ବରା ,କାକରା ବିକାଳୀ ଙ୍କ ଝିଅ ହେଲେ ଜଜ “ସଂଘର୍ଷ ଏବଂ ସଫଳତା କାହାଣୀ” ଶୁଣିଲେ କାନ୍ଦି ପକାଇବେ….ସେୟାର କରିଲେ ନିଜ ଦୁଃଖ କାହାଣୀ
ଦିନେ ବାପା ଜଳଖିଆ ଦୋକାନ କରି ବରା , କାକରା ବିକ୍ରି କରି ଝିଅ କୁ ପାଠ ପଢେଇ ଥିଲେ ଆଉ ଆଜି ସେହି ଝିଅ ହେବା କୁ ଯାଉଛନ୍ତି ଜଣେ ଜଜ।ବାପା ଙ୍କ ସ୍ୱପ୍ନ ଥିଲା ବହୁତ ବଡ଼ କିନ୍ତୁ ପାଖରେ ନଥିଲା ଆର୍ଥିକ ପର୍ଣ୍ଣତା ତଥାପି କଷ୍ଟ କରି ନିଜ ଝିଅ କୁ ପାଠ ପଢେଇ ଥିଲେ।ଆଉ ସେହି ସୁନା ଝିଅ ଆଜି ବାପା ଙ୍କ ପରିଶ୍ରମ ର ମୁଲ୍ୟ ରଖିଛନ୍ତି ଆଉ OJS ପରୀକ୍ଷା ରେ ୧୪ତମ ସ୍ଥାନ ରେ ନିଜ ନାମ ରଖି ପୁରା ଜନ୍ମ ମାଟି କୁ ଗର୍ବିତ କରିଛନ୍ତି। ତେବେ ସେ ହେଉଛନ୍ତି ଅନୁଶ୍ରୀ ଜେନା , ତେବେ ତାଙ୍କର ଜୀବନ କାହାଣୀ ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ।
ତେବେ କଥା ରେ ଅଛି ଯଦି ଆପଣ ଙ୍କ ର ଜୀବନ ର ଲକ୍ଷ ସ୍ଥିର ହୋଇଥାଏ ଆଉ ତାହାକୁ ପାଇବା ପାଇଁ ଆପଣ ନିଜର ପୁରା ଚେଷ୍ଟା ଲଗାଇ ଦିଅନ୍ତି ତେବେ ସଫଳତା ଆପଣ ଙ୍କୁ ନିଶ୍ଚିତ ଭାବରେ ମିଳିବ। ଆଉ ଏହାର ଏକ ଜଳନ୍ତା ଉଦାହରଣ ବର୍ତ୍ତମାନ ପାଲଟିଛନ୍ତି ମୟୁରଭଞ୍ଜ ର ବାରିପଦା ର ସୁନା ଝିଅ ଅନୁଶ୍ରୀ ଜେନା। ତେବେ ଚଳିତ ବର୍ଷ OJS ପରୀକ୍ଷା ରେ ସେ ୧୪ ତମ ସ୍ଥାନ ରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ତେବେ ଏହା ପରେ ପୁରା ଅଞ୍ଚଳ ରେ ଖୁସି ର ମାହଲ ଆସି ଯାଇଛି। ତେବେ ସେ ମଧ୍ୟ ସୋସିଆଲ ମିଡ଼ିଆ ରେ ତାଙ୍କର କିଛି ଅନୁଭୂତି ସେୟାର କରିଛନ୍ତି।
ତେବେ ସେ କହିଛନ୍ତି କି ଆମ ବାପା ମା ଙ୍କ ର ଆମେ ୬ ଜଣ ଝିଅ ଆଉ ପୁଅ ନାହିଁ ବୋଲି ସେମାନେ ବହୁତ ମନ କଷ୍ଟ କରନ୍ତି। ବାପା ଙ୍କ ର ଏକ ଜଳଖିଆ ଦୋକାନ ଥିଲା ଯେଉଁ ଥିରେ ସେ ବରା ଓ କାକରା ବିକ୍ରି କରି ତାଙ୍କୁ ପାଠ ପଢେଇଥିଲେ ଆଉ ଏଥିରେ ତାଙ୍କର ଭଉଣୀ ମାନେ ତାଙ୍କୁ ସହଯୋଗ କରୁଥିଲେ। ତେବେ ସେ ଦଶମ ଶ୍ରେଣୀ ଉତ୍ତୀର୍ଣ୍ଣ କରିବା ପରେ ଯୁକ୍ତ ଦୁଇ ବିଜ୍ଞାନ ପଢିଥିଲେ ଆଉ ପରେ ଯୁକ୍ତ ତିନି କେମେଷ୍ଟ୍ରି ରେ ପଢିଲେ। ତା ପରେ ସେ ଲୋ କଲେଜ ରେ ଆଡ଼ମିଶନ ନେଇଥିଲେ ଆଉ ଲୋ କଲେଜ ରେ ଟପର ମଧ୍ୟ ହେଲେ ।
ତେବେ ପରେ ସେ ୨୦୧୬ ମସିହା ରେ କଟକ ରେ ଏକ କୋଚିଂ ସେଣ୍ଟର ରେ OJS ପରୀକ୍ଷା ପାଇଁ କୋଚିଂ ନେଇଥିଲେ। ମାତ୍ର ପରେ ଘରକୁ ଫେରି ଆସିଥିଲେ ଆଉ ଘରକୁ ଆସିବା ପରେ ସେ ଜଣେ ସରକାରୀ ଓକିଲ ଭାବରେ ବାରିପଦା କୋର୍ଟ ରେ କାର୍ଯ୍ୟ କରୁଥିଲେ। ତେବେ ଏହି ମଧ୍ୟରେ ତାଙ୍କର ବିବାହ ମଧ୍ୟ ଶେଷ ହୋଇଥିଲା। ଆଉ ୨୦୨୧ ରେ ସେ OJS ପରୀକ୍ଷା ଦେଇଥିଲେ ଯାହାର ରେଜଲ୍ଟ ଆସିବା ପରେ ଜଣା ପଡିଥିଲା କି ସେ ୧୪ ତମ ରେଙ୍କ ରେ ପରୀକ୍ଷା ରେ ଉତ୍ତୀର୍ଣ୍ଣ ହୋଇଛନ୍ତି ବୋଲି। ତେବେ ତାଙ୍କର ଏହି ସଫଳତା କୁ ନେଇ ଚାରିଆଡେ ବର୍ତ୍ତମାନ ଚର୍ଚ୍ଚା ଚାଲିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।