Daily news update , Real odisha local news

ବଦଳିଗଲା କୁନି ଝିଅର ଭାଗ୍ୟ …କଟକୁ ସିଦ୍ଧା ଜର୍ମାନୀ ପୁରା କଥା ଜାଣିଲେ 5ମିନିଟ୍ ପାଇଁ ଅବାକ୍ ହୋଇ ରହିଯିବେ

0 116

ବନ୍ଧୁଗଣ ଏ ଦୁନିଆଁ ରେ ସବୁକିଛି ହେଉଛି ଭାଗ୍ୟର ଖେଳ , ଆଉ ଏହି ଭାଗ୍ୟ ର ଖେଳ ରେ କିଏ ପିଲା ଟିଏ ଜନ୍ମ କରି ରାସ୍ତା କଡରେ ଫୋପାଡ଼ି ଦେଉଛି ତ କିଏ ପୁଣି ଗୋଟିଏ ପିଲା ପାଇବା ପାଇଁ ଅନେଇ ରହିଛି। କିନ୍ତୁ ସେହି ଭାଗ୍ୟ ର ଖେଳ ଆଜି ଜଣେ କଟକ ର ଅନାଥ କନ୍ୟା କୁ ସିଧା ଜର୍ମାନୀ କୁ ନେଇ ଆସିଛି ଆଉ ଭାରତ ର ଜନ୍ମିତ ଜର୍ମାନ ବାସୀ ଦମ୍ପତି ଙ୍କୁ ୧୬ ବର୍ଷ ପରେ ବାପା ମା ହେବାର ସୌଭାଗ୍ୟ ଆଣି ଦେଇଛି। ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ଟି ବିଷୟ ରେ।

ତେବେ ସୂଚନାଯୋଗ୍ୟ ଯେ, କଟକ ଚୌଦାର ର ଶିଶୁ ଭବନ ହସ୍ପିଟାଲ ରୁ ଭାରତ ର କର୍ଣ୍ଣାଟକ ର ଦମ୍ପତି ସୁବଶିନୀ ଏବଂ ସାରମେରମ ଯେଉଁମାନେ କି ବର୍ତ୍ତମାନ ଜର୍ମାନୀ ର ବାସିନ୍ଦା ଅଟନ୍ତି ସେମାନେ ସାଇମିନାକ୍ଷୀ ନାମକ ଏକ କନ୍ୟା ସଂତାନ କୁ ପସ୍ୟ କନ୍ୟା ଭାବରେ ଗ୍ରହଣ କରିଛନ୍ତି। ତେବେ ସୂଚନା ଅନୁସାରେ ଏହି ଦମ୍ପତି ବିବାହ ର ୧୬ ବର୍ଷ ପରେ ମଧ୍ୟ ବାପା ମା ହେବା ର ସୌଭାଗ୍ୟ ପାଇ ପାରିନଥିଲେ। ତେବେ ଗତ ୬ ବର୍ଷ ତଳେ ସେମାନେ ଉଭୟ ଭାରତ ଓ ଜର୍ମାନୀ ରେ ପିଲା ଆଡ଼ପସନ କରିବା ପାଇଁ ଆବେଦନ କରିଥିଲେ।

ତେବେ ୬ ବର୍ଷ ପରେ ଆଜି ତାଙ୍କୁ ଏହି କୁନି ଝିଅ ସାଇମିନାକ୍ଷୀ କନ୍ୟା ଭାବରେ ମିଳିଛି ଯାହାକୁ ନେଇ ସେମାନେ ଖୁବ ଖୁସି ଅଛନ୍ତି। ତେବେ ଶିଶୁ ଭବନ ର କହିବା ଅନୁସାରେ , ୨୦୨୨ ମାର୍ଚ୍ଚ ମାସ ରେ ଏହି କୁନି ପିଲାଙ୍କୁ ସେମାନେ ଅତ୍ୟନ୍ତ ଦୁର୍ବଳ ଅବସ୍ଥା ରେ ପାଇଥିଲେ। ତେବେ ଏହା ପରେ ପ୍ରାୟ ୧୨ ଦିନ ହସ୍ପିଟାଲ ରେ ରହିବା ପରେ ସେ ସୁସ୍ଥ ହୋଇ ସେହି ଶିଶୁ ଭବନ ରେ ରହୁଥିଲା। ତେବେ ସବୁ ପଦ୍ଧତି କୁ ଅନୁସରଣ କରି ଆଜି ସାଇମିନାକ୍ଷୀ ଙ୍କୁ ଏହି ଦମ୍ପତି ଗ୍ରହଣ କରିଛନ୍ତି।

ତେବେ ଉକ୍ତ ଦମ୍ପତି କହିଛନ୍ତି କି , ଉଭୟ ଭାରତ ଏବଂ ଜର୍ମାନୀ ରେ ପିଲା ଆଡ଼ପସନ ର ପ୍ରକ୍ରିୟା ବହୁତ ଦୃଢ଼ ଅଟେ ।ମାତ୍ର ସବୁ ପକ୍ରିୟା କୁ ଅନୁସରଣ କରି ସେମାନେ ଆଇନଗତ ଭାବରେ ମିନାକ୍ଷୀ କୁ କଟକ ଜିଲାପାଳ ଙ୍କ ଉପସ୍ଥିତ ରେ ଗ୍ରହଣ କରିଛନ୍ତି। ତେବେ ଏହି ଦମ୍ପତି କହିଛନ୍ତି କି, ତାଙ୍କ ପରିବାର ରେ ସମସ୍ତ ଙ୍କ ର ପୁଅ ପିଲା ଆଉ ସାଇମିନାକ୍ଷୀ ହେଉଛି ଗୋଟିଏ ଝିଅ ଯିଏକି ପରିବାର ର ରାଣି ବର୍ତ୍ତମାନ ଏବଂ କନ୍ୟା ସନ୍ତାନ କୁ ପାଇ ସେମାନେ ବହୁତ ଖୁସି ଅଛନ୍ତି। ତେବେ ସାଇମିନାକ୍ଷୀ ଙ୍କୁ ବର୍ତ୍ତମାନ ଏକ ନୂଆ ଦେଶ ପରିବାର ଓ ସବୁକିଛି ମିଳିଲା ଆଉ ସେ ସିଧା କଟକ ରୁ ଉଡାଣ ଭରିଲା ଜର୍ମାନୀ କୁ। ତେବେ ଘଟଣା ଟିକୁ ସମସ୍ତେ ଖୁବ ପ୍ରଶଂସା କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.