ବନ୍ଧୁମାନେ ସ୍ଵାମୀ ସ୍ତ୍ରୀ ସମ୍ପର୍କରେ ସ୍ତ୍ରୀ ଓ ସ୍ୱାମୀ ଉଭୟ ପରସ୍ପର ର ପରିପୁରକ ଅଟନ୍ତି, ଜଣକ ବିନା ଅନ୍ୟ ଜଣକ ଜୀବନ ଦୁର୍ବିସହ ପାଲଟି ଯାଏ ।ତେବେ ବର୍ତ୍ତମାନ ସମୟରେ ସ୍ୱାମୀ ସ୍ତ୍ରୀ ସମ୍ପର୍କକୁ ନେଇ ଅନେକ ବାଦ ବିବାଦ ଦେଖିବାକୁ ମିଳୁଛି ।ବହୁତ ସମୟରେ ସ୍ୱାମୀ ସ୍ତ୍ରୀ ନିଜ ନିଜ ଜୀବନସାଥୀ ଙ୍କୁ ନେଇ ପର ପାଖରେ ନିନ୍ଦା କରୁଥିବାର ବି ଦେଖା ଯାଉଛି ।ଏସବୁ ବ୍ୟତୀତ ସ୍ୱାମୀ ଉପରକୁ ସ୍ତ୍ରୀ ମାନେ ହାତ ବି ଉଠାଉଛନ୍ତି, ହେଲେ ଏହି ସବୁ କାମ କରୁଥିବା ନାରୀ ମାନେ ସ୍ୱାମୀ ନିନ୍ଦା ଓ ସ୍ୱାମୀର ଅପମାନ କଲେ କଣ ଅପରାଧ ହୁଏ ଜାଣିଲେ ଜୀବନରେ ଏମିତି ଭୁଲ କେବେ କରିବେ ନାହିଁ ।
ତେବେ ଶାସ୍ତ୍ର ଅନୁସାରେ ବହୁତ ନୀତି ନିୟମ କୁ ଆମ ଜୀବନରେ ପାଳନ କରିବା ଦରକାର, ଯେମିତି କୋଉ ବି ବି ସମୟରେ କାହାକୁ ଅଜାଣତରେ ଗୋଡ଼ ବାଜିଗଲେ ତାଙ୍କୁ ଆମେ ବିଷ୍ଣୁ କହିଦେଇ ଜୁହାର କରୁ ।ଏମିତି କରିବା ଠିକ ଅଟେ ଏଥିରେ କୌଣସି ପାପ ହେଇ ନଥାଏ କିନ୍ତୁ ଯେତେବେଳେ ଜାଣିଶୁଣି କାହାକୁ ଗୋଇଠା ମାରିବା ତାପରେ ବିଷ୍ଣୁ କହିବା ଏହା ଠିକ ନୁହେଁ ।ଆଉ ଏମିତି କାମ କରୁଥିବା ଲୋକ ବହୁତ ବଡ଼ ପାପର ଅଧିକାରୀ ହେଇଥାନ୍ତି ।ଠିକ ସେହିପରି ସ୍ୱାମୀ ଙ୍କର ନିନ୍ଦା ପର ପାଖରେ କରୁଥିବା ନାରୀ ଜୀବନ ସବୁବେଳେ ସ୍ୱାମୀ ବିନା ଦୁଃଖରେ କଟିଥାଏ ।
ଯେତେବେଳେ କାଳିଦାସ ଙ୍କୁ ତାଙ୍କ ସ୍ତ୍ରୀ ଚତୁର୍ଥୀ ରାତିରେ ଗୋଇଠା ମାରି ଘରୁ ବାହାର କରି ଦେଇଥିଲେ ତାପରେ ମାଆ ସରସ୍ୱତୀ ଙ୍କ କୃପାରୁ କାଳିଦାସ ମହା ପଣ୍ଡିତ ହେଇଥିଲେ ।ହେଲେ ଏତେ ବଡ଼ ଜ୍ଞାନୀ ହେଲା ପରେ ବି ସେ ଯେତେବେଳେ ତାଙ୍କ ସ୍ତ୍ରୀ ଙ୍କୁ ଦେଖିବାକୁ ଆସିଥିଲେ ସେତେବେଳେ ତାଙ୍କ ସ୍ତ୍ରୀ ଙ୍କର ଅବସ୍ଥା ଖୁବ ଖରାପ ଥିଲା ।କାରଣ ତାଙ୍କ ସ୍ତ୍ରୀ ନିଜେ ସ୍ୱାମୀ ଙ୍କ ଅପମାନ ଦେଇଥିଲେ ଯେଉଁଥି ପାଇଁ ତାଙ୍କ ପାଖରେ ତାଙ୍କ ସ୍ୱାମୀ ନଥିଲେ ଯେଉଁ କଥା କେହି ବି ଜାଣି ନଥିଲେ ।ଆଉ ଏହି ଦୁଃଖରେ ସେ ନିଜେ ଭାଙ୍ଗି ପଡ଼ିଥିଲେ କିନ୍ତୁ କାଳୀ ଦାସ ସ୍ତ୍ରୀଙ୍କ ଏତେ ଧୌର୍ୟ୍ଯ ଦେଖି ତରଳି ଯାଇଥିଲେ ।
ଆଉ ପରବର୍ତ୍ତୀ ସମୟରେ କାଳୀ ଦାସ ନିଜ ସ୍ତ୍ରୀ ଙ୍କୁ କ୍ଷମା କରି ତାଙ୍କ ସହିତ ସଂସାର କରିଥିଲେ ।ତେବେ ଆଜିର ସମୟରେ ବି ନାରୀ ମାନେ ଜାଣିଶୁଣି ଭୁଲ କରୁଛନ୍ତି ସ୍ୱାମୀର ଅପମାନ କରୁଛନ୍ତି କିନ୍ତୁ ତାପରେ ବି ତାଙ୍କ ପାଖରେ ପଶ୍ଚାତାପ ଦେଖିବାକୁ ମିଳୁନାହିଁ ।ସ୍ୱାମୀ ସ୍ତ୍ରୀ ଭିତରେ ଯୋଉ ବି କଳି ଝଗଡା ହେବ ତାହା ଉଭୟଙ୍କ ଭିତରେ ରହିବା ଠିକ କିନ୍ତୁ ଏହା ବିଷୟରେ ଅନ୍ୟ କୋଉ ବ୍ୟକ୍ତି କହିବା ଅନୁଚିତ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।