ଏଥର କାର୍ତିକ ପୁର୍ଣିମା ଦିନ ରହୁଛି “Chandra Grahan” ଚନ୍ଦ୍ରଗ୍ରହଣ,ଜାଣିରଖନ୍ତୁ କେଉଁଦିନ ହେବ ଡଙ୍ଗାଭସା (Dangabhaasa),ସଠିକ ସମୟ ଜାଣିଲେ ଆପଣ ହେବେ ବଡ ଲାଭବାନ…
ବନ୍ଧୁମାନେ ଆପଣ ସମସ୍ତେ ଜାଣିଛନ୍ତି ନଭେମ୍ବର 8, 2022 ମଙ୍ଗଳବାର ଦିନ ହେବାକୁ ଯାଉଛି ବହୁତ ବଡ଼ ଚନ୍ଦ୍ର ଗ୍ରହଣ ।ତେବେ ସେହିଦିନ କାର୍ତ୍ତିକ ପୂର୍ଣ୍ଣିମା ପଡୁଛି, ତେଣୁ ଗ୍ରହଣ ହେଉଥିବାରୁ ଏହି ଦିନ ଅନେକ କାର୍ଯ୍ୟ କରିବା ନିଷେଧ କରାଯାଇଛି ।ତେବେ ଦେବ କାର୍ଯ୍ୟ ଓ ରୀତି ନୀତି କେମିତି କରିବେ ତା ଛଡା କାର୍ତ୍ତିକ ପୂର୍ଣ୍ଣିମା ରେ ଡ଼ଙ୍ଗା
କେତେବେଳେ ଭଷାଇବେ ତାହା କେହି ବି ଜାଣି ପାରୁ ନାହାନ୍ତି ।ତେବେ ଆଜି ଆମେ ଆପଣଙ୍କ ପାଇଁ ସ୍ନମ୍ପୁର୍ଣ୍ଣ ସୂଚନା ନେଇ ଆସିଛୁ କେଉଁ ସମୟରେ କଣ କରିବେ ଯାହା ଦ୍ୱାରା ଚନ୍ଦ୍ର ଗ୍ରହଣ ର ପ୍ରଭାବ ପଡିବ ନାହିଁ ।
ତେବେ ଏହି ଗ୍ରହଣ 8 ତାରିଖ ମଙ୍ଗଳବାର ଦିନ 2. 36 ମିନିଟ 15 ସେକେଣ୍ଡ ରେ ଆରମ୍ଭ ହେବ ଆଉ ସରିବା ସମୟ ହେଉଛି ସନ୍ଧ୍ୟା 6.16 ମିନିଟ 47 ସେକେଣ୍ଡ ରେ ।ଆଉ ସେହି ଅନୁସାରେ ଆପଣ ସମସ୍ତେ ଭୋର 5 ଟା ବାଜି 45 ମିନିଟ 53 ସେକେଣ୍ଡ ପାକ ତ୍ୟାଗ କରିବେ। ସନ୍ଧ୍ୟା 6 ଟା 16 ମିନିଟ 47 ସେକେଣ୍ଡରେ ଗ୍ରହଣର ହେବ ସର୍ବ ମୋକ୍ଷ କରୁଥିବାରୁ ସେଥିପାଇଁ ଭୋର 5 ଟା 45 ପୂର୍ବରୁ ଡଙ୍ଗା ଭସା କାର୍ଯ୍ୟ କରିବା ଉଚିତ ହେବ ।ଏହା ଛଡା ଜଗନ୍ନାଥ ଙ୍କର ସ୍ୱତନ୍ତ୍ର ରୀତି ନୀତି ମଧ୍ୟ ଗ୍ରହଣ ଲାଗିବା ପୂର୍ବରୁ ସମ୍ପନ୍ନ କରାଯିବ ।
ତେବେ ଯେମିତି 8 ତାରିଖ ମଧ୍ୟରାତ୍ର 12 ଟାରେ ଦ୍ଵାର ଫିଟା ନୀତି ହେବ ।ଆଉ ପରେ ମଙ୍ଗଳ ଆଳତୀ, ମୈଲମ ଆଉ ଅବକାଶରେ ପୂଜା ହେବ ଶ୍ରୀ ଜୀଉ ଙ୍କର ।
ଏହାପରେ ଯାହା ନୀତି କାର୍ଯ୍ୟ ରହିଛି ଯେପରି ସୁନାବେଶ ପରେ ପରେ ଗୋପାଳ ବଲ୍ଲଭ ଭୋଗ ମଣ୍ଡପ ନୀତି ଆଦି ସମ୍ପନ୍ନ କରାଯିବ।ତେବେ ଆଗରୁ ସୂଚନା ଦିଆ ଯାଇଥିଲା କି 8 ତା 29 ରେ ପାକ ତ୍ୟାଗ କରାଯିବ ।କିନ୍ତୁ ପୁଣି ନିଷ୍ପତ୍ତି ନିଆ ଯାଇଛି କି 5ଟା 45 ରୁ ପାକ ତ୍ୟାଗ ହେବ କରାଯିବ ଆଉ ସେହି ଅନୁସାରେ ନୀତି କାର୍ଯ୍ୟ ଗୁଡିକ ସ୍ଥିର କରାଯାଇଛି ।ଆଉ ସେହି ଅନୁସାରେ ଗ୍ରହଣ ସନ୍ଧ୍ୟା 6 ତା 16 ମିନିଟରେ ଶେଷ ହେଉଥିବାରୁ ତାପରେ ପଞ୍ଚୁକ ରୀତି ନୀତି ସମାପ୍ତ କରାଯିବ ।
ତେବେ କେମିତି ସବୁ କାର୍ଯ୍ୟ ସୁଚାରୁ ରୁପେ ଓ ଠିକ ସମୟରେ ହେବ ତାହାକୁ ନେଇ ସେବାୟତଙ୍କ ସହାୟତା ଲୋଡି ଛନ୍ତି ପ୍ରଶାସନ ।ଅନ୍ୟ ପଟେ ଡ଼ଙ୍ଗା ଭସା ଭୋର ୫ ଟା ୫୪ ପୂର୍ବରୁ ଡ଼ଙ୍ଗା ଭସା କାର୍ଯ୍ୟ ଶେଷ କରିବାକୁ ପରାମର୍ଶ ଦେଇଛନ୍ତି ପ୍ରଶାସନ ।ତେବେ ଆପଣ ମାନେ ସୂଚନା ଅନୁଯାୟୀ ନିଜର ପଞ୍ଚୁକ ଶେଷ କରନ୍ତୁ ଯାହା ହେଲେ ଗ୍ରହଣ ର କୌଣସି ପ୍ରଭାବ ପଡିବନାହିଁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।