Daily news update , Real odisha local news

“ଏତେ ଦିନ ପରେ ଆଜି ମୁଁ ବହୁତ ଖୁସି, କାରଣ ଆଜି ଦିନେଶ ମତେ ନେଇ…’ Deepika

0 49,069

“ବହୁତ ଦିନ ପରେ ମୁଁ ଆଜି ବହୁତ ଖୁସି ଅଛି, ମୋର ମହିଳା କମିଶନର ଙ୍କ ସହ କଥାବାର୍ତ୍ତା ହୋଇଛି ଆଉ ଯାହା ସେ ସିଦ୍ଧାନ୍ତ ଦେଇଛନ୍ତି ତାହାକୁ ନେଇ ମୁଁ ଖୁସି ଅଛି ମଧ୍ୟ। ଆଉ ଯାହା ସବୁ ହବ ତାହା ଦିନେଶ ଆସିବା ପରେ ଆମର କଉସିଂ ହେବା ପରେ ଜଣା ପଡିବ। କିନ୍ତୁ ମୋ ସ୍ୱାମୀ ଏ ପର୍ଯ୍ୟନ୍ତ ଆସି ନାହାନ୍ତି ମୁଁ ଏଠାରୁ ଉଠିବି ନାହିଁ”।

ବନ୍ଧୁଗଣ ଏହା କହିଛନ୍ତି ବ୍ରହ୍ମପୁର ରେ ଧାରଣା ରେ ବସିଥିବା ଯୁବତୀ ଦୀପିକା। ତେବେ ବର୍ତ୍ତମାନ ର ସୂଚନା ଅନୁସାରେ , ଦିନେଶ ଓ ଦୀପିକା ଙ୍କ ମଧ୍ୟରେ ଥିବା ସମସ୍ୟା ଧୀରେ ଧୀରେ ସମାପ୍ତ ହେବା କୁ ଯାଉଛି ବୋଲି। ତେବେ ଆସନ୍ତୁ ଜାଣିବା ସମ୍ପୁର୍ଣ୍ଣ ଘଟଣା ବିଷୟ ରେ।

ତେବେ ବନ୍ଧୁଗଣ ଆପଣ ମାନେ ବ୍ରହ୍ମପୁର ର ଦୀପିକା ଓ ଦିନେଶ ଙ୍କ ର ବିବାହ ର ବିବାଦ ମାମଲା ବିଷୟ ରେ ବେଶ ଭଲ ଭାବରେ ଜାଣିଥିବେ। ତେବେ ଦୀପିକା ଆଉ ଜଣେ ତପସ୍ୱୀନି ସାଜିଛନ୍ତି ଆଉ ନଖାଇ ନପିଇ ଆଜକୁ ଚାରି ଦିନ ହେବ ନିଜ ସ୍ୱାମୀ ଓ ଶାଶୂ ଶଶୁର ଙ୍କ ଘର ଆଗରେ ଧାରଣା ରେ ବସିଛନ୍ତି। ତେବେ ସେ ଏକା ନାହାନ୍ତି ବରଂ ତାଙ୍କ ସହ ରହିଛି ୧୮ ମାସର କୁନି ପୁଅ ଟିଏ। ତେବେ ଘଟଣା ଟି କିଛି ଏହିପରି ଥିଲା କି ଦିନେଶ ଓ ଦୀପିକା ପରସ୍ପର କୁ ଭଲପାଇ ଥିଲେ ମାତ୍ର ଦୀପିକା ଙ୍କୁ ଗର୍ଭବତୀ କରାଇ ଦିନେଶ ତାଙ୍କୁ ଧକ୍କା ଦେଇଥିଲେ।

ତେବେ କିନ୍ତୁ ଦୀପିକା ଏହାକୁ ନେଇ ହାର ମାନି ନଥିଲେ ନିଜ ଛୁଆ ର ହକ ପାଇଁ ବର୍ତ୍ତମାନ ସେ ଦିନେଶ ଙ୍କ ଘର ଆଗରେ ଆସି ଧାରଣା ରେ ବସିଛନ୍ତି। ଧୀରେ ଧୀରେ ସମୟ ର ଗତି ସହ ତାଙ୍କର ମାମଲା ମଧ୍ୟ ଜଟିଳ ହେବାକୁ ଯାଉଛି।ତେବେ ବର୍ତ୍ତମାନ କିନ୍ତୁ ଦୀପିକା କହିଛନ୍ତି କି ସେ ଖୁସି ଅଛନ୍ତି ବୋଲି। ଆଉ ସେ କହିଛନ୍ତି କି ମହିଳା କମିଶନର ଯାହା ତାଙ୍କୁ କହିଛନ୍ତି ସେଥି ରେ ସେ ଖୁସି ଅଛନ୍ତି ବୋଲି ଆଉ ତାଙ୍କର ନିଷ୍ପତ୍ତି ରେ ସେ ଏକମତ ଦେଇଛନ୍ତି ବୋଲି।

ତେବେ ତାଙ୍କୁ ଯେତେବେଳେ ପଚରା ହୋଇଥିଲା କି ସେ ଯଦି ନିଷ୍ପତ୍ତି ରେ ଖୁସି ଅଛନ୍ତି ତେବେ ଆଉ କାହିଁକି ଧାରଣା ରେ ବସିଛନ୍ତି ବୋଲି। ତେବେ ଦୀପିକା କହିଥିଲେ କି ମୋ ସ୍ୱାମୀ ଏ ପର୍ଯ୍ୟନ୍ତ ଆସି ନାହାନ୍ତି , ଆଗକୁ ଥିବା ଡେଟ ରେ ଦିନେଶ ଆସିବା ପରେ ତାଙ୍କର କଉସିଂ ପରେ ଯାହା ହେବ ।ଯେତେବେଳେ ଯାଏଁ ସେ ଆସି ନାହାନ୍ତି ତାଙ୍କର ଲଢେଇ ଏହିପରି ରହିବ। ତେବେ ଏହାକୁ ଦେଖିଲେ ଆପଣ ଅନୁମାନ କରି ପାରିବେ କି ଦୀପିକା ଓ ଦିନେଶ ଙ୍କ ବିବାଦ ଖୁବ ଶୀଘ୍ର ସମାପ୍ତ ହେବାକୁ ଯାଉଛି ଏବଂ ନିଶ୍ଚିତ ଭାବରେ ଦୀପିକା ଓ ତାଙ୍କର ପୁଅ କୁ ନ୍ୟାୟ ମିଳିବ ବୋଲି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.