିକ ସମ୍ପର୍କ ଆଦି ସେୟାର କରିବା ସହ କେବେ କେବେ ଲାଇଭ ଆସି ଲୋକ ଙ୍କ ସହ ମଜା ମସ୍ତି ମଧ୍ୟ କରିଥାନ୍ତି।

ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଆମ ଓଡ଼ିଆ ଅଭିନେତ୍ରୀ ଐଶରିୟା ଙ୍କର ଏକ ଭିଡ଼ିଓ ଖୁବ ଭାଇରାଲ ହେବା ରେ ଲାଗିଛି ଯେଉଁ ଥିରେ ସେ ନିଜ ପ୍ରେମ କାହାଣୀ ବିଷୟ ରେ ଜଣେଇଛନ୍ତି ଯାହା ଜାଣିଲେ ଆପଣ ମଧ୍ୟ ଦୁଃଖିତ ହୋଇଯିବେ। ତେବେ ଅଭିନେତ୍ରୀ ଐଶରିୟା ଙ୍କୁ ଆପଣ ମାନେ ନିଶ୍ଚିତ ଭାବରେ ଜାଣିଥିବେ, ସେ ଓଡ଼ିଆ ସିରିଏଲ ରେ ଅଭିନୟ କରନ୍ତି , ତେବେ ତାଙ୍କର ଅଭିନୟ ଲୋକ ମାନଙ୍କୁ ମଧ୍ୟ ବେଶ ଭଲ ଲାଗେ। ତେବେ ସେ ତାଙ୍କର ଅଭିନୟ ସହ ତାଙ୍କର ଗୀତ , କବିତା ଏବଂଇଂରାଜୀ ଗୀତ କୁ ନେଇ ବେଶ ପରିଚିତ ଅଟନ୍ତି।

ତେବେ ତାଙ୍କୁ ଯେତେବେଳେ ସୋସିଆଲ ମିଡ଼ିଆ ରେ ତାଙ୍କର ପ୍ରେମ କାହାଣୀ ବିଷୟ ରେ ପଚରା ଯାଇଥିଲା ସେତେବେଳେ ସେ ଯେଉଁ କାହାଣୀ କହିଥିଲେ ତାହା ଅତ୍ୟନ୍ତ ଦୁଖଃ ଦାୟକ ଥିଲା।ତେବେ ସେ କହିଥିଲେ କି ସେ ତାଙ୍କର କ୍ଲାସ ୱାନ ରୁ ତାଙ୍କର ଜଣେ କ୍ଲାସମେଣ୍ଟ ଙ୍କୁ ଭଲ ପାଉଥିଲେ ଯିଏକି ତାଙ୍କ ସାଇଟ ରେ ସ୍କୁଲ ବେଳେ ବସୁଥିଲେ। ତେବେ ସେ ତାଙ୍କୁ ସେହିପରି ପ୍ରେମ କରୁଥିଲେ ଆଉ ପ୍ରଥମ ଥର ପାଇଁ ସେ ୨୦୧୦ ମସିହା ରେ ତାଙ୍କୁ ଭେଟିଥିଲେ। ମାତ୍ର ଭାଗ୍ୟ ରେ ନଥିଲେ ତେଣୁ ସେ ତାଙ୍କର ହୋଇ ପାରିଲେ ନାହିଁ। ସେ କହିଛନ୍ତି କି ସେହି ଯୁବକ ଜଣଙ୍କ ବର୍ତ୍ତମାନ ବାହାରେ ଚାକିରୀ କରୁଛନ୍ତି।

ତେବେ ସେ ଏହା ପରେ ସେ ଏକ ଇଂରାଜୀ ଗୀତ ଖୁବ ସୁନ୍ଦର ଭାବରେ ଗାଇଛନ୍ତି ଯାହା ସେ ନିଜ ପ୍ରେମିକ ପାଇଁ ଲେଖିଥିଲେ। ତେବେ ସେ କହିଛନ୍ତି କି ଏହା ପରେ ଅନେକ ଲୋକ ତାଙ୍କ ଅଭିନୟ ଜଗତ ରେ ଫ୍ଲୋଟିଂ କରିଛନ୍ତି ମାତ୍ର ପ୍ରେମ କାହାକୁ ବି ହୋଇ ନାହିଁ। ତେବେ ସେ କହିଛନ୍ତି କି ସିନେମା ଜଗତ ରେ କାଷ୍ଟିଂ କାଉଛ ରହିଛି ଏହା ସତ ମାତ୍ର ଯଦି ଆମର ଟେଲେଣ୍ଟ ଥିବ ତେବେ ଏହି ସବୁ ରୁ ଜଣେ ବଂଚି ପାରିବ। ତେବେ ବର୍ତ୍ତମାନ ସେ ନିଜ ପରିବାର ଇଚ୍ଛା ରେ ବିବାହ କରିବା ପାଇଁ ଯାଉଛନ୍ତି ବୋଲି କହିଛନ୍ତି।ତେବେ ତାଙ୍କର ଏହି ଭିଡ଼ିଓ ଟି ଖୁବ ଭାଇରାଲ ହେବା ରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.