ବନ୍ଧୁମାନେ ଆମ ମୁହଁ ହେଉଛି ସୁନ୍ଦରତା ର ମୁଖ୍ୟ ଆକର୍ଷଣ ଅଟେ କିନ୍ତୁ ଯଦି ଏହି ମୁହଁରେ ଟିକିଏ ବି କିଛି ଅସୁବିଧା ହୁଏ ତେବେ ପୁରା ଫେସ ର ରୂପ ରଙ୍ଗ ଖରାପ ଲାଗିଥାଏ ।ତେବେ ସମସ୍ତଙ୍କ ଫେସ ସମାନ ନଥାଏ କିଛି କିଛି ଲୋକ ମାନଙ୍କ ଫେସରେ ଲୋମ ବାଛୁଟି ରହିଥାଏ ।ଆଉ ଏହି ଚୁଟି ନାକ ତଳେ ଥୋଡି ରହିବା ଯୋଗୁଁ ଫେସ ଦେଖିବାକୁ ଭଲ ଲାଗେନାହିଁ ।
ତାହା ଛଡା କେହି ଆପଣଂକୁ ଦେଖିଲେ ତାଙ୍କର ନଜର ପ୍ରଥମେ ଫେସରେ ଥିବା ଅଧିକ ଚୁଟି ଉପରେ ପଡିଥାଏ ଯାହା ଖୁବ ଲଜାର କଥା ଆଟେ ।ତେବେ ଏହି ଚୁଟି କୁ ମୂଳରୁ ଶେଷ କରିବାର ଆମେ ଆଜି ଗୋଟିଏ ସହଜ ଉପାୟ ଆପଣଙ୍କ ପାଇଁ ନେଇ ଆସିଛୁ ।
ତେବେ ଆଜିକାଲି ବହୁତ ଉପାୟ ବାହାରିବା ଶରୀର ରୁ ଚୁଟି ହଠାଇବା ପାଇଁ ଯେପରି ଭ୍ୟାକ୍ସିଂ ଗୋଟିଏ ।ହେଲେ ଏହି ଭ୍ୟାକ୍ସିଂ କଲାବେଳେ ଭୀଷଣ କଷ୍ଟ ହେଇଥାଏ ଆଉ ଏଥିରେ ଅନେକ ଗୁଡିଏ ଟଙ୍କା ବି ଖର୍ଚ୍ଚ କରିବାକୁ ପଡିଥାଏ ।ତେବେ ଏହିସବୁ ସମସ୍ୟା ରୁ ମୁକ୍ତି ପାଇବା ପାଇଁ ଆଜିର ଏହି ଉପାୟ ଖୁବ ଲାଭଦାୟୀ ଅଟେ ।ତେବେ ସେହି ଉପାୟ କଣ ଆସନ୍ତୁ ସେ ବିଷୟରେ ଜାଣିବା ।
ରିମେଡି ପାଇଁ ଆବଶ୍ୟକ ସାମଗ୍ରୀ:-
-ଅଟା
-ହଳଦୀଗୁଣ୍ଡ
-ମହୁ
-କ୍ଷୀର
ରିମେଡି ପ୍ରସ୍ତୁତି ପ୍ରଣାଳୀ:-
-ଏହି ରିମେଡି ତିଆରି କରିବା ପାଇଁ ଆପଣ ଦୁଇ ଚାମଚ ଅଟା ନେଇ ଗୋଟିଏ ପାତ୍ରରେ ରଖନ୍ତୁ ।ଏହାପରେ ସେହି ପାତ୍ରରେ ଅଳ୍ପ ହଳଦୀଗୁଣ୍ଡ ପକାନ୍ତୁ ତାପରେ
ସେଥିରେ 10 ବୁନ୍ଦା ମହୁ ପକାଇ ସବୁକୁ ଗୋଳାଇ ନିଅନ୍ତୁ ।ଶେଷରେ ଆପଣ କ୍ଷୀର ସେହି ପାତ୍ରରେ ପକାଇ ସବୁ ଜିନିଷ କୁ ଭଲ ଭାବରେ ଗୋଳେଇ ଏକ ପେଷ୍ଟ ତିଆରି କରନ୍ତୁ ।
ରିମେଡି ର ବ୍ୟବହାର:-
-ଆପଣ ଯେତେବେଳେ ବି ଏହି ପେଷ୍ଟ କୁ ମୁହଁରେ ଲଗାଇବେ ତା ପୂର୍ବରୁ ମୁହଁକୁ ଭଲ ଭାବରେ ଧୋଇ ନେବେ ଯେମିତି ଫେସରେ କୌଣସି ମେକଅପ ନରହିବ ।ଏହାପରେ ସେହି ପେଷ୍ଟ କୁ ନେଇ ନିଜ ଫେସର ଚୁଟି ଥିବା ଜାଗାରେ ଭଲ ଭାବରେ ଲଗାଇ ନିଅନ୍ତୁ ।ତେବେ ମନେ ରଖିବେ କି ଗାଲରେ ଏହାକୁ ଲଗାଇବେ ନାହିଁ ।
-ତେବେ ପେଷ୍ଟ ଲଗାଇବାର କିଛି ସମୟ ପରେ ତାହା ଶୁଖିଯିବ ତେଣୁ ଆପଣ ସେତେବେଳେ ପେଷ୍ଟ ବାହାର କରିବା ପାଇଁ ପେଷ୍ଟ ର ବିପରୀତ ଦିଗରେ ଘଷିବେ ଆଉ ସେଥିରେ ସବୁ ଚୁଟି ବାହାରି ଆସିବ ।ଏହାପରେ ଆପଣ ଫେସରେ କିଛି ବି ଏକ କ୍ରିମ ଲଗାଇ ନେବେ, ଆଉ ଏମିତି ଦିନେ ଚଡି ଦିନେ ଏହି ପେଷ୍ଟ କୁ ବ୍ୟବହାର କଲେ ଫେସରେ ଚୁଟି ଉଥିବା ବନ୍ଦ ହେଇଯିବ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।