ଅଲୌକିକ କାହାଣୀ..ଏବେ ବି ଜୀବନ୍ତ ଅଛି ମା ବାଟ ଭୂଆସୁଣୀ,ସନ୍ଧ୍ୟା ହେଲେ ମନ୍ଦିର ଭିତରୁ ଆସୁଛି ଝୁଣା ଧୂଆଁ ଜାଣନ୍ତୁ ମା ଙ୍କ ମହାତ୍ମା ବିଷୟ ରେ……
ବନ୍ଧୁଗଣ ଆମ ଦେଶ ନିଜର ପାରମ୍ପରିକ ତଥା କେତେକ ଚମତ୍କାରୀ ମନ୍ଦିର କୁ ନେଇ ଗଠିତ। ଏହି ମନ୍ଦିର ମାନଙ୍କ ମଧ୍ୟରେ ରହିଛି କେତେକ ଶିବ ମନ୍ଦିର ଯାହାର ରହସ୍ୟ ଓ ଚମତ୍କାରୀତା ଆଗରେ ବିଜ୍ଞାନ ମଧ୍ୟ ହାର ମାନିଛନ୍ତି।
ତେବେ ଆମେ ଆଜି ଆପଣ ମାନଙ୍କୁ ଏହିପରି ଏକ ଚମତ୍କାରୀ ଦେବୀ ମନ୍ଦିର ବିଷୟରେ ଜଣେଇବୁ ଯିଏ କି ଭକ୍ତ ଙ୍କୁ ସବୁବେଳେ ନିଜ ପଣତ କାନି ରେ ଲୁଚେଇ ରଖିଥାନ୍ତି, ବିପଦ ପଡିଲେ ସଂଗେ ସଂଗେ ଆସି ଠିଆ ହୁଅନ୍ତି। ତେବେ ସେହି ମା ଠାକୁରାଣୀ ହେଉଛନ୍ତି ମା ବାଟ ଭୁଆସୁଣି। ତେବେ ଆସନ୍ତୁ ଜାଣିବା ମା ବାଟ ଭୁଆଶୁଣି ଙ୍କ ଅଲୌକିକ କାହାଣୀ ଏବଂ ତାଙ୍କର ମହାତ୍ମା ବିଷୟରେ।
ମା ବାଟ ଭୁଆସୁଣି ହେଉଛନ୍ତି ଜଣେ ପ୍ରତ୍ୟକ୍ଷ ଦେବୀ , ଭୁବନେଶ୍ୱର ରୁ ବ୍ରହ୍ମପୁର ଯିବା ରାସ୍ତାରେ ଜଙ୍ଗଲ ପାହାଡ଼ ପାଖରେ ଦେଖିବା କୁ ମିଳେ ମା ବାଟ ଭୁଆସୁଣି ଙ୍କ ମନ୍ଦିର। ତେବେ କୁହାଯାଏ କି ମା ହେଉଛନ୍ତି ଜଣେ ପ୍ରତ୍ୟକ୍ଷ ତଥା ଜୀବନ୍ତ ଦେବୀ ଯିଏକି ଭକ୍ତ ର ଦୁଖଃ ଦେଖି ପାରନ୍ତି ନାହିଁ ।ବିପଦ ପଡିଲେ ସଂଗେ ସଂଗେ ଆସି ଉଭା ହୋଇଥାନ୍ତି ଆଉ ଭକ୍ତ ଦୁଃଖରେ ଥିଲେ ପାଖରେ ଠିଆ ହୋଇ ମୁଣ୍ଡ ଆଉଁସି ଦିଅନ୍ତି। ଏପରି ମଧ୍ୟ କୁହାଯାଏ କି ଯେତେବେଳେ ଲୋକେ ବଡ଼ ବଡ଼ ଗାଡି , ବାସ ,ଟ୍ରକ ଆଦି ନେଇ ଯାଇଥାନ୍ତି ସେତେବେଳେ ମା ଙ୍କୁ ଦର୍ଶନ କରି ଗଲେ ସବୁକିଛି କୌଶଳ ମଙ୍ଗଳ ହୋଇଥାଏ।
ତେବେ ପୁରାଣ ପଣ୍ଡିତ ମାନଙ୍କ କହିବା ଅନୁସାରେ ବହୁତ ବର୍ଷ ପୂର୍ବରୁ ସେହି ସ୍ଥାନ ର ମୁଖିଆ ଥିଲେ ବେହେରା ବାବୁ ,ଆଉ କିଛି ଗୌଡ଼ ଲୋକେ ଗାଇ ଚରେଇବା କୁ ଆସି ସେଠାରେ ଏକ ବଡ଼ ପଥର ଉପରେ କ୍ଷୀର ଢାଳି ଦେଇ ଯାଉଥିଲେ। ତେବେ ପରେ ଗୋଟିଏ ଅନ୍ଧାର ରାତ୍ରି ଏବଂ ପ୍ରବଳ ଘଡ଼ଘଡି ବର୍ଷା ହେଇଥାଏ ଆଉ ସେହି ରାତି ରେ ମା ବେହେରା ବାବୁ ଙ୍କ ସ୍ୱପ୍ନ ରେ ଆସି କହିଥିଲେ କି ରାତି ପହିଲେ ଯେଉଁ ଠାରେ ବଡ଼ ପଣ୍ଡା ଶୋଇଥିବ ସେହି ଠାରେ ମୋର ମନ୍ଦିର ତିଆରି କରିବୁ ବୋଲି। ଆଉ ରାତି ପାହିଲେ ଦେଖା ଗଲା କି ବଡ଼ ପଣ୍ଡା ଏକ ଗଛ ମୂଳ ରେ ଶୋଇଛନ୍ତି ।।
ଆଉ ମା ଙ୍କ ଆଦେଶ ଅନୁସାରେ ସେହି ଗଛ ମୂଳ ରେ ମା ଙ୍କ ମନ୍ଦିର ସ୍ଥାପନ କରାଗଲା। ଏହି ମନ୍ଦିର ରେ ରହିଛନ୍ତି ଦୁଇ ଭଉଣୀ ଜଣେ ବନ ଦୁର୍ଗା ଏବଂ ଦ୍ୱିତୀତ ଜଣଙ୍କ ହେଉଛନ୍ତି ମା ବାଟ ଭୁଆସୁଣି।ତେବେ ମନ୍ଦିର ର ପୂଜାରୀ ମାନେ କହନ୍ତି କି ମା ଜୀବନ୍ତ ଅଟନ୍ତି ତାଙ୍କୁ ଭକ୍ତି ରେ ଡାକିଲେ ଆଃ ବୋଲି ଶୁଣନ୍ତି ଆଉ ଭକ୍ତ ଙ୍କ ଦୁଖଃ ହରଣ କରନ୍ତି। ଏହି ମନ୍ଦିର କୁ ଦର୍ଶନ କରିବା ପାଇଁ ହଜାର ହଜାର ଭକ୍ତ ଙ୍କ ଭିଡ଼ ଲାଗିଥାଏ। ତେବେ ବନ୍ଧୁଗଣ ଆପଣ ମାନେ ମଧ୍ୟ ଏହି ମନ୍ଦିର କୁ ଥରେ ଦର୍ଶନ କରିବା ପାଇଁ ନିଶ୍ଚିତ ଆସନ୍ତୁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।