Daily news update , Real odisha local news

ବାପା ମା ଙ୍କ ଆଗରେ ଚାଲିଗଲା ପୁଅ ର ଜୀବନ ମା’ର ଛାତିଫଟା ଦୃଶ୍ୟ ଯିଏ ଦେଖୁଛି କାନ୍ଦୁଛି

0 608

ମା ଆଗରେ ପଡିଛି ୨୫ ବର୍ଷ ର ଯବାନ ପୁଅ ର ଶବ , ମାଟି ରେ ପିଟି ପିଟି ହୋଇ ଭୋ ଭୋ ହୋଇ କାନ୍ଦୁଛି ମା ।ପୁଅ କୁ ଦେଖିବା ପାଇଁ କାନ୍ଦୁଛି ମା, ବାପା ର ଅବସ୍ଥା କହିଲେ ନସରେ ।ସେହି ମା କୁ ଦେଖିଲେ ଆପଣ ମଧ୍ୟ କାନ୍ଦି ପକେଇବେ, ଆଉ ଭଗବାନ ଏହିପରି ଦୁଖଃ କଷ୍ଟ କାହାକୁ ନଦିଅନ୍ତୁ ବୋଲି ଆମେ ଡାକୁଛନ୍ତି।

ତେବେ ଏହିଭଳି ଏକ ଘଟଣା ବର୍ତ୍ତମାନ କେନ୍ଦ୍ରାପଡା ର ପଟା ମୁଣ୍ଡେଇ ଠା ରେ ଦେଖିବା କୁ ମିଳିଛି ଯାହା ବିଷୟ ରେ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ ଏବଂ ଆଖି ରେ ଲୁହ ଆସିଯିବ। ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟ ରେ।

କଥାରେ ଅଛି “ଦଇବ ଦୌଡି ମଣିଷ ଗାଈ ଯୁଆଡେ ଟାଣଇ ସିଆଡେ ଯାଇ” ।ବନ୍ଧୁଗଣ ଏହି ଉକ୍ତି ଟିର ଅର୍ଥ ହେଉଛି ଏହାକି ସମୟ ଏବଂ ଭାଗ୍ୟ ଆମ ସହ ଯେତେବେଳେ ଖେଳିବ ତାହାକୁ ଆମେ ଅଟକାଇ ପରିବା ନାହଁ, ସମୟ ଆଗରେ ସବୁ ଫିକା ପଡ଼ିଯାଏ। ଠିକ ସେହିପରି ସମୟ ଆଗରେ ହାର ମାନିଛନ୍ତି ବାପା ମା ଆଉ ନିଜ ଆଖି ଆଗରେ ନିଜ ଜବାନ ପୁଅ କୁ ସବୁଦିନ ପାଇଁ ହରାଇ ଦେଇଛନ୍ତି। ତେବେ ଏହି ଘଟଣା ଟିକୁ ନେଇ ପୁରା ଅଞ୍ଚଳ ରେ ଶୋକ ର ସାୟା ଖେଳି ଯାଇଛି।

ତେବେ ଘଟଣା ଟି କିଛି ଏହିପରି ରହିଛି କି, କେନ୍ଦ୍ରାପଡା ର ମାନସ ପତି ନାମ କ ଜଣେ ୨୫ ବର୍ଷ ର ଯୁବକ ବାଙ୍ଗାଲୋର ର ଏକ କମ୍ପାନି ରେ କାମ କରୁଥିଲେ। ତେବେ ଘରେ ତାଙ୍କର ଅଭାବ ଓ ଗରିବ ଅଟେ , ବାପା ହେଉଛନ୍ତି ସେଜସାୟୀ ,ସାଙ୍ଗ ରେ ବୁଢ଼ୀ ଜେଜେ ବାପା ଓ ଜେଜେ ମା ଆଉ ମା କୁ ନେଇ ସଂସାର। ତେବେ ବାପା ଙ୍କୁ ଦେହ ଭଲ କରିବା ପାଇଁ ମାନସ ବହୁତ କମ ବୟସ ରୁ ଯାଇ ବାହାରେ ରହି କାମ କରୁଥିଲେ। ଆଉ ସେତିକି ରେ ତାଙ୍କର ପରିବାର ଚଳୁଥିଲା।

ମାତ୍ର ଗତକାଲି ସେ ନିଜ ମାଲିକ ଠାରୁ ଟଙ୍କା ନେଇ ଘର କୁ ଫେରିବା ପାଇଁ ଘରେ ଜଣେଇ ଥିଲେ। ମାତ୍ର ଦଇବ ର ଖେଳ କିଛି ଅଲଗା ଥିଲା , ମାନସ ଆସିବା ସମୟ ରେ ତାଙ୍କର ରେଳ ଦୁର୍ଘଟଣା ହୋଇଥିଲା ଆଉ ଏହି ଦୁର୍ଘଟଣା ରେ ମାନସ ଙ୍କ ର ମୃତ୍ୟୁ ହୋଇ ଯାଇଥିଲା। ତେବେ ପରିବାର ଲୋକଙ୍କ ପାଖକୁ ଏହି ଖବର ଆସିବା ପରେ ତାଙ୍କର ମା ଙ୍କ ଉପରେ ଯେପରି ସ୍ୱର୍ଗ ଖସି ପଡ଼ିଥିଲା। ଆଉ ସେ ନିଜ ପୁଅ କୁ ହରାଇ କାନ୍ଦି କାନ୍ଦି ବେହୋସ ହୋଇ ଯାଉଛନ୍ତି। ଜେଜେ ବାପା ଓ ଜେଜେ ମା ଥାଉ ଥାଉ ନାତି ଚାଲିଯାଇ ଛନ୍ତି ଯିଏକି ତାଙ୍କ ଘରର ମେରୁଦଣ୍ଡ ଥିଲେ। ତାଙ୍କୁ ହରାଇ ପୁରା ପରିବାର ବର୍ତ୍ତମାନ ମାଟିରେ ମିଶିଯିବା ଭଳି। ତେବେ ତାଙ୍କର ଏହି ପରିସ୍ଥିତି ଜାଣିବା ପରେ ପଟାମୁଣ୍ଡେଇ ସରକାର ତାଙ୍କୁ ସାହାଯ୍ୟ କରିବାର ପ୍ରତିଶ୍ରୁତି ଦେଇଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.