ବନ୍ଧୁଗଣ ଆମେ ଯେତେ ଅତ୍ୟାଧୁନିକତା ର ଶୀର୍ଷରେ ପାଦ ଦେଲେ ମଧ୍ୟ ଆମର ଶାସ୍ତ୍ର , ପୁରାଣ ଓ ସଂସ୍କୃତି କୁ କେବେବି ଭୁଲିପାରିବା ନାହିଁ। କାରଣ ଏହା ଆମ ଜୀବନ ରେ ଅନେକ ସମସ୍ୟା ର ସମାଧାନ କରିବା ସହ ଆମକୁ ଧନ ସମ୍ପତ୍ତି ପ୍ରାପ୍ତ କରିବାରେ ସାହାଯ୍ୟ କରିଥାଏ।
ତେବେ ଏହି ଦୀପାବଳୀ ଉପଲକ୍ଷେ ଆମେ ଆପଣଙ୍କୁ ଏପରି କିଛି ଗୁପ୍ତ ତଥ୍ୟ ଜଣେଇବାକୁ ଯାଉଛୁ ଯାହା ଜାଣିବା ପରେ ଆପଣ ମଧ୍ୟ ଘରେ ମାତା ଲକ୍ଷ୍ମୀ ଙ୍କର ଆଗମନ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେବେ।ତେବେ ତାହା ହେଉଛି ଧନତେରସ ପର୍ବ, ଆସନ୍ତୁ ଜାଣିବା ଏହା କଣ ଅଟେ ।
ବନ୍ଧୁଗଣ ଧନତେରସ ପର୍ବ ହେଉଛି ଏକ ଓଡ଼ିଶାର ସଂସ୍କୃତି ଯାହାକି ଦୀପାବଳୀ ର ଦୁଇ ଦିନ ପୂର୍ବରୁ ପାଳନ କରାଯାଏ। ଏହି ପର୍ବରେ ମାତା ଲକ୍ଷ୍ମୀ ଓ ଭଗବାନ ଗଣେଶ ଙ୍କର ପୂଜାର୍ଚ୍ଚନା କରାଯାଏ। ଏବଂ ଏହି ଦିନ ଧନର ଦେବୀ ଲକ୍ଷ୍ମୀ ଓ ଜ୍ଞାନ ର ଦେବତା ଗଣେଶ ଙ୍କୁ ପୂଜା ସହ ଘରକୁ ଏହି ୮ ଟି ଜିନିଷ ଆଣିଲେ ଘରେ ଧନ ସମ୍ପତ୍ତି ପ୍ରାପ୍ତ ହୋଇଥାଏ। ଏବଂ ଆପଣଙ୍କ ର ସମସ୍ତ ପ୍ରକାରର ଆର୍ଥିକ, ପାରିବାରିକ ସମସ୍ୟା ମଧ୍ୟ ଦୂର ହୋଇଯିବ। ତେବେ ଆସନ୍ତୁ ଜାଣିବା ସେହି ଆଠ ଟି ଜିନିଷ କଣ ବୋଲି।
୧.ମାତା ଲକ୍ଷ୍ମୀ ଓ ପ୍ରଭୁ ଗଣେଶ ଙ୍କର ମୂର୍ତ୍ତି:-
ଧନତେରସ ବ୍ରତ ଧନର ଦେବୀ ଲକ୍ଷ୍ମୀ ଓ ଜ୍ଞାନ ର ଦେବତା ଗଣେଶ ଙ୍କୁ ଆରାଧନା କରାଯାଏ। ତେଣୁ ଏହି ଦିନ ରେ ଲକ୍ଷ୍ମୀ ଓ ଗଣେଷ ଙ୍କର ମୂର୍ତ୍ତି ଘରକୁ ଆଣିଲେ ବହୁତ ଶୁଭ ହୋଇଥାଏ ଏବଂ ଘରେ ଧନ ର ବର୍ଷା ହୋଇଥାଏ।
୨.ତମ୍ବା ପାତ୍ର:-
କୁହାଯାଏ କି ଧନତେରସ ପୂଜା ଦିନ ଘରକୁ କୌଣସି ତମ୍ବା ପାତ୍ର କିଣି ଆଣିବା ଦ୍ବାରା ମାତା ଲକ୍ଷ୍ମୀ ପ୍ରଶଂନ ହୋଇଥାନ୍ତି ଏବଂ ତାଙ୍କର କୃପା ଦୃଷ୍ଟି ପରିବାର ଉପରେ ରହିଥାଏ।
୩.ଝାଡୁ:-
ଧନତେରସ ପୂଜା ଦିନ ତଥା ଦୀପାବଳୀ ର ଦୁଇ ଦିନ ପୂର୍ବରୁ ନିଜ ଘର କୁ ଏକ ନୂଆ ଝାଡୁ ଆଣିବା ଶୁଭ ହୋଇଥାଏ ମାତ୍ର ମନେ ରଖିବେ କି ଏହାକୁ ଦୀପାବଳୀ ପୂର୍ବରୁ ବ୍ୟବହାର କରିବେ ନାହିଁ ବୋଲି।
୪.କଉଡି:-
କଉଡି କୁ ସାଧାରଣ ଭାବରେ ଟଙ୍କା ର ଅନ୍ୟ ଏକ ରୂପ ବୋଲି ଆମ ଶାସ୍ତ୍ର ରେ ଲେଖାଯାଇଚି। ତେଣୁ ଦୀପାବଳୀ ପୂର୍ବରୁ ଏହା କୁ ବଜାର ରୁ ଆଣି ପୂଜା ଘରେ ରଖିବା ଶୁଭ ହୋଇଥାଏ।
୫.ଚାନ୍ଦି:-
ଏହି ଧନତେରସ ଦିନ ଆପଣ କିଛି ନା କିଛି ଚାନ୍ଦି ବା ରୁପା ର ଜିନିଷ ଘରକୁ ଅଣନ୍ତୁ ଏହା ବହୁତ ଶୁଭ ହୋଇଥାଏ।
୬.ଧନିଆ ମଞ୍ଜି:-
ଏହି ଦିନ ବଜାର ରୁ ଧନିଆ ମଞ୍ଜି ଘର କୁ ଆଣନ୍ତୁ ଏବଂ ଏହାର ପୂଜା କରି ଘରର ସମସ୍ତ ରୁମ ମଧ୍ୟରେ ପକାଇ ଦିଅନ୍ତୁ। ଘରେ ଥିବା ନାକରତ୍ମକ ଶକ୍ତି ଦୁରେଇ ଯିବ ।
୭.ଲୁଣ:-
ଶାସ୍ତ୍ର ଅନୁସାରେ ଏହି ଦିନ ଘରକୁ ଖାଦ୍ୟ ରେ ବ୍ୟବହୃତ ଲୁଣ ଆଣିବା ବହୁତ ଶୁଭ ହୋଇଥାଏ। ଏହା ଦ୍ଵାରା ଘରେ ଧନ ମାନ ପ୍ରାପ୍ତ ହୋଇଥାଏ।
୮.ଶଙ୍ଖ:-
ଏହି ଦିନରେ ଘର କୁ ଶଙ୍ଖ ଆଣିବା ମଧ୍ୟ ବହୁତ ଶୁଭ ଓ ଲାଭ ଦାୟକ ହୋଇଥାଏ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।