ଆପଣ ମାନେ ସମସ୍ତେ ଅଲିଉଡ଼ ର ଚୁଲବୁଲି ହିରୋଇନ ପ୍ରକୃତି ମିଶ୍ର ଙ୍କ ବିଷୟରେ ଖୁବ ଭଲ ଭାବରେ ଜାଣିଛନ୍ତି ।ତେବେ ଆଜିକାଲି ଆପଣ ଦେଖିବାକୁ ପାଉଥିବେ କି ସୋସିଆଲ ମେଡିଆରେ ଅନେକ ହିରୋ ହିରୋଇନ ମାନଙ୍କ ରିଏଲ ଲାଇଫ ବିଷୟରେ ଦେଖିବାକୁ ମିଳୁଛି ।
ଆଉ ବର୍ତ୍ତମାନ ପ୍ରକୃତି ମିଶ୍ର ଙ୍କ ବିଷୟରେ ଓ ତାଙ୍କ ରିଏଲ ଲାଇଫ କେମିତି ବିତେ ସେହି ବିଷୟରେ ଏକ ଭିଡ଼ିଓ ଦେଖିବାକୁ ମିଳିଛି ।ଯାହାକୁ ଦେଖିଲେ ଆପଣ ଜାଣିପାରିବେ କି ବାସ୍ତବ ଜୀବନରେ ପ୍ରକୃତି କେମିତି ଓ ତାଙ୍କ ପାଖରେ କେତେ ସମ୍ପତି ରହିଛି ।
ତେବେ ପ୍ରକୃତି ମିଶ୍ର ଖୁବ ଛୋଟ ବୟସରୁ ଅଭିନୟ ଦୁନିଆରେ ପାଦ ଥାପିଥିଲେ ଓ ନିଜର ଚୁଲବୁଲି ଅଭିନୟ ମାଧ୍ୟମରେ ଦର୍ଶକ ଙ୍କ ମନ ଜିନି ପାରିଥିଲେ ।ଏହା ବ୍ୟତୀତ ପ୍ରକୃତି ବର୍ତ୍ତମାନ ଜଣେ ଜଣାଶୁଣା ହିରୋଇନ ରୂପେ ପରିଚିତ ହେବା ସହିତ ସେ ଅନେକ ଫିଲ୍ମ ରେ କାମ କରିସାରିଲେଣି ।
ତେବେ ପ୍ରକୃତି ମିଶ୍ର ଙ୍କର ଜନ୍ମ 3 ମାର୍ଚ୍ଚ 1995 ମସିହା ଭୁବନେଶ୍ୱର ରେ ହେଇଥିଲା ।ତାଙ୍କର ବାପା ଖୁବ ପରିଚିତ ସିଙ୍ଗର ମନ୍ମଥ ମିଶ୍ର ଓ ପ୍ରକୃତି ଙ୍କର ମାଆ ଙ୍କର ନାଆ କୃଷ୍ଣରାଣୀ ମିଶ୍ର ।ପ୍ରକୃତି ଙ୍କର ଉଚ୍ଚତା 5 ଫୁଟ 8 ଇଞ୍ଚ ହେଇଥିବା ବେଳେ ତାଙ୍କର ଓଜନ 55 କେଜି, ପ୍ରକୃତି ଙ୍କର ରଙ୍ଗ ଗୋରା ଓ ଚୁଟି କଳା ଅଟେ ।
ପ୍ରକୃତି ପିଲା ଦିନରୁ ରାଜଧାନୀ ଭୁବନେଶ୍ବର ରେ ନିଜ ବାପାମାଆ ଙ୍କ ପାଖରେ ରହିବା ସହିତ ଭୁବନେଶ୍ୱର DAV ପବ୍ଲିକ ସ୍କୁଲ ରେ ପାଠ ପଡ଼ିଥିଲେ ।ଏହାପରେ ତାଙ୍କର ଗ୍ରାଜୁଏସନ ରମା ଦେବୀ କଲେଜ ରେ ପୁରା ହେଇଥିଲା ।ଏସବୁ ବ୍ୟତୀତ ପ୍ରକୃତି ହିନ୍ଦୀ, ଇଂଲିଶ ଓ ଓଡ଼ିଆ ଏହି 3ଟି ଭାଷାରେ କଥା ହେଇ ପାରନ୍ତି,
ଏହା ବ୍ୟତୀତ ସେ ଏକାସାଙ୍ଗରେ ଜଣେ ଭଲ ଆକ୍ଟର, ଡ୍ୟାନ୍ସର ହେବା ସହିତ ଭଲ ଗୀତ ବି ଗାଇ ପାରନ୍ତି ।ତେବେ ପ୍ରକୃତି ମିଶ୍ର ନିଜର ଅଭିନୟ କ୍ୟାରିଅର ଓଡ଼ିଆ ଫିଲ୍ମ ହରି ଭାଇ ହାରେନା ରୁ ଆରମ୍ଭ କରିଥିଲେ ।ସେ ନିଜର ଅଭିନୟ ର ଯାଦୁ କେବଳ ଓଲିଉଡ ଇଣ୍ଡଷ୍ଟ୍ରୀ ରେ ନୁହେଁ ବରଂ ବଲିଉଡ ରେ ବି ଦେଖିବାକୁ ମିଳିଛି ।
ତେବେ ପ୍ରକୃତି ମିଶ୍ର ଙ୍କର ଫେବୋରାଇଟ ହିରୋ ଅମ୍ଳାନ ଓ ଭେଫୋରାଇଟ ହିରୋଇନ ଅର୍ଚ୍ଚିତା ଅଟନ୍ତି ବୋଲି କହିଥିଲେ ।ତେବେ ବର୍ତ୍ତମାନ ବି ପ୍ରକୃତି ନିଜର ଅଭିନୟ କୁ ଆହୁରି ଭଲ କରି ଦେଖାଇବାରେ ଲାଗିଛନ୍ତି ଓ ଦର୍ଶକ ମଧ୍ୟ ତାଙ୍କୁ ନୂଆ ନୂଆ ରୂପରେ ଦେଖିବାକୁ ଅପେକ୍ଷା କରିଛନ୍ତି ।ତେବେ ଆପଣ ମାନଙ୍କୁ ପ୍ରକୃତି ବିଷୟରେ ଏତେ ସବୁ କଥା ଜାଣିବା ପରେ କେମିତି ଲାଗିଲା ମତାମତ ଜଣାନ୍ତୁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।