ବନ୍ଧୁମାନେ ସୁସ୍ଥ ଜୀବନ କାହାକୁ ବା ଦରକାର ନାହିଁ, ତେବେ ବର୍ତ୍ତମାନ ସମୟରେ ଶରୀର କୁ ସୁସ୍ଥ ରଖିବା କଷ୍ଟ ନହେଲେ ବି ଆମର ଛୋଟ ଛୋଟ ଭୁଲ ପାଇଁ ଆମେ ଅନେକ ବଡ଼ ବଡ଼ ବେମାର ରେ ପଡିଥାଏ ।ତେବେ ଅସମ ଶରୀର ର ବାହାର ଓ ଭିତର ଅଙ୍ଗ ଉଭୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କିନ୍ତୁ ଯେତେବେଳେ ଭିତର ଅଂଗ୍ରେ କିଛିବି ଅସୁବିଧା ହୁଏ ତାହାକୁ ଭଲ କରିବା ବହୁତ କଷ୍ଟ ।
ସେଥିପାଇଁ ଆମକୁ ଅନେକ ଶାରୀରିକ କାର୍ଯ୍ୟ ଠିକ ସମୟରେ କରିବା ଦରକାର ।ତେବେ ବନ୍ଧୁମାନେ ଆମର ବହୁତ ସମୟରେ ପରିସ୍ରା ଲାଗିବା ସମୟରେ ଏମିତି କିଛି ଭୁଲ କରିଦେଉ ଯାହା କରିବା ବହୁତ ବଡ଼ ବିପଦ ଅଟେ ।
ତେବେ ଝାଡା,ପରିଶ୍ରା ଦ୍ଵାରା ଅସମ ଶରୀରର ବର୍ଜ୍ୟବସ୍ତୁ ବାହାରକୁ ବାହାରି ଯାଏ ।ତେବେ ଦିନରେ ଆମକୁ 7ରୁ 8 ଥର ପରିଶ୍ରା କଗିଥାଏ କିନ୍ତୁ କଣ ହୁଏ କି ଆମେ ଅନେକ ସମୟରେ କିଛି ନା କିଛି କାରଣ ପାଇଁ ପରିଶ୍ରା କୁ ଅଟକାଇ ଦେଉ ।ତେବେ ଆଜି ଆଶ୍ଚର୍ଯ୍ୟ ହେବେ କି ପରିଶ୍ରା ଅଟକାଇବାକୁ ଯାଇ ଆପଣ ଅନେକ ବଡ଼ ବଡ଼ ରୋଗକୁ ଡାକି ଅଣୁଛନ୍ତି ।ତେବେ ଆସନ୍ତୁ ଜାଣିବ ସେହି ବିପଦ ଗୁଡ଼ିକ କଣ କଣ ଯାହା ପରିସ୍ରା ହେଇଥାଏ ।
1.ଇନଫେକ୍ସନ:-
ବନ୍ଧୁମାନେ ବହୁତ ସମୟରେ ପରିଶ୍ରା ଇନଫେକ୍ସନ ହେଇଥାଏ ଯାହା ଆପଣ ଜାଣିଛନ୍ତି, ତେବେ ଅଧିକ ସମୟ ଧରି ଆପଣ ପରିଶ୍ରାକୁ ଅଟକାଇ ରଖିଲେ ମୂତ୍ର ନଳୀ ସଂକ୍ରମଣ ହେଇଥାଏ ।ଆଉ ଏହା ବଡ଼ିଲେ ଧୀରେ ବହୁତ ବଡ଼ ଅସୁବିଧା ଆସିଥାଏ ।
2.କିଡନୀ ବା ମୂତ୍ର ନଳୀ ରେ ଯନ୍ତ୍ରଣା:-
ଯେଉଁମାନେ ଅଧିକ ସମୟ ଯାଏ ପରିସ୍ରା କୁ ଅଟକେଇ ରଖିଥାନ୍ତି ସେମାନଙ୍କର କିଡନୀ ବା ମୂତ୍ର ନଳୀ ରେ ଭୀଷଣ ଯନ୍ତ୍ରଣା ହୋଇଥାଏ ।ଆଉ ବେଳେ ବେଳେ ତ ପରିସ୍ରା ବେଳେ ବି ଅଧିକ ଯନ୍ତ୍ରଣା ଅନୁଭୁତ ହୋଇଥାଏ ।
3.ମାଂସପେଶୀ ସଙ୍କୁଚିତ ହେବା:-
ପରିସ୍ରା ଅଟକାଇବା ଯୋଗୁ ମାଂସପେଶୀ ଗୁଡିକ ଆଂଶିକ ସଙ୍କୁଚିତ ହେଇଯାଏ ଯାହା ପାଇଁ ପେଲଭିକ ଅଂଶରେ ମାଂସପେଶୀ ଗୁଡିକ ଅଧିକ ଖରାପ ହେଇଯାଏ ।
4.ଶରୀର ସଂକ୍ରମିତ ହେବା:-
ମଳ ମୂତ୍ରରେ ବର୍ଜ୍ୟବସ୍ତୁ ବହାରିଯାଏ ତେବେ ପରିସ୍ରା ଠିକ ସମୟରେ ନଗଲେ ଏହି ବର୍ଜ୍ୟବସ୍ତୁ ଶରୀରରେ ଜମା ହେଇ ପୁରା ଶରୀରକୁ ସଂକ୍ରମିତ କରିଦିଏ ।
5.କିଡନୀ, ମୂତ୍ରାଶୟ, ଓ ମୂତ୍ର ନଳୀ ରେ ଉତ୍ତେଜନା ହେବା:-
ପରିସ୍ରା ଅଟକାଇ ରଖିଲେ କିଡନୀ, ମୂତ୍ରାଶୟ, ଓ ମୂତ୍ର ନଳୀ ରେ ଉତ୍ତେଜନା ସୃଷ୍ଟି ହେଇଥାଏ ।ଆଉ ବହୁତ ସମୟରେ ଏହା କିଡନୀ ଉପରେ ଏତେ ପ୍ରଭାବ ପକାଇଥାଏ ଯେ କିଡନୀ ଠିକରେ କାମ କରି ନଥାଏ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।