Daily news update , Real odisha local news

ବାପାଙ୍କ ପରେ ପରେ ଚାଲିଗଲେ ବରିଷ୍ଠ ଅଭିନେତା MIhir Das ଙ୍କ ସାନ ପୁଅ ଅକ୍ଲାନ୍ତ, ବାପା ଭାଇଙ୍କୁ ହରେଇ କାନ୍ଦୁଛନ୍ତି Amlan

0 4,703

ବନ୍ଧୁଗଣ ମୃତ୍ୟୁ ଏକ ନିରାଟ ସତ୍ୟ ଅଟେ , ଜୀବନ ଅଛି ତ ମୃତ୍ୟୁ ମଧ୍ୟ ରହିଛି। ତେବେ କେତେବେଳେ କାହାର ମୃତ୍ୟୁ ଆସିଯିବ ତାହା କାହାକୁ ଜଣା ନଥାଏ। ଠିକ ସେହିପରି ଦିନେ ଚାଲି ଯାଇଥିଲେ ଅଭିନେତା ମିହିର ଦାସ ଆଉ ଆଜି ତାଙ୍କର ମୃତ୍ୟୁ ର ଏକ ବର୍ଷ ପରେ ଆରପାରି କୁ ଚାଲି ଯାଇଛନ୍ତି ତାଙ୍କର ସାନ ପୁଅ ଅକ୍ଳାନ୍ତ ଦାସ।

ତେବେ ବାପା ମା ଓ ଶେଷ ରେ ସାନ ଭାଇ ମଧ୍ୟ ଅମ୍ଳାନ ଙ୍କୁ ସବୁଦିନ ପାଇଁ ଛାଡି ଚାଲି ଯାଇଛନ୍ତି। ତେବେ ବର୍ତ୍ତମାନ ଏହି ଘଟଣା ଟିକୁ ନେଇ ବର୍ତ୍ତମାନ ଚାରି ଆଡ଼େ ଚର୍ଚ୍ଚା ଚାଲିଛି।

ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି , ଗତକାଲି ବିଳମ୍ବିତ ରାତି ରେ ସ୍ୱର୍ଗତ ଅଭିନେତା ମିହିର ଦାସ ଙ୍କ ସାନ ପୁଅ ଅକ୍ଳାନ୍ତ ଦାସ ଙ୍କ ର ଦେହାନ୍ତ ହୋଇଛି। ତେବେ ସେ ଭୁବନେଶ୍ୱର ର ଏମ୍ସ ରେ ଚିକିତ୍ସା ଧୀନ ଥିବା ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ତେବେ ସୂଚନା ଅନୁସାରେ ଗତ ଜାନୁଆରୀ ୧୧ ତାରିଖ ରେ ବାପା ମିହିର ଦାସ ଙ୍କ ର ଶ୍ରଦ୍ଧା ବାର୍ଷିକ ଥିଲା ଆଉ ଏହା ପର ଦିନ ଠାରୁ ତାଙ୍କର ଦେହ ଅସୁସ୍ଥ ହୋଇ ଯାଇଥିଲା। ଏବଂ ଏମିତି ରେ ବି ସେ ବାପା ଙ୍କ ମୃତ୍ୟୁ ରେ ବହୁତ ମାନସିକ ଚାପ ରେ ରହୁଥିଲେ।

ତେବେ ସୂଚନାଯୋଗ୍ୟ ଯେ , ବାପା ଙ୍କ ର ପ୍ରଥମ ଶ୍ରଦ୍ଧା ବାର୍ଷିକୀ ପର ଠାରୁ ସାନ ପୁଅ ଅକ୍ଳାନ୍ତ ଙ୍କ ଦେହ ଅସୁସ୍ଥ ହୋଇ ପଡ଼ିଥିଲା ଏବଂ ସେ ଲିଭର ରୋଗ ରେ ପୀଡିତ ଥିଲେ ବୋଲି ଡାକ୍ତର କହିଥିଲେ। ତେବେ ସେବେ ଠାରୁ ସେ ଭୁବନେଶ୍ୱର ର ଏମ୍ସ ରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିଲେ। ମାତ୍ର ଗଲି ୨୪ ତାରିଖ ପ୍ରାୟ ବିଳମ୍ବିତ ରାତି ୧୨ ଟା ସମୟ ରେ ତାଙ୍କର ମୃତ୍ୟୁ ହୋଇଥିଲା। ଆଉ ମୃତ୍ୟୁ ବେଳକୁ ତାଙ୍କ ର ବୟସ ମାତ୍ର ୨୬ ବର୍ଷ ହୋଇଥିଲା। ତେବେ ତାଙ୍କର ମୃତ୍ୟୁ ସମୟ ରେ ଅମ୍ଳାନ ବାହାରେ ସିନେମା ସୁଟିଂ ରେ ଥିଲେ ମାତ୍ର ଭାଇ ର ମୃତ୍ୟୁ ଖବର ଶୁଣି ସେ ଆସି ପହଁଚି ଥିଲେ ଭୁବନେଶ୍ୱର ରେ।

ତେବେ ଆଜି ସକାଳେ ଅମ୍ଳାନ ନିଜ ସାନ ଭାଇ ର ମୁଁହ ରେ ମୁଖାଗ୍ନି ଦେଇଛନ୍ତି। ତେବେ ପ୍ରଥମେ ମା , ବାପା ଓ ଏବେ ସାନ ଭାଇ ଙ୍କୁ ହରାଇ ସମ୍ପୂର୍ଣ୍ଣ ରୂପ ରେ ଭାଙ୍ଗି ପଡିଛନ୍ତି ଅଭିନେତା ଅମ୍ଳାନ। କିନ୍ତୁ ଏହା ସତେ ମଧ୍ୟ ସେ କଟକ ର ଚୌଦାର ରେ ନିଜ ସାନ ଭାଇ ର ଶେଷ କୃତ୍ୟ ଶେଷ କରିଛନ୍ତି। ଯାହାର ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବା ରେ ଲାଗିଛି। ତେବେ ଆମେ ଆଶା କରୁଛନ୍ତି କି ଭଗବାନ ଅମ୍ଳାନ ଙ୍କୁ ତାଙ୍କ ଜୀବନ ପଥରେ ଏକା ନିଜ ସ୍ତ୍ରୀ ଓ ଛୁଆ ସହ ଚାଲିବାର ସାହସ ଦିଅନ୍ତୁ ବୋଲି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.