ବନ୍ଧୁମାନେ ଆଜିର ସମୟରେ ସମସ୍ତଙ୍କ ଶରୀରରେ କିଛି ନ କିଛି ସମସ୍ୟା ରହିଛି, ତେବେ ସେ ଛୋଟ ହେଉ କି ବଡ଼ ତାହାର ଚିକିତ୍ସା ନିହାତି କରିବାକୁ ପଡିଥାଏ ।ତେବେ ଆଜିର ବ୍ୟସ୍ତ ଜୀବନ ଭିତରେ ଆମେ ଆମ ଶରୀର କୁ ଏତେ ଖଟାଇ ତହୁଁ ଯେ ତାକୁ ରେଷ୍ଟ ନେବାକୁ ଦେଉ ନାହୁଁ ।ଆଉ ଏସବୁ ର ପରିଣତ ବି ଆମକୁ ଭୋଗିବାକୁ ପଡିଥାଏ ।ତେବେ ବର୍ତ୍ତମାନ ସମୟରେ ଆପଣ ଦେଖୁଥିବେ ବହୁତ ଲୋକଙ୍କ ର ଆଖି ତଳେ କଳା ଦାଗ ଦେଖା ଯାଉଛି ।ତେବେ ଏହି ଦାଗ କାହିଁକି ହୁଏ ଓ କଣ ଏହାର ସମାଧାନ ଆସନ୍ତୁ ଜାଣିବା ।
ତେବେ ଆଖି ତଳେ କଳା ଦେଖାଗଲେ ଆପଣଙ୍କ ଫେସ ଖୁବ ଅସୁନ୍ଦର ଦେଖାଯାଏ ।ଅନେକ ସମୟରେ ଆପଣ ଏହି ଦାଗ ଲୁଚାଇବାକୁ ଯାଇ ଅନେକ କିଛି ମେକଅପ ଆଦିର ସାହାରା ନେଇଥାନ୍ତି ।ତେବେ ଏହି ଦାଗ କେମିତି ନହେବ ଓ ଦାଗ ଥିଲେ ତାହା କେମିତି ମୂଳରୁ ଶେଷ ହେବ ସେ ବିଷୟରେ ଆସନ୍ତୁ ଜାଣିବା ।
ଆଖି ତଳ କଳା ପଡିଯିବାର କାରଣ:-
-ଯଦି ଆପଣ ଅଧିକ ସମୟ ଧରି ଫୋନ ବା ଲ୍ୟାପଟପ ବ୍ୟବହାର କରୁଛନ୍ତି ତେବେ ସେଥିରୁ ଆସୁଥିବା ରେଡିଏସନ ଆଖି ଉପରେ ପଡିଥାଏ ।ଆଉ ସେତେବେଳେ ଆଖି ତଳ କଳା ପଡ଼ିଯାଏ ।
-ଯଦି ଶରୀରରେ ହିମୋଗ୍ଲୋବିନ ର ମାତ୍ର କମ ରହୁଛି ତେବେ ସେତେବେଳେ ବି ଆଖିତଳ କଲା ଦେଖାଯାଏ ।
-ଆଉ ଯେତେବେଳେ ଶରୀରରେ ଭିଟାମିନ B କମ୍ପ୍ଲେକ୍ସ ର ଅଭାବ ଦେଖାଯାଏ ସେତେବେଳେ ଆଜ୍ମା ଭଳି ସମସ୍ୟା ହୁଏ ଏଥିରେ ଆଖି କୁଣ୍ଡେଇ ହେବା ସହିତ ଆଖିତଳ କଳା ପଡ଼ିଯାଏ ।
-ରାତିରେ ଅଧିକ ସମୟ ଧରି ଅନିଦ୍ରା ରହିଲେ ଓ ନିଦ ଠିକରେ ନହେଲେ ବି ଆଖିତଳ କଳା ଦେଖାଯାଏ ।
ଏହାର ଚିକିତ୍ସା:-
-ଆଖିତଳ କଳା ନପଡିବା ପାଇଁ ଆପଣ ପ୍ରଥମେ ମୋବାଇଲ ଓ ଲ୍ୟାପଟପ ର ବ୍ୟବହାର କମ କରନ୍ତୁ ନହେଲେ ପ୍ରଟେକ୍ଟିଭ ଗ୍ଲାସ ବ୍ୟବହାର କରନ୍ତୁ ମୋବାଇଲ ଓ ଲ୍ୟାପଟପ ବ୍ୟବହାର ସମୟରେ ।
-ରାତିରେ ଅନିଦ୍ରା ରୁହନ୍ତୁ ନାହିଁ, ଅଧିକ ପନିପରିବା ଓ ଫଳମୂଳ ଖାଆନ୍ତୁ ଯାହା ଦ୍ଵାରା ଆଖିତଳ କଳା ପଡ଼ି ନଥାଏ ।
-ଆଖିତଳ କଳା ଦାଗ କୁ ଦୂର କରିବା ପାଇଁ ଆପଣ ଆଖି ତଳେ ଆଳୁରସ, କାକୁଡି ବା କ୍ଷୀର ର ସର କୁ ଲଗାଇ ପାରିବେ ।
-ଏହା ସହିତ ଆପଣ କଦଳୀ ଓ ଆମଲା ଅଧିକ ଖାଇବା ଆବଶ୍ୟକ ହୋଇଥାଏ ।
-ଶାଗ ଜାତୀୟ ଖାଦ୍ୟ ଖାଇବା ସହିତ ଆବଶ୍ୟକ ମୁତାବକ ଶାନ୍ତି ନିଦ ହେଲେ ବି ଆଖି ତଳେ କଳା ଦାଗ ପଡିନଥାଏ ।
-ଏସବୁ ସମାଧାନ ପରେ ଯଦି କିଛି ସୁଧାର ଆସୁନାହିଁ ତେବେ ଡାକ୍ତର ଙ୍କ ପରାମର୍ଶ ନେବା ଉଚିତ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।