Daily news update , Real odisha local news

ଭାଉଜ ମଥାରେ ସିନ୍ଦୂର ଦେଲେ ଦିଅର..କାରଣ ଜାଣିଲେ ଲୋମ ଟାଙ୍କୁରି ଉଠିବ ଯିଏ ଶୁଣୁଛି ସିଏ କହୁଛି ଏମିତି ଯୁବକଙ୍କୁ ଶହେ ସଲାମ୍ !

0 121

ବନ୍ଧୁଗଣ ଆମେ ଆଜି ଆପଣ ଙ୍କୁ ଏହିପରି ଜଣେ ଯୁବକ ଙ୍କ ବିଷୟ ରେ ଜଣେଇବା କୁ ଯାଉଛୁ ଯାହାଙ୍କ ବିଷୟ ରେ ଜାଣିଲେ ଆପଣ ତାଙ୍କୁ ପ୍ରଶଂସା କରିବେ। ତେବେ ଯୁବକ ଜଣଙ୍କ ନିଜ ଖୁସି କୁ ତ୍ୟାଗ କରି ନିଜ ମୃତ୍ୟୁ ଭାଇ ର ପରିବାର ଓ ତାଙ୍କର ସ୍ତ୍ରୀ କୁ ନିଜର କରିଛନ୍ତି।

ନିଜ ଭାଉଜ ମଥା ରେ ସିନ୍ଦୂର ଦେଇ ସେ ତାଙ୍କୁ ଅନାଥ ହେବା ରୁ ବଂଚେଇ ଦେଇଛନ୍ତି ଏବଂ ଭାଇ ର ୩ ଅନାଥ ପିଲା ଙ୍କୁ ଏକ ପରିଚୟ ଦେଇଛନ୍ତି। ତେବେ ଘଟଣା ଟି କୁ ନେଇ ଚାରିଆଡେ ଚର୍ଚ୍ଚା ଚାଲିଛି , ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟ ରେ।

ତେବେ ଘଟଣା ଟି ହେଉଛି କେନ୍ଦ୍ରାପଡା ଜିଲ୍ଲା ର ଆଳି ଅଞ୍ଚଳ ରେ ଯେଉଁ ଠାରେ ,ଅନୀଲ ନାମକ ଜଣେ ଯୁବକ ତାଙ୍କର ବିଧବା ଭାଉଜ ଙ୍କ ମଥା ରେ ସିନ୍ଦୂର ଦେଇଛନ୍ତି ଏବଂ ଗାଁ ମନ୍ଦିର ରେ ତାଙ୍କୁ ବିବାହ କରିଛନ୍ତି। ତେବେ ଘଟଣା କିଛି ଏହିପରି ଥିଲା କି , ଆଳି ର ଅନୀଲ ଙ୍କ ଭାଇ ସୁନୀଲ ସେହି ଗ୍ରାମ ର ଜଣେ ଯୁବତୀ ଙ୍କୁ ପ୍ରେମ କରି ବିବାହ କରିଥିଲେ। ଆଉ ତାଙ୍କର ତିନୋଟି ପିଲା ମଧ୍ୟ , ତେବେ ସବୁ କିଛି ଠିକ ଚାଲିଥିଲା ଆଉ ଗୋଟିଏ ଖୁସି ପରିବାର ରେ ସେମାନେ ରହୁଥିଲେ। ଆଉ ଅନୀଲ ବାହାରେ ରହି କାମ କରୁଥିଲେ।

ତେବେ କିନ୍ତୁ ଦେଢ଼ ବର୍ଷ ପୂର୍ବରୁ ହାଥତ ସୁନୀଲ କ୍ୟାନ୍ସର ରୋଗ ରେ ଆକ୍ରାନ୍ତ ହେଲେ ଏବଂ ତାଙ୍କର ବହୁତ ଚିକିତ୍ସା ପରେ ମଧ୍ୟ ମୃତ୍ୟୁ ହୋଇଗଲା। ତେବେ ସ୍ୱାମୀ ଙ୍କ ମୃତ୍ୟୁ ପରେ ଏକା ହୋଇଯାଇ ଥିଲେ ତାଙ୍କର ସ୍ତ୍ରୀ ଓ ତିନି ପିଲା ।ତେବେ ଏହି ଭିତରେ ସୁନୀଲ ଙ୍କ ସାନ ଭାଇ ଅନୀଲ ଘର କୁ ଆସିଲେ ଆଉ ତାଙ୍କର ବାହାଘର ପାଇଁ ପ୍ରସ୍ତାବ ଦେଖା ଯାଉଥିଲା। ତେବେ ଏହି ମଧ୍ୟରେ ଅନୀଲ ଙ୍କ ମା ଓ ବାପା ଅନୀଲ ଙ୍କୁ ତାଙ୍କ ର ବିଧବା ଭାଉଜ ଙ୍କୁ ବିବାହ କରିବାର ପ୍ରସ୍ତାବ ଦେଇଥିଲେ।

କାରଣ ତାଙ୍କର ବୟସ ବହୁତ କମ ଥିଲା ଆଉ ୩ ଜଣ ପିଲାଙ୍କ ସହ ଏକା ବଂଚିବା ତାଙ୍କ ପାଇଁ ବହୁତ କଷ୍ଟ ଦାୟକ ଥିଲା। ତେବେ ବାପା ମା ଙ୍କ କଥା ରେ ରାଜି ହୋଇ ବିଧବା ଭାଉଜ ଙ୍କୁ ନିଜର କରିବା ର ନିଷ୍ପତ୍ତି ନେଇଥିଲେ ଅନୀଲ ।ଆଉ ଗାଁ ମନ୍ଦିର ରେ ଭାଉଜ ଙ୍କ ମଥାରେ ସିନ୍ଦୂର ଦେଇ ସମସ୍ତ ପରିବାର ଲୋକଙ୍କ ଉପସ୍ଥିତ ରେ ତାଙ୍କୁ ନିଜର କରିଛନ୍ତି। ତେବେ ତାଙ୍କର ଶାଶୂ ମଧ୍ୟ କହିଛନ୍ତି କି ଏହି ବାହାଘର ରେ ସେ ବହୁତ ଖୁସି ତାଙ୍କର ଘର ବୋହୁ ଘରେ ରହିବ ବୋଲି। ତେବେ ଭିଡ଼ିଓ ଟି ଭାଇରାଲ ହେବା ପରେ ସମସ୍ତେ ଏହାକୁ ଖୁବ ପ୍ରଶଂସା କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.