ବନ୍ଧୁମାନେ ଅନେକ ସମୟରେ ସୋସିଆଲ ମେଡିଆରେ ସେଲିବ୍ରେଟି ମାନଙ୍କୁ ନେଇ ଅନେକ ଖବର ଦେଖିବାକୁ ମିଳିଥାଏ ।ଆଉ ଯେତେବେଳେ ସେହି ସେଲିବ୍ରେଟି ମାନେ କିଛି ନୂଆ କାମ କରିଥାନ୍ତି ତାହାକୁ ନେଇ ସବୁଠି ଖୁବ ଚର୍ଚ୍ଚା ଚାଲିଥାଏ ।ଯେମିତି ଆଜିର ଏହି ଘଟଣା ଟି ଦେଖୁ ନାହାନ୍ତି, ଅଲିଉଡ଼ ର ହିରୋ ସିଦ୍ଧାନ୍ତ ମହାପାତ୍ର ଙ୍କର ଏକ ରାସ୍ତାର ଭିଡ଼ିଓ ଖୁବ ଭାଇରଲ ହେବାରେ ଲାଗିଛି ।ତେବେ ଭିଡ଼ିଓରେ ସିଦ୍ଧାନ୍ତ ଖୁବ ରାଗରେ ଜୋର ଜୋର କରି ଅଟକେଇବେ ଅଟକେଇବେ କହି ପାଟି କରୁଛନ୍ତି ଜଣେ ବ୍ୟକ୍ତିଙ୍କ ଉପରେ ।ହେଲେ ସିଦ୍ଧାନ୍ତ ଏତେ କାହିଁକି ରାଗିଛନ୍ତି ସେଥିପାଇଁ ପୁରା ଘଟଣା ଉପରେ ନଜର ପକାନ୍ତୁ ।
ତେବେ ସେଲିବ୍ରେଟି ମାନେ ସାଧାରଣ ଲୋକଙ୍କ ପାଇଁ ସବୁବେଳେ ବହୁତ ବଡ଼ ପ୍ରେରଣା ର ଉତ୍ସ ହେଇଥାନ୍ତି ।ସେମାନେ ଯୋଉ କାମ କଲେ ସାଧାରଣ ମଣିଷ ତାଙ୍କ ଠାରୁ ସେହି କାମକୁ ଶିଖିଥାନ୍ତି ।ତେବେ ଅଲିଉଡ଼ ହିରୋ ଓ ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର ଙ୍କୁ କିଏ ବା ନଜାଣିଛି, ଏହାଛଡା ସିଦ୍ଧାନ୍ତ ଯେତେବେଳେ ଯୋଉ ବି କାମ କରିଥାନ୍ତି ତାକୁ ତାଙ୍କ ଫେନ ମନେ ଖୁବ ଜଳଦି ଗ୍ରହଣ କରିଥାନ୍ତି ।ହେଲେ ବର୍ତ୍ତମାନ ସିଦ୍ଧାନ୍ତ ଙ୍କର ଏକ ନୂଆ ରୂପ ଦେଖିବାକୁ ମିଳିଛି ଯେଉଁଠି ସେ ରାସ୍ତାରେ ଜଣେ ବାଇକ ଆରୋହି ଙ୍କୁ ଖୁବ ଜୋରରେ ଗାଳି କରୁଛନ୍ତି ।ତେବେ ଏହା କୋଉ ସିନେମାରେ ନୁହେଁ ବରଂ ରିଏଲ ଲାଇଫ ରେ ।
ହଁ ଦର୍ଶକ ବନ୍ଧୁ ବର୍ତ୍ତମାନ ସିଦ୍ଧାନ୍ତଙ୍କୁ ଏକ ଭିଡ଼ିଓରେ ଦେଖିବାକୁ ମିଳୁଛି ଯେଉଁଥିରେ ସେ ରାସ୍ତାରେ ଜଣେ ବ୍ୟକ୍ତିଙ୍କୁ ଖୁବ ଜୋରରେ ଗାଳି କରୁଛନ୍ତି ଓ ଅଟକେଇବେ ଅଟକେଇବେ ବୋଲି କହୁଛନ୍ତି ।ତେବେ ସିଦ୍ଧାନ୍ତ ଏମିତି ରାଗିବାର କାରଣ ବି ଯୁକ୍ତିଯୁକ୍ତ ଅଟେ,କାରଣ ସିଦ୍ଧାନ୍ତ ସାଇକେଲିଂ କରିବାକୁ ପସନ୍ଦ କରନ୍ତି ।ତେଣୁ ସେଦିନ ବି ସେ ସ୍କଲି ସାଇକେଲ ଧରି ବହାରିଥିଲେ ରାସ୍ତାକୁ କିନ୍ତୁ ରାସ୍ତାର ଗୋଟିଏ ଟ୍ରାଫିକ ଛକରେ ଜଣେ ବ୍ୟକ୍ତି ଟ୍ରାଫିକ ର ବାମ ପଟରେ ବାଇକ ଧରି ଛିଡା ହେଇଥିଲେ ।ତେବେ ଟ୍ରାଫିକ ର ବାମ ପଟ ସବୁବେଳେ ଖାଲି ରହେ କାରଣ ଆମ୍ବୁଲାନ୍ସ ଓ ଜରୁରୀ କାଳୀନ ଗାଡି ମାନଙ୍କ ପାଇଁ ।
ତେବେ ସିଦ୍ଧାନ୍ତ ସେହି ବାଇକ ଚାଲାକ ଙ୍କୁ ବୁଝେଇବାକୁ ଚେଷ୍ଟା କରିଥିଲେ ବି ଡାହାଣ ପଟକୁ ଯିବା ପାଇଁ କିନ୍ତୁ ବ୍ୟକ୍ତି ଜଣକ ଡ୍ରେନ ଉପରେ ଥିବା ପ୍ଲେଟ ରେ ଛିଡା ହେଇ ଯାଇଥିଲେ ।ଆଉ ଏହା ଦେଖି ସିଦ୍ଧାନ୍ତ ସେହି ବ୍ୟକ୍ତି ଙ୍କ ଉପରେ ଖୁବ ରାଗିବା ସହିତ ତାଙ୍କର ଭୁଲ ସୁଧାରିବାକୁ କହୁଥିଲେ ।ଅନ୍ୟପଟେ ସିଦ୍ଧାନ୍ତ ଙ୍କ ଏମିତି ରାଗ ଦେଖି ଆଖପାଖ ଲୋକମାନେ ଏହି ଘଟଣାର ଭିଡ଼ିଓ କରିଥିଲେ, ଯେଉଁ ଭିଡ଼ିଓ ଏବେ ସୋସିଆଲ ମେଡିଆରେ ଭାଇରଲ ହେଉଛି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।