ବର୍ତ୍ତମାନ ର ଏହି ଆଧୁନିକ ଯୁଗର ପ୍ରେମ ଓ ପୁରାତନ ଯୁଗ ର ପ୍ରେମ ମଧ୍ୟରେ ଆକାଶ ଓ ପାତାଳ ର ଫରକ ରହିଛି । ପୂର୍ବ କାଳରେ ପ୍ରେମ ଥିଲା ଏକ ପ୍ରକାରର ପବିତ୍ର ସମ୍ପର୍କ ଯେଉଁଥିରେ ଥିଲା ସତ ଭଲ ପାଇବା , ବିଶ୍ୱାସ ଓ ପବିତ୍ରତା ତଥା ପରସ୍ପର ପ୍ରତି ସମ୍ମାନ କିନ୍ତୁ ବର୍ତ୍ତମାନର ପ୍ରେମ ରେ ରହିଛି କେବଳ ସ୍ଵାର୍ଥପରତା ,ଲୋଭ ଓ କାମନା ର ବଶବର୍ତ୍ତୀ ତଥା ଧକ୍କା । ତେବେ ଏବେର ଯୁବ ପିଢୀ ପ୍ରେମର ଅର୍ଥ ଶାରୀରିକ ସମ୍ବନ୍ଧ ବୋଲି ମାନେକରୁଛନ୍ତି ବୋଲି କହିଲେ କିଛି ଅତୃପ୍ତ ହେବ ନାହିଁ ।ଆଉ ସ୍ଵାର୍ଥ ସରିବା ପରେ ଭୁଲି ଯାଉଛନ୍ତି ସବୁ କିଛି।
ତେବେ ଏହିଭଳି ଏକ ଘଟଣା କୁ ନେଇ ସୋସିଆଲ ମିଡ଼ିଆ ରେ ଖୁବ ଚର୍ଚ୍ଚା ଚାଲିଛି ଯେଉଁ ଠାରେ ପ୍ରେମ କରିବା ଜଣେ ଯୁବତୀ ଙ୍କ ପାଇଁ ବହୁତ ଭାରି ପଡିଛି ଆଉ ଶେଷ ରେ ସେ ନିଜର ଜୀବନ ହରେଇ ଦେଇଛନ୍ତି। ତେବେ ଏହିପରି ଘଟଣା ଟି ହେଉଛି କଟକ ର ସାଲେପୁର ର ।ତେବେ ସାଲେପୁର ର ଅନନ୍ତ ମଲିକ ଙ୍କ ଝିଅ ଆରତୀ ମଲିକ ସେହି ପାଖ ଅଞ୍ଚଳ ର ସୁନୀଲ ନାମକ ଜଣେ ଯୁବକ ଙ୍କୁ ଭଲ ପାଉଥିଲେ। ତେବେ ଉଭୟ ଙ୍କ ମଧ୍ୟରେ ଭଲ ପାଇବା ସହ କିଛି ଆନ୍ତରିକ ସମ୍ପର୍କ ମଧ୍ୟ ସ୍ଥାପନ ହୋଇଥିଲା।
ଆଉ ଏହାର ଫାଇଦା ଉଠାଇ ଯୁବକ ଜଣଙ୍କ ଯୁବତୀ ଙ୍କୁ ସେହି ଆନ୍ତରିକ ମୁହୂର୍ତ୍ତ ର ଭିଡ଼ିଓ ଦେଖାଇ ବ୍ଲାକମେଲ କରୁଥିଲେ ଆଉ ତାଙ୍କୁ ବାଧ୍ୟ କରୁଥିଲେ ଖରାପ କାର୍ଯ୍ୟ କରିବା ପାଇଁ। ମାତ୍ର ଯୁବତୀ ଜଣଙ୍କ ସେତେବେଳେ ବୁଝି ପାରିଥିଲେ କି ସେ ଭଲ ପାଇ ବହୁତ ବଡ଼ ଭୁଲ କରିଛନ୍ତି ବୋଲି ତେଣୁ ସେ ଯୁବକ ଙ୍କ ଠାରୁ ଦୂରେଇ ଯାଇଥିଲେ। ମାତ୍ର ଯୁବକ ଜଣଙ୍କ ତାଙ୍କ ପିଛା ଛାଡି ନଥିଲେ , ପରେ ତାଙ୍କର ଫୋଟ କୁ ସୋସିଆଲ ମିଡ଼ିଆ ରେ ସେୟାର କରିବାର ଧମକ ମଧ୍ୟ ଦେଉଥିଲେ।
ଯୁବତୀ ଜଣଙ୍କ ଯେତେବେଳେ ଘରୁ ବାହାର କୁ ଆସୁଥିଲେ ସେ ତାଙ୍କୁ ବ୍ଲାକମେଲ କରୁଥିଲେ ଏବଂ ରାସ୍ତା ରେ ତାଙ୍କୁ ହଇରାଣ କରିଥିଲେ। ତେବେ ଏତିକି ରେ ମନ ବୁଝିଲା ନାହିଁ ଯେ ଶେଷ ରେ ଆରତୀ ଙ୍କ ଫୋଟ ସେ ସୋସିଆଲ ମିଡ଼ିଆ ରେ ସେୟାର କରିଦେଲେ। ଆଉ ଏହାକୁ ସହି ନପାରି ଯୁବତୀ ଜଣଙ୍କ ଫାଶୀ ଲଗାଇ ଆତ୍ମହତ୍ୟା କରି ଦେଇଛନ୍ତି। ତେବେ ନିଜ ଝିଅ କୁ ହରେଇବା ପରେ ବର୍ତ୍ତମାନ ପରିବାର ଲୋକେ ଥାନା ରେ ଅଭିଯୋଗ କରିଛନ୍ତି ଏବଂ ତାଙ୍କ ଝିଅ କୁ ନ୍ୟାୟ ମିଳୁ ବୋଲି ଦାବି କରିଛନ୍ତି। ତେବେ ବନ୍ଧୁଗଣ ଆପଣ ମାନେ ପ୍ରେମ କରିବା ଆଗରୁ ଥରେ ଭଲ ଭାବରେ ଭାବିନେବେ ନଚେତ କାଲି ଆରତୀ ଙ୍କ ପରି ଆପଣ ଙ୍କ ଜୀବନ ସହ ମଧ୍ୟ କେହି ଖେଳି ପାରନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।