ବନ୍ଧୁମାନେ ସେଲିବ୍ରେଟି ମାନଙ୍କ ଦୁନିଆ ଆଉ ତାଙ୍କ ଜୀବନ ଆମ ସାଧାରଣ ଲୋକ ଜୀବନ ଠାରୁ ଖୁବ ଅଲଗା ।ସେଲିବ୍ରେଟି ଙ୍କ ଜୀବନରେ ଘଟୁଥିବା ଛୋଟ ଛୋଟ ଘଟଣା ବି ବହୁତ ବଡ଼ ବଡ଼ ଚର୍ଚ୍ଚାର ବିଷୟ ପାଲଟି ଯାଏ ।
ତେବେ ଦେଖୁ ନାହାଁନ୍ତି ଅଲିଉଡ଼ ହିରୋ ଅନୁଭବ ମହାନ୍ତି କାଲି ତାଙ୍କ ଜନ୍ମ ଦିନରେ ନିଜ ବିବାହ ଓ ପ୍ରକୃତ ଜନ୍ମଦିନ କଥା କହିଥିଲେ ତାହା ଉପରେ କିଛି ଏମିତି କହିଛନ୍ତି ରାଣୀ ପଣ୍ଡା ।ତେବେ ରାଣୀ ପଣ୍ଡା ଏକ ଭିଡ଼ିଓ ରେ କହିଛନ୍ତି କି “ଅନୁଭବ ତମର ଯୋଉ ଦିନ ଡିଭର୍ସ ହେବ ପ୍ଲିଜ ସେଦିନ ମୋତେ ବାହା ହେଇଯିବ, ମୁଁ ତମ ଜନ୍ମଦିନ ପାଳିବି” ।
ତେବେ ବର୍ତ୍ତମାନ ଲଗାତାର ଅଲିଉଡ଼ ହିରୋ ଓ ସଂସାଦ ଅନୁଭବ ମହାନ୍ତି ଙ୍କୁ ନେଇ ଖୁବ ଆଲୋଚନା ହେଉଛି ସୋସିଆଲ ମେଡିଆରେ ।କେତେବେଳେ ତାଙ୍କର ମିଛ ବିବାହ କଥା ଆଲୋଚନା ହେଲାଣି ତ ପୁଣି କେତେବେଳେ ତାଙ୍କ ଡିଭର୍ସ କଥା ଆଲୋଚନା ହେଲାଣି ।ତେବେ ନିକଟରେ ଅନୁଭବ ଙ୍କ ଜନ୍ମ ଦିନ ଯାଇଛି ଆଉ ତାଙ୍କ ଜନ୍ମଦିନ ରେ ସେ କହିଥିଲେ କି ମୋର ପ୍ରକୃତ ଜନ୍ମ ଦିନ ସେହି ଦିନ ହେବ ଯେଉଁ ଦିନ ମୋର ଡିଭର୍ସ ହେବ ।ଆଉ ଆଜି ଅନୁଭବ ଙ୍କର ଏହି କଥାର ଉତ୍ତରରେ ଜଲିଉଡ଼ କୁଇନ ରାଣୀ ପଣ୍ଡା ତାଙ୍କ ଆଗରେ ବିବାହ ପ୍ରସ୍ତାବ ରଖିଛନ୍ତି ।
ବନ୍ଧୁମାନେ ଆପଣ ରାଣୀ ଙ୍କର ଏହି ଭିଡ଼ିଓ ରେ ଦେଖି ପାରୁଥିବେ, ସେ କହୁଛନ୍ତି କି, ଅନୁଭବ କାଲି ତମ ଜନ୍ମ ଦିନ ଥିଲା ମୁଁ ଜାଣି ନଥିଲେ ତେଣୁ ତମକୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି ।ସେ ସବୁବେଳେ ଖୁସିରେ ରୁହନ୍ତୁ ଆଉ ତାଙ୍କ ଭବିଷ୍ୟତ ଉଜ୍ଜ୍ବଳ ହେଉ ।ତେବେ ତମ ଭିଡ଼ିଓରେ ଦେଖିଲି ଆଉ ଗୋଟିଏ କଥା କହିବି ପ୍ଲିଜ ଖରାପ ଭାବିବ ନାହିଁ, ତେଣିକି ଯୋଉ ଦିନ ତମର ଡିଭର୍ସ ହେବ ସେଦିନ ପ୍ଲିଜ ମୋତେ ମ୍ୟାରେଜ କରିନେବ ।ତାପରେ ମୁଁ ତମ ଜନ୍ମଦିନ ଖୁବ ଧୁମଧାମ ରେ ପାଳନ କରିବି ।
ତେବେ ଏହି ଭିଡ଼ିଓରେ ରାଣୀ ଅନୁଭବ ଙ୍କୁ ତାଙ୍କର ଜନ୍ମ ଶୁଭେଚ୍ଛା ଜଣେଇ ଥିଲେ ବି ଏମିତି ଅନୁଭବ ଙ୍କୁ ବିବାହ କରିବାକୁ କହୁଥିବାରୁ ଭିଡ଼ିଓ ଟି ଖୁବ ଭାଇରଲ ହେବାରେ ଲାଗୁଚି ।ବହୁତ ଦିନ ଧରି ଅନୁଭବ ଙ୍କ ବିବାହ ବିଛେଦ କୁ ଅନେକ ଘଟଣା ସାମ୍ନାକୁ ଆସୁଛି ତେବେ ଆଜି ଯାଏ ବି ଏହି ଘଟଣାର କିଛି ଚୂଡାନ୍ତ ନିଷ୍ପତ୍ତି ହେଇ ପାରୁନାହିଁ ।ତେବେ ଜନ୍ମ ଦିନରେ ଅନୁଭବ କଥା ଶୁଣି ରାଣୀଙ୍କର ଏମିତି କହିବା ସ୍ୱାଭାବିକ ଅଟେ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।