ବନ୍ଧୁମାନେ ପ୍ରତ୍ୟେକ ମଣିଷ ଜୀବନରେ କିଛି କିଛି ରହିଥାଏ ଯାହା ବିଷୟରେ ପୂର୍ବରୁ ଗୁଣୀ ବ୍ୟକ୍ତି ମାନେ ଆଲୋଚନା କରି ଆସିଛନ୍ତି ।ତେବେ ଜୀବନରେ ସଫଳ ହେବାକୁ ହେଲେ ସେହି ଗୁଣି ବ୍ୟକୟୀ ମାନଙ୍କ ର କଥାକୁ ଆଶ୍ରୟ ନେବାକୁ ପଡିଥାଏ ।
ଆପଣ ମାନେ ଅର୍ଥଶାସ୍ତ୍ର ର ରଚୟତା ଚାଣକ୍ୟ ଙ୍କୁ ସହିତ ବେଶ ପରିଚିତ ଅଟନ୍ତି ।ତେବେ ସେହି ଚାଣକ୍ୟ କିଛି ନୀତି ବିଷୟରେ ଆଲୋଚନା କରି ଯାଇଛନ୍ତି ଯାହାକୁ ଆଜିର ମଣିଷ ନିହାତି ମାନିବା ଉଚିତ ।ଆଉ ଆଜି ଆମେ ଚାଣକ୍ୟ କହିଥିବା କିଛି ମୁଖ୍ୟ କଥା ଯାହାକୁ ମଣିଷ କରିବା ଅନୁଚିତ ସେହି ବିଷୟରେ ଆଲୋଚନା କରିବା ।
-ତେବେ ଚାଣକ୍ୟ ଙ୍କର ନୀତି ଅନୁସାରେ ମଣିଷ ଏଣ୍ଡୁଅ ପ୍ରି ରୂପ ପରିବର୍ତ୍ତନ କରିଥାଏ,ଆଉ ଅନ୍ଧ ବ୍ୟକ୍ତି ଯିଏ ଜନ୍ମରୁ ଅନ୍ଧ ହେଇଥାଏ ସେହି ବ୍ୟକ୍ତି ଯେତେ ନିଜର ହେଲେ ବି ସେ କେତେବେଳେ ବି ଶତ୍ରୁ ହେଇପାରେ ।ତେବେ ଆପଣ ନିଜ ଜୀବନର ଥିବା କିଛି ଗୁଡ଼ କଥା କୁ କେବେ କାହା ସମ୍ମୁଖରେ ପ୍ରକାଶ କରନ୍ତୁ ନାହିଁ ।ସେହି ବ୍ୟକ୍ତି ଯେତେ ଘନିଷ୍ଠ ବା ବିଶ୍ୱସ୍ତ ହେଲେ ବି ସମୟ ଆସିଲେ ସେ ଆପଣ ଗୋପନ କଥା କୁ ଦୁନିଆ ଆଗରେ ପ୍ରକାଶ କରିଥାଏ ।ଆଉ ଏମିତି ହେଲେ ଆପଣ ଜୀବନରେ କେବେ ଉନ୍ନତି କରି ପାରନ୍ତି ନାହିଁ ।
-ଏହି ଦୁନିଆରେ କିଛି ଏମିତି ଲୋକ ଅଛନ୍ତି ଯେଉଁମାନେ ନିଜେ ଉନ୍ନତି କରିପାରନ୍ତି ନାହିଁ ଆଉ ସେହି ଜାଗାରେ ଅନ୍ୟ କେହି ସଫଳ ଓ ଉନ୍ନତି କଲେ ତାକୁ ସହି ପାରନ୍ତିନାହିଁ ।ଏହି ବ୍ୟକ୍ତି ମାନଙ୍କ ଭିତରେ ଏତେ ଇର୍ଷା ରହିଥାଏ କି ସେ ସବୁବେଳେ ପର ନିନ୍ଦା ପର ଅପବାଦ କରିଥାଏ ।ଆଉ ଜୀବନରେ ଏହି ପରି ଲୋକ ମାନଙ୍କ ଠାରୁ ଦୂରେଇ ରହିବା ଉଚିତ କାରଣ ସେମାନେ ଆପଣଂକୁ ତଳକୁ କରିବା ପାଇଁ କିଛି ବି କରିପାରନ୍ତି ।
-ଜୀବନରେ ଭୁଲରେ ବି କାହାକୁ ବିଶ୍ୱାସ କରି ନିଜର ଗୋପନ କଥାକୁ ଜଣାନ୍ତୁ ନାହିଁ ।କାରଣ ରାମାୟଣ ରେ ଦେଖିଥିବେ ବିବିଷଣ ପରି ଭାଇ ରାବଣ ମୃତ୍ୟୁ ର ରହସ୍ୟ ରାମଙ୍କ ଆଗରେ କହିବାରୁ ରାବଣ ର ମୃତ୍ୟୁ ଘଟିଲା ।ତେଣୁ ଆପଣ ଯାହାକୁ ବି ନିଜର ଅତି ପ୍ରିୟ କହୁଛନ୍ତି ତାଙ୍କୁ ଯଦି ସବୁ କଥା କହିଦେବେ ତାହେଲେ ସମୟ ଆସିଲେ ସେହି ବ୍ୟକ୍ତି ବି ନିଜ ରଙ୍ଗ ବଦଳେଇ ଦେବ ।
ତେବେ ବନ୍ଧୁମାନେ ଜୀବନରେ ଏହି କେତୋଟି କଥା ନିହାତି ମାନନ୍ତୁ, ଯାହା ଆପଣଙ୍କୁ ସଫଳତା ଆଡ଼କୁ ନେଇଯିବ ।ମଣିଷ ର ବଡ଼ ଶତ୍ରୁ ନିଜେ ମଣିଷ,ତେଣୁ ସେହି ମଣିଷ କୁ କେବେ ଆଖି ବନ୍ଦ କରି ଭରଷା କରିବା ଅନୁଚିତ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।