Daily news update , Real odisha local news

ବୋଉ ଲୋ ମୁଁ ଝିଅ ବୋଲି ତୁ ମନ ଦୁଃଖ କରୁଛୁ କି ମୁଁ ପୁଅମାନଙ୍କ ଠାରୁ କିଛି କମ ନୁହେଁ, ଦେଖନ୍ତୁ କୁନି ଝିଅର ଏହି ଭାଇରାଲ Video

0 364

ଏମିତି ଝିଅ ଥିଲେ ଆଉ ପୁଅ ଲୋଡିବେ ନାହିଁ ବାପାମାଆ, ତେବେ ବନ୍ଧୁମାନେ ଏହି କଥା କହିବା ପଛରେ କିଛି ଏମିତି ଦୃଶ୍ୟ ରହିଛି ଯାହା ଦେଖିଲେ ଆପଣ ବି ମାନିବାକୁ ରାଜି ହେବେ ଏମିତି ଗୋଟାଏ ଝିଅ ଶହେ ପୁଅକୁ ବଳିଯିବେ ।ତେବେ ବର୍ତ୍ତମାନ ସମୟରେ ଯେଉଁଠି ସବୁ ବାପାମାଆ ଚାହାଁନ୍ତି ପୁଅ ଟିଏ ଯିଏ ବୁଡ଼ା ବୟସରେ ମାଆବାପା ର ସାହାରା ହେବ ।କିନ୍ତୁ ବର୍ତ୍ତମାନ ସମୟରେ ବୁଡ଼ା ବୁୟସରେ ପୁଅ ଥାଇ ବି ବାପା ଯେମିତି ବାର ଦୁଆର ହେଉଛନ୍ତି ତାହା ଦେଖି ଜାଣି ପାରୁଥିବେ ପୁଅ ରହିବା ନରହିବା ସହିତ ସମାନ ଅଟେ ।

କିନ୍ତୁ ଥରେ ଭାବିଲେ ଯଦି ପୁଅ ଟିଏ ଜାଗାରେ ଝିଅଟିଏ ହେଇଥାନ୍ତା ତେବେ ସେ କଣ ନିଜ ବାପାମାଆ ଙ୍କୁ ଏମିତି ଅନାଦର କରିଥାନ୍ତା ।

ଆମ ସମାଜରେ ଝିଅ ଜନ୍ମ ହେଲା ମାନେ ତାକୁ ବୋଝ ପରି ମାନି ନିଆ ଯାଏ ।ତେବେ ଥରେ ଚିନ୍ତା କରି ଦେଖନ୍ତୁ ଝିଅଟିଏ ଜନ୍ମ ପରେ ନିଜ ବୋଝ ସହିତ ସମସ୍ତଙ୍କ କାମରେ ହାତ ବାଣ୍ଟି ବୋଝ କମାଇ ଥାଏ, ହେକେ ଏଥିପ୍ରତି କାହାର ନଜର ନଥାଏ ।କିନ୍ତୁ ଆଜିର ଏହି ଭିଡ଼ିଓରେ ଦେଖନ୍ତୁ କୁନି ଝିଅଟି ଯାହା ଓଜନ ଯେତିକି ନୁହେଁ ତାଠାରୁ ଅଧିକ ଓଜନ ଉଠାଇ ମାଆ ଦୁଃଖ ଦୂର କରୁଛି

ହଁ ବନ୍ଧୁମାନେ ଏକ ବର୍ତ୍ତମାନ ସୋସିଆଲ ମେଡିଆରେ ଏକ ଭିଡ଼ିଓ ଖୁବ ଚଞ୍ଚଲ୍ୟ ସୃଷ୍ଟି କରିଛି, ଆଉ ଏହାର କାରଣ ହେଉଛି କୁନି ଝିଅର ଅଦ୍ଭୁତ କାମ ।ଛୋଟ ଝିଟି ଖୁବ କମରେ 4ରୁ 5 ବର୍ଷର ହେବ ହେଲେ ଦେଖନ୍ତୁ ତ କକ୍ଷରେ ଢାଳ ଆଉ ହାତରେ ବାଲଟି ଧରି ପାଣି ଟେକି ନେଇ ଆସୁଛି ।ମଝିରେ ମଝିରେ କଷ୍ଟ ହେଲେ ଛିଡା ହେଇ ଯାଉଛି ପୁଣି ବାଲଟି ଧରି ଆଗକୁ ଯାଉଛି ।ଆଉ ସେତିକି ନୁହେଁ ମାଆ ପାଖରେ ପାଣି ରଖି ଦେଇ ମାଆ ର ରୋଷେଇରେ ବି ସାହାଯ୍ୟ କରୁଛି ।ତେବେ ଏମିତି ଭିଡ଼ିଓ ଖୁବ ନିଆରା ଅଟେ ଯାହା ଯିଏ ଦେଖୁଚି ତାର ଆଖି ଛଳ ଛଳ ହେଇ ଯାଉଛି ।

ବନ୍ଧୁମାନେ ଆପଣ ଏହି ଦୃଶ୍ୟ ଦେଖି ଜାଣି ପାରୁଥିବେ ଝିଅଟିକୁ ଯେତେ ଅଣଦେଖା କଲେ ବି ସେ ଛୋଟ ବେଳୁ କେବେ ବି ନିଜ ବାପାମାଆ ଙ୍କ ହାତ ଚଡି ନଥାଏ ।କିନ୍ତୁ ଆଜିର ଆମର ଏହି ସଭ୍ୟ ସମାଜ ଆଖିରେ କେବେ ଏହା ଦେଖା ଯାଏନା, ସେଥିପାଇଁ କେତେବେଳେ ଝିଅ ଜନ୍ମ ହେବା ପୂର୍ବରୁ ତାର ତଣ୍ଟି ଚିପି ମାରି ଦେଲେଣି ତ କେତେବେଳେ ନବଜାତ ଝିଅକୁ ଅଳିଆ ଗଡରେ ଫିଙ୍ଗି ଦେଲେଣି ।ତେବେ ସେହି ବ୍ୟଜଟି ଥରେ ଏହି ଭିଡ଼ିଓ ଦେଖନ୍ତୁ ଜାଣି ପାରିବେ ଆପଣ କେତେ ବଡ଼ ଭୁଲ ଧାଟଣା ଭିତରେ ଅଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.