ବାପରେ କି କାନ୍ଦ ! “ବିବାହ ବିଦାୟ ସମୟ ରେ କାନ୍ଦି କାନ୍ଦି ବେହୋସ କନ୍ୟା” ଝିଅ ବିଦାବେଳେ କନ୍ୟାର କାନ୍ଦ ଦେଖି ଲୋକେ ତାଜୁବ୍; ବୋହି ନେଇ ବର ଗାଡ଼ିରେ ବସାଇଲେ ଘରଲୋକେ
ବନ୍ଧୁଗଣ ବିବାହ ଏକ ପବିତ୍ର ଉତ୍ସବ ହୋଇଥାଏ ଏହି ପବିତ୍ର ଉତ୍ସବ ରେ ଜଣେ ସାରା ଜୀବନ ପାଇଁ ତାର ଜୀବନ ସାଥି କୁ ନିଜର କରିଥାଏ ଏବଂ ଏକ ଖୁସି ର ନୂଆ ସଂସାର ର ଆରମ୍ଭ ହୋଇଥାଏ। ତେବେ ବିବାହ ସମୟ ରେ ଭିନ୍ନ ଭିନ୍ନ ପ୍ରକାର ର ଭିଡ଼ିଓ ସବୁ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବା ର ଆପଣ ଦେଖିବା କୁ ପାଉଥିବେ।
ତା ମଧ୍ୟ ରୁ କେତେ ଭିଡ଼ିଓ ବହୁତ ଦୁଖଃ ତଥା ଭାବ ବିହ୍ୱଳ ଯୁକ୍ତ ହୋଇଥାଏ ତ କେତେକ ଭିଡ଼ିଓ କମେଡି ପରି ହୋଇଥାଏ। ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହିପରି ଏକ ବିବାହ ବିଦାୟ ର ଭିଡ଼ିଓ ଟି ଭାଇରାଲ ହେବା ରେ ଲାଗିଛି ଯାହା ବିଷୟ ରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ।
ତେବେ ବିବାହ ପରେ ବିଦାୟ ର ସମୟ ଗୋଟିଏ ଝିଅ ଓ ତାର ପରିବାର ପାଇଁ ବହୁତ କଷ୍ଟ ଦାୟକ ହୋଇଥାଏ ।ଆଉ ଝିଅ ଟି କାନ୍ଦି କାନ୍ଦି ତାର ବାପ ଘରୁ ବିଦାୟ ନେଇଥାଏ। ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଛି ସେଥି ରେ କିନ୍ତୁ କିଛି ଅଲଗା ହୋଇଛି। କାରଣ ଏହି ଭିଡ଼ିଓ ରେ ନବ ବିବାହିତ କନ୍ୟା କାନ୍ଦି କାନ୍ଦି ଏହିପରି ହୋଇଯାଇଛନ୍ତି ଯେ ପରିବାର ଲୋକେ ତାଙ୍କୁ କିଡନାପ କରି ନେବା ଭଳି ହାତ ଗୋଡ଼ ଧରି ଗାଡି ରେ ପକାଇ ଦେଉଛନ୍ତି।
ତେବେ ଭିଡ଼ିଓ ଟିରେ ଯାହା ଦେଖା ଯାଇଛି କି , ବିବାହ ସରି ଯାଇଛି ଏବଂ ବର୍ତ୍ତମାନ ବିଦାୟ ର ସମୟ ରହିଛି। ତେବେ କନ୍ୟା ଜଣଙ୍କ ନିଜ ପରିବାର ପାଖ ରେ ଖୁବ କାନ୍ଦୁଛି , ଆଉ ତାର ପରିବାର ଲୋକେ ମଧ୍ୟ କାନ୍ଦୁଛନ୍ତି। ତେବେ ପୁରା ଅଞ୍ଚଳରେ ଝିଅ ବିଦା ହେବା ର ଶୋକା କୁଳ ପରିସ୍ଥିତି ସୃଷ୍ଟି ହୋଇଛି। ମାତ୍ର କନ୍ୟା ଜଣଙ୍କ ଏତେ ମାତ୍ରା ରେ କାନ୍ଦୁଛନ୍ତି ଆଉ ବର ସହ ଯିବା ପାଇଁ ଜମାରୁ ଆସୁ ନାହାନ୍ତି। ଏପରି କି ଭିଡ଼ିଓ ରେ ମଧ୍ୟ ଦେଖା ଯାଇଛି କି କନ୍ୟା ଜଣଙ୍କ କାନ୍ଦି କାନ୍ଦି ବେହୋସ ହୋଇ ଯାଇଛନ୍ତି।
ତେବେ ଏହି ସମୟରେ କନ୍ୟା ଜଣ ଙ୍କୁ ତାଙ୍କର ପରିବାର ଲୋକେ ଚଳେଇ ଚଲେଇ ନୁହେଁ ସିଧା ଉଠେଇ ନେଇ ଗାଡି ଭିତରେ ଭର୍ତ୍ତି କରି ଦେଇଛନ୍ତି। ଯାହା ଦେଖିବା କୁ ମିଳିଛି କି କନ୍ୟା ଜଣଙ୍କୁ ଦୁଇ ଜଣ ମହିଳା ଜଣେ ହାତ ଆଉ ଜଣେ ଗୋଡ଼ ଧରି ସିଧା ଉଠେଇ ନେଇଛନ୍ତି ଏବଂ ଗାଡି ରେ ଭର୍ତ୍ତି କରି ଦେଇଛନ୍ତି। ତେବେ କେହି ଜଣେ ଏହି ଭିଡ଼ିଓ ଟି ସୋସିଆଲ ମିଡ଼ିଆ ରେ ସେୟାର କରିଥିଲେ। ତେବେ ଭିଡ଼ିଓ ଟି ସୋସିଆଲ ମିଡ଼ିଆ ରେ ଆସିବା ପରେ ସମସ୍ତେ ଏହାକୁ ଦେଖି ହସି ହସି ଗଡି ଯାଇଛନ୍ତି। ତେବେ ଆପଣ ମଧ୍ୟ ଭିଡ଼ିଓ ଟିକୁ ଦେଖନ୍ତୁ ହସି ହସି ବେଦମ ହୋଇଯିବେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।