“ବାପା ମୋତେ କ୍ଷମା କରିଦିଅ ବାପା , ଏହି ଥରୁ ଟିଏ ମୋତେ କ୍ଷମା କରି ଦିଅ , ସତ କହୁଛି ଏମିତିକା ଭୁଲ ମୁଁ ଆଉ କେବେ ବି କରିବି ନାହିଁ ।ମୋ ଦେଇ ବହୁତ ବଡ଼ ଭୁଲ ଟେ ହୋଇ ଯାଇଛି କିନ୍ତୁ ମୋତେ ଥରେ କ୍ଷମା କରିଦିଏ ମୁଁ କେବେ ଏହି ଭୁଲ ର ପୁନରାବୃତ୍ତି କରିବି ନାହିଁ”।
ବନ୍ଧୁଗଣ ଏହା ଆମେ କହୁ ନାହିଁ ଏହା କହିଛନ୍ତି ଆମ ଲୋକପ୍ରିୟ ଅଭିନେତ୍ରୀ ଦେଵଶ୍ରୀ ଦାସ। ଯିଏକି ଆକାଶ କଇଁଆ ଚିଲିକା ମାଛ ସିରିଏଲ ର ମୁଖ୍ୟ ଅଭିନେତ୍ରୀ ଥିଲେ। ଖାଲି ଏତିକି ନୁହେଁ ବରଂ ଆମେ ଆଜି ଆପଣ ଙ୍କୁ ଦେଵଶ୍ରୀ ଙ୍କ କଳାକାର ଜୀବନ ତଥା କଳାକାର ଜୀବନ କୁ ନେଇ ତାଙ୍କର କଣ ମତ ରହିଛି ସେ ବିଷୟରେ ଜଣେଇବୁ।
ବନ୍ଧୁଗଣ ଦେଵଶ୍ରୀ ହେଉଛନ୍ତି ଆମ ଓଡ଼ିଶାର ଝିଅ ଆଉ ଓଡ଼ିଆ ସିନେମା ଓ ସିରିଏଲ ଜଗତ ରେ ବେଶ ପରିଚିତ ଚେହେରା ଅଟନ୍ତି। ତେବେ ଯେ କେବଳ ଓଡ଼ିଆ କଳାକାର ଅଟନ୍ତି ତାହା ନୁହେଁ ବରଂ ଅନେକ ଭାଷା ରେ ଅନେକ ସିନେମା ସହ ସେ ଜଡିତ ଅଟନ୍ତି।ତେବେ ଦେଵଶ୍ରୀ କହିଛନ୍ତି କି ଆମ ଓଡ଼ିଆ ସିନେମା ଜଗତ ଆଗ ଅପେକ୍ଷା ବର୍ତ୍ତମାନ ଉନ୍ନତି କରିଛି ଆଉ ଆଗକୁ ଆହୁରି ଉନ୍ନତି କରିବ ମଧ୍ୟ। କିନ୍ତୁ ଅନ୍ୟ ସିନେମା ଯେତିକି ଆଡ଼ଭାନ୍ସ ରହିଛି ସେହିପରି ନୁହେଁ ,ଏହାର କପି ରାଇଟ ର ଗୋଟିଏ ବଡ଼ ଭୁଲ ରହିଛି ଯାହାକି ଅନ୍ୟ ସିନେମା ରେ ଆପଣ ଦେଖିବାକୁ ପାଇବେ ନାହିଁ।
ଦେଵଶ୍ରୀ କହିଛନ୍ତି କି , ବଡ଼ କଳାକାର କି ଛୋଟ କଳାକାର ସେହିପରି କିଛି ଭେଦ ଭାବ ନଥାଏ ଅଭିନୟ ରେ , ଆପଣ ଙ୍କୁ ଯେଉଁ ଅଭିନୟ ମିଳୁଛି ତାହା ଛୋଟ ହେଉ କିମ୍ବା ବଡ଼ ତାକୁ ଭଲ ଭାବରେ ଲିଭନ୍ତୁ। ଜୀବନ ଟା ଗୋଟିଏ ଶିକ୍ଷା ଅଟେ , ପ୍ରତି ମୁହୂର୍ତ୍ତରେ ଆମେ ସବୁ ଠାରୁ ଶିକ୍ଷା ଗ୍ରହଣ କରିବା ଆବଶ୍ୟକ ରହିଛି। ଜୀବନ ରେ ଯେତେ ଶିକ୍ଷା କରିବେ ସେତିକି ଆଗକୁ ଆପଣ ବଢ଼ିବେ। ତେବେ ଏହି ଭିତରେ ତାଙ୍କର ଆକାଶ କଇଁଆ ଚିଲିକା ମାଛ ସିରିଏଲ ର ଏକ ଡାଇଲଗ ସେ କହିଛନ୍ତି। ଯାହା ହେଉଛି “ବାପା ମୋତେ କ୍ଷମା କରିଦିଅ ଏହିପରି ଭୁଲ ମୁଁ ଆଉ କେବେ ବି କରିବି ନାହିଁ”।
ତେବେ ଏହି ଡାଇଲଗ କହିବା ବେଳେ ସେ ନିଜେ କାନ୍ଦି ପକେଇଛନ୍ତି। ତେବେ ତାଙ୍କୁ ତାଙ୍କର ପ୍ରେମ କାହାଣୀ ବିଷୟ ରେ ମଧ୍ୟ ପ୍ରଶ୍ନ କରାଯାଇ ଥିଲା ଆଉ ଏହାର ଉତ୍ତର ରେ ସେ ଯାହା କହିଛନ୍ତି ତାହା ମଧ୍ୟ ଅତ୍ୟନ୍ତ ଆଶ୍ଚର୍ଯ୍ୟ ଜନକ ଅଟେ। ତେବେ ସେ କହିଛନ୍ତି କି ମୋତେ ଅନେକ ପ୍ରୋପଜ କରିଛନ୍ତି ଆଉ ଏବେ ମଧ୍ୟ କରୁଛନ୍ତି। ମାତ୍ର ମୋତେ କେହି ପ୍ରୋପଜ କଲେ ମୁଁ ତାକୁ ଗାଳି ଦିଏ ଆଉ ଏବେ ଯାଏ ସେ ଜାଗା କୁ ଯାଇ ନାହିଁ କି କେବେ ବି ମୁଁ ସେ ଜାଗାକୁ ଯିବି ନାହିଁ। ମୁଁ ମୋ କଳା ଦୁନିଆଁ ସହ ସବୁଦିନ ଯୋଡି ହୋଇ ରହିବି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।