ବର୍ଷ ବର୍ଷ ଧରି ମୋ ଦେହ କୁ ଉପଭୋଗ କଲୁ ଆଉ ଏବେ ନୀଚ ଜାତି କହି ଘରୁ ବାହାର କରିଦେଲୁ ।ବନ୍ଧୁମାନେ ନୀତିଦିନ ସୋସିଆଲ ମେଡିଆରେ ପ୍ରେମ ପ୍ରତାରଣା ଓ ଧୋକା କୁ ନେଇ ଅନେକ ନ୍ୟୁଜ ଦେଖିବାକୁ ମିଳୁଛି ।ଆଉ ଆଜିବି ଗୋଟିଏ ଘଟଣା ସୋସିଆଲ ମେଡିଆରେ ନଜର ଆସିଛି ଯେଉଁଠି 6 ବର୍ଷର ସମ୍ପର୍କ ଭାଗିଯାଇଛି ଜାତି କୁ ନେଇ ।
ପ୍ରଥମେ ପ୍ରେମ ତାପରେ ବିବାହ ଆଉ ତାପରେ ଦଳିତ ଜାତି କହି ଘରୁ ବାହାର କରିଦେବା ପରେ ରାସ୍ତାରେ ବସିଛନ୍ତି ଯୁବତୀ, ତେବେ ସମ୍ପୂର୍ଣ୍ଣ ଘଟଣା କଣ ଥିଲା ଆସନ୍ତୁ ଜାଣିବା ।
ବର୍ତ୍ତମାନ ପ୍ରେମ ଓ ଭଲପାଇବା ଗୁଡ଼ିକ ଟାଇମ ଟେଷ୍ଟେଡ଼ ଅଟେ କିଛି ସମୟ ର ସୁଖ ମେଣ୍ଟିଯିବା ପରେ ଏହି ସମ୍ପର୍କର ସତ ବାହାରକୁ ଆସିଯାଏ ।ଆଉ ଏହିପରି ଅନେକ ଘଟଣା ନୀତିଦିନ ଅସମ ଆଖି ଆଗରେ ନଜର ପଡୁଥିଲେ ବି ଏହି ଭୁଲ ବାରମ୍ବାର କରୁଛନ୍ତି ଆଜିର ଯୁବପିଢ଼ି ।ତେବେ ସ୍ମୃତି ନାମକ ଭଦ୍ରକ ର ଜଣେ ଯୁବତୀ ପ୍ରଥମେ ପ୍ରେମ ଆଉ ତାପରେ ବିବାହ କରିବା ପରେ ତାପରେ ତାଙ୍କ ସ୍ୱାମୀ ଓ ଶାଶୁଘରେ ଦଳିତ ଜାତି କହି ଘରୁ ବାହାର କରିଦେଇଛନ୍ତ ।
ଭଦ୍ରକ ଜିଲ୍ଲା ତିହିଡି ଥାନା ଭାତବଡା ପଞ୍ଚାୟତ ର ସିଂଗଡା ଗାଁରେ, ତେବେ ଏହି ଗାଁର ପ୍ରଭାସ ରଥ ଙ୍କ ସହିତ ଧୂସୁରି ଥାନା ଖଡିଭାଁରା ଗାଁର ସ୍ମୃତି ଦାସ ଙ୍କ ସହିତ 2016 ରୁ ଦୁହିଁଙ୍କ ଭିତରେ ପ୍ରେମ ସମ୍ପର୍କ ଗଡି ଉଠିଥିଲା ।ତେବେ ପ୍ରଭାସ ବ୍ରାହ୍ମଣ ଓ ସ୍ମୃତି ଦଳିତ ଜାତିର ହେଇଥିବାରୁ ପରିବାର ଲୋକ ଏହି ସମ୍ପର୍କକୁ ସମର୍ଥନ ଦେଇ ନ୍ୟହିଲେ ।ଆଉ ପରବର୍ତୀ ସମୟରେ 2019 ମସିହାରେ ପ୍ରଭାସ ସ୍ମୃତି ଙ୍କୁ ନେଇ ଭୁବନେଶ୍ୱର ଚାଲି ଯାଇଥିଲେ ।ଏହାପରେ ପୁଣି 2020 ମସିହା ନଭେମ୍ବର ମାସରେ ଉଭୟ ଭଦ୍ରକ ଆସି ନୋଟାରି ରେ ବିବାହ କରିଥିଲେ ଓ ପରେ ଉଭୟ ପରିବାର ଉପସ୍ଥିତି ରେ ଲୋକନାଥ ମନ୍ଦିରରେ ରୀତିନୀତି ଅନୁସାରେ ବି ବିବାହ ସମ୍ପନ୍ନ ହେଇଥିଲା ।
ତେବେ ବିବାହ ପରେ ପ୍ରଭାସ ଓ ସ୍ମୃତି ହାଇଦ୍ରାବାଦ ଚାଲି ଯାଇଥିଲେ କିନ୍ତୁ କିଛି ଦିନ ପରେ ପ୍ରଭାସ ଚାକିରୀ ବଦଳି କଥା କହି ସ୍ମୃତିଙ୍କୁ ଆଣି ଘରେ ଛାଡ଼ି ଦେଇଥିଲେ ।ହେଲେ ଘରେ କିଛିଦିନ ରହିବା ପରେ ଶାଶୁଘର ଲୋକ ସ୍ମୃତି ଙ୍କୁ ଦଳିତ ଜାତି କହି ଘରୁ ବାହାର କରିଥିଲେ ଓ ଜାତି କରିବା ପାଇଁ 3 ଲକ୍ଷ ଟଙ୍କା ମାଗିଥିଲେ ।ଆଉ ଏହି ସବୁ କଥା ବିଷୟରେ ସ୍ମୃତି ଯେତେବେଳେ ପ୍ରଭାସ ଙ୍କୁ ଜଣାଇଥିଲେ ସେତେବେଳେ ପ୍ରଭାସ ବି ନିଜ ପରିବାର କଥାରେ ସହମତି ଥିଲେ ଓ ପରେ ସ୍ମୃତି ଯେତେ ଫୋନ କଲେ ବି ପ୍ରଭାସ ରିସିଭ କରି ନଥିଲେ ।ତେବେ ଏହି ସବୁ ଘଟଣା ପରେ ପୋଲିସ ର ଦ୍ୱାରସ୍ଥ ହେଇଛନ୍ତି ସ୍ମୃତି ଆଉ ନ୍ୟାୟ ର ଅପେକ୍ଷା କରିଛନ୍ତି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।