Daily news update , Real odisha local news

Viral Video : ଦୁର୍ବଳ ହୃଦୟ ବ୍ୟକ୍ତି ଏହି ଭିଡ଼ିଓ କୁ ଦେଖନ୍ତୁ ନାହିଁ… ମାତ୍ର 4 ଘଣ୍ଟାରେ 86 କୋଟି ରୁ ଅଧିକ ଲୋକ ଦେଖି ସାରିଲେଣି…

0 551

ବନ୍ଧୁଗଣ ସୋସିଆଲ ମିଡ଼ିଆ ରେ ଅନେକ ପ୍ରକାରର ଘଟଣା ଦୁର୍ଘଟଣା ବିଷୟ ରେ ଆମେ ଜାଣିବାକୁ ପାଇଥାଉ , ମାତ୍ର କେବେ କେବେ ଆମ ସାମ୍ନା କୁ ଏହିପରି କିଛି ଭିଡ଼ିଓ ଆସିଯାଇ ଥାଏ ତାହାକୁ ଦେଖିଲେ ଆମକୁ ବହୁତ ଆନନ୍ଦିତ ଲାଗେ। ଆମକୁ ଏହିପରି ମଧ୍ୟ ଲାଗେ କି ସତରେ ବର୍ତ୍ତମାନ ର ଏହି ଅସାମାଜିକ ତଥା ଅମାନିବିକ ଦୁନିଆଁ ରେ ଆଜି ବି ମାନବିକତା ଜୀବିତ ରହିଛି।

ତେବେ ଏହିପରି ଏକ ଘଟଣା ଦେଖିବା କୁ ମିଳିଛି, ଯାହା ବିଷୟ ରେ ଜାଣିଲେ ଆପଣ ଚକିତ ହୋଇଯିବେ ନିଶ୍ଚିତ ,ମାତ୍ର ସେହି ପୋଲିସ ଅଫିସର ଙ୍କୁ ପ୍ରଶଂସା ନିଶ୍ଚିତ କରିବେ।

ତେବେ ଘଟଣା ଟି ହେଉଛି ବାରଣାସୀ ର ଛେତ୍ରଗଞ୍ଜ ଠାରେ ଯେଉଁ ଠାରେ ଜଣେ ମୃତ୍ୟୁ ର ପାଖାପାଖି ଥିବା ବ୍ୟକ୍ତି କୁ ନିଜ ଉପସ୍ଥିତ ଜ୍ଞାନ ବଳ ରେ ଜୀବିତ କରିବା କୁ ଚେଷ୍ଟା କରିଛନ୍ତି ଜଣେ ପୋଲିସ ଅଧିକାରୀ ।ତେବେ ଏହି ଘଟଣା କୁ ନେଇ ବର୍ତ୍ତମାନ ଚାରିଆଡେ ଖୁବ ଚର୍ଚ୍ଚା ରହିଛି। ତେବେ ସୂଚନା ଅନୁସାରେ, ବାରଣାସୀ ର ଛେତ୍ରଗଞ୍ଜ ଅଞ୍ଚଳ ରେ ଠିକା ଶ୍ରମିକ ମାନେ କାମ କରିଥିଲେ। ତେବେ କାମ କରୁଥିବା ସମୟ ରେ ହଠାତ ବାଗ ବାରିୟାର ସିଂହ ନାମକ ଜଣେ ଶ୍ରମିକ ବେହୋସ ହୋଇ ତଳେ ପଡିଗଲେ। ତେବେ ସେ ତଳେ ପଡିଯିବା ପରେ ପୁରା ନିଷଣ୍ଡ ହୋଇ ଯାଇଥିଲେ।

ସେ କିଛି କହୁ ନଥିଲେ କିମ୍ବା ତାଙ୍କର ପୁରା ଶରୀର କିଛି କାର୍ଯ୍ୟ କରୁ ନଥିଲା ଯାହାକୁ ଦେଖି ସ୍ଥାନୀୟ ଲୋକେ ବହୁତ ଭୟଭୀତ ହୋଇ ଯାଇଥିଲେ। ତେବେ ସେମାନେ କଣ କରିବେ କଣ ନାହିଁ ବୋଲି ଭାବି ପାରିଲେ ନାହିଁ ଆଉ ସଂଗେ ସଂଗେ ପୋଲିସ ଷ୍ଟେସନ କୁ କଲ କରିଥିଲେ। ତେବେ ସୂଚନା ପାଇବା ପରେ ସେଠାରେ ଦୁଇ ଜଣ ପୋଲିସ ଅଧିକାରୀ ପହଁଚି ଥିଲେ। ତେବେ ପୋଲିସ ଜଣଙ୍କ ଶ୍ରମିକ ଙ୍କ ର ପରିସ୍ଥିତି ଦେଖି କଣ କରିବେ ତାହା ଜାଣି ପାରିବେ ନାହିଁ।

ମାତ୍ର ସଂଗେ ସଂଗେ ସେ ତଳେ ପଡିଯାଇ ଥିବା ଶ୍ରମିକ ଙ୍କ ମୁଁହ ରେ ନିଜ ମୁଁହ ଲଗାଇ ତାଙ୍କୁ ଅକ୍ସୀଜେନ ଦେବା କୁ ଚେଷ୍ଟା କରିଥିଲେ। ତେବେ ଏହିପରି ଭାବରେ ସେ କିଛି ସମୟ ପର୍ଯ୍ୟନ୍ତ ଲଗାତାର ଚେଷ୍ଟା କରି ଚାଲିଥିଲେ। ମାତ୍ର ଏହା ପରେ କଣ ଘଟିଲା , ସେହି ଶ୍ରମିକ ଜଣଙ୍କ ସୁସ୍ଥ ହେଲେ କିମ୍ବା ନାହିଁ କି ତାଙ୍କ ସହ କଣ ଘଟିଲା ତାହା ବିଷୟ ରେ ଆମେ ଆପଣ ଙ୍କୁ ଜଣେଇ ପାରିବୁ ନାହିଁ। ମାତ୍ର ପୋଲିସ ଅଧିକାରୀ ଙ୍କ ର ଏହି କାର୍ଯ୍ୟ କୁ ସମସ୍ତେ ଖୁବ ପସନ୍ଦ କରିଛନ୍ତି। ତେବେ ଏହାର ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବା ରେ ଲାଗିଛି। ତେବେ ଆପଣ ମଧ୍ୟ ଏହି ଭିଡ଼ିଓ ଟିକୁ ଥରେ ନିଶ୍ଚିତ ଦେଖନ୍ତୁ , ବିଶ୍ୱାସ କରି ପାରିବେ ନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.