Beauty Tips – ହଳଦୀରେ ମିଶାଇ ଦିଅନ୍ତୁ ବାସ୍ ଏହି ଗୋଟିଏ ଜିନିଷ, ମୁହଁ ହିରା ଭଳି ଚମକିବ ବିଶ୍ୱାସ କରିପାରିବେ ନାହିଁ
ଫେସରେ ଯେତେବେଳେ ଦାଗ ଓ ବ୍ରଣ ବାହାରି ଥାଏ ସେତେବେଳେ ଆପଣଙ୍କ ସୌନ୍ଦର୍ଯ୍ୟ ଫିକା ପଡିଯାଏ ।ତେବେ କେମିତି ଏହି ଦାଗକୁ ଭଲ କରିବେ ସେଥିପାଇଁ ଆଜି ଆମେ ଆପଣଂକୁ ବହୁତ ଭଲ ରିମେଡି ବିଷୟରେ ଜଣାଇବୁ ।କିନ୍ତୁ ତା ପୂର୍ବରୁ ଜାଣି ରଖନ୍ତୁ ପିଂପଲ ନହେବା ପାଇଁ କଣ କରିବେ ।ରାତିରେ ଶୋଇବା ଆଗରୁ ଫେସରେ ମେକପ ଲଗାଇ ଶୁଅନ୍ତୁ ନାହିଁ ।ବାହାରୁ ଆସିଲେ ଭଲ କରି ଫେସ ଧୋଇବା ଦରକାର, ବ୍ରଣ ବାହାରିଥିଲେ ତାହା ଛୁଅନ୍ତୁ ନାହିଁ କି ବାରମ୍ବାର ଫେସକୁ ଚୁଇବେ ନାହିଁ।ତେବେ ଏବେ ଆସନ୍ତୁ ରିମେଡି ବିଷୟରେ ଜାଣିବା ।
ରିମେଡି ପାଇଁ ଆବଶ୍ୟକ ସାମଗ୍ରୀ:-
-ନିମ୍ବ ପତ୍ର
-ତୁଳସୀ ପତ୍ର
-ପୋଦିନା ପତ୍ର
-ଏଲୋଭେରା ଜେଲ
-ରୋଜ ୱାଟର
-ଗଲିସେରିନ
-ଟି ଫ୍ରି ଏସେନସିଆଲ ଅଏଲ
ରିମେଡି ପ୍ରସ୍ତୁତି ପ୍ରଣାଳୀ:-
-ଏହି ରିମେଡି ତିଆରି କରିବା ପାଇଁ ଆପଣ ପ୍ରଥମେ କିଛି ନିମ୍ବ ପତ୍ର କୁ ଧୋଇ ହାଲୁକା ଶୁଖାଇ ନିଅନ୍ତୁ ।ଠିକ ସେହିପରି ତୁଳସୀ ପତ୍ର ଓ ପୋଦିନା ପତ୍ର ଧୋଇ ଶୁଖାଇ ନିଅନ୍ତୁ ।ଏହାପରେ ସବୁଥିରୁ ଗୋଟିଏ ମୁଠା ପତ୍ର ନେଇ ଗୋଟିଏ ମିଶକ୍ଚର ଜାରରେ ରଖନ୍ତୁ ଆଉ ସେଥିରେ କିଛି ରୋଜ ୱାଟର ମିଶାଇ ଗ୍ରାଣ୍ଡିଂ କରିନିଅନ୍ତୁ ।ଏହାପରେ ସେହି ପତ୍ର ପେଷ୍ଟକୁ ଗୋଟିଏ କପଡ଼ାରେ ରଖି ସେହିଥିରୁ ରସ ବାହାର କରିନିଅନ୍ତୁ ।
-ଏହାପରେ ଆପଣଂକୁ କ୍ରିମ ତିଆରି କରିବାକୁ ପଡିବ ସେଥିପାଇଁ ଗୋଟିଏ ପାତ୍ରରେ 4 ଚାମୁଚ ଏଲୋଭେରା ଜେଲ ନିଅନ୍ତୁ ।ଏବେ ସେହି ପାତ୍ରରେ କିଛି ଗଲିସେରିନ ନିଅନ୍ତୁ ଯାହା ମସଚୁରାଇଜର ପରି କାମ କରିବ ।ଏବେ ସେହି ପତ୍ର ରସ କୁ ନେଇ ସେହି ପାତ୍ରରେ ଦିଅନ୍ତୁ ଆଉ 7 ରୁ 8 ବୁନ୍ଦା ଟି ଫ୍ରି ଏସେନସିଆଲ ଅଏଲ ନେଇ ସବୁକୁ ଭଲ କରି ମିଶାଇ ଏକ ପେଷ୍ଟ ତିଆରି କରନ୍ତୁ ।
ରିମେଡି ର ବ୍ୟବହାର:-
-ଏହି ରିମେଡି କୁ ଆପଣ ରାତିରେ ଲଗେଇ ଦିଅନ୍ତୁ ଆଉ ସକାଳେ ମୁହଁକୁ ଧୋଇ ଦିଅନ୍ତୁ ।ତେବେ ଆପଣ ଚାହିଁଲେ ଫେସରେ ଏହି କ୍ରିମ ଲଗାଇବାର 15 ମିନିଟ ପରେ ଫେସ ଧୋଇ ପାରିବେ ।ତେବେ ଏହି ରିମେଡି ବ୍ୟବହାର କରିବାର ଗୋଟିଏ ସପ୍ତାହ ଭିତରେ ଦେଖି ପାରିବେ ମୁହଁରେ କେମିତି ଗ୍ଲୋ ଆସିଯିବ ଓ ଦାଗ ବ୍ରଣ ଭଲ ହେଇଯିବ ।ଏବେ ଆସନ୍ତୁ ଜାଣିବା ବ୍ରଣ ଭଲ କରିବାର ଆଉ ଗୋଟିଏ ଘରୋଇ ରିମେଡି ।
ରିମେଡି ପାଇଁ ଆବଶ୍ୟକ ସାମଗ୍ରୀ:-
-ହଳଦୀଗୁଣ୍ଡ
-କ୍ଷୀର
ରିମେଡି ତିଆରି ପ୍ରଣାଳୀ ଓ ବ୍ୟବହାର:-
-ଏହି ରିମେଡି ପାଇଁ ଆପଣ ଅଧା ଚାମୁଚ ହଳଦୀଗୁଣ୍ଡ ଏକ ପାତ୍ରରେ ନିଅନ୍ତୁ ଏହା ଏହାପରେ ଏକ ପେଷ୍ଟ ତିଆରି ପାଇଁ ଆବଶ୍ୟକ ମୁତାବକ ସେହି ପାତ୍ରରେ କ୍ଷୀର ନିଅନ୍ତୁ ।ତେବେ ସେହି ଦୁଇଟିକୁ ଗୋଳାଇ ଏକ ପେଷ୍ଟ ତିଆରି କରି ବ୍ରଣ ଉପରେ ଲଗାନ୍ତୁ ଦେଖିବେ ବ୍ରଣ ଧୀରେ ଧୀରେ ଭଲ ହେଇଯିବ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।
Comments are closed.