ବନ୍ଧୁଗଣ ସ୍ୱାମୀ ସ୍ତ୍ରୀ ଙ୍କର ସମ୍ପର୍କ ଏକ ପବିତ୍ର ସମ୍ପର୍କ ହୋଇଥାଏ। ଆମ ପୁରାଣ ଶାସ୍ତ୍ରରେ ମଧ୍ୟ ଉଲ୍ଲେଖ ରହିଛି ସ୍ୱାମୀ ସ୍ତ୍ରୀ ମଧ୍ୟରେ ଥିବା ଏକ ପବିତ୍ର ଓ ସ୍ୱତନ୍ତ୍ର ସମ୍ପର୍କ ବିଷୟ ରେ ଯାହାକି ଅନ୍ୟ ସବୁ ସମ୍ପର୍କ ଠାରୁ ବହୁତ ବଡ଼ ହୋଇଥାଏ।
ଏହା ବିଶ୍ୱାସ ,ଭଲ ପାଇବା ଏବଂ ବୁଝାମଣା ର ସଂସାର ହୋଇଥାଏ ଆଉ ଉଭୟ ଉଭୟ ଙ୍କ ପାଇଁ ନିଷ୍ଠା ଭାବ ରଖିଥାନ୍ତି। କିନ୍ତୁ ବର୍ତ୍ତମାନ ର ଟେକ୍ନୋଲୋଜି ତଥା ଆଡ଼ଭାନ୍ସ ଦୁନିଆଁ ରେ ସବୁ ଭୁଲି ଯାଉଛନ୍ତି ଏହାର ବିଶେଷତ୍ୱ। ସାମାନ୍ୟ କଥା କୁ ନେଇ ସ୍ୱାମୀ ସ୍ତ୍ରୀ କୁ ହତ୍ୟା କରୁଛି ତ କେତେବେଳେ ସ୍ତ୍ରୀ ସ୍ୱାମୀ ଙ୍କୁ ହତାଦର କରୁଛି।
ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି ଯାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। ତେବେ ଘଟଣା ଟି ହେଉଛି ରାଜଧାନୀ ର ଭୁବନେଶ୍ୱର ରେ, ଯେଉଁ ଠାରେ ନୟନା ନାମକ ଜଣେ ଯୁବତୀ ଅଭିଯୋଗ ଆଣିଛନ୍ତି କି , ତାଙ୍କର ସ୍ୱାମୀ ତାଙ୍କୁ ଭଲ ପାଇ ବିବାହ କରିଥିଲେ ମାତ୍ର ବର୍ତ୍ତମାନ ସେ ତାଙ୍କୁ ଛାଡି ତଥା ମାନସିକ ଓ ଶାରୀରିକ ନିର୍ଯାତନା ଦେଇ ଅନ୍ୟ ଯୁବତୀ ମାନ ଙ୍କ ସହ ହଟେଲ ରେ ରଙ୍ଗୀନ ରାତି କଟାଉଛନ୍ତି। ତେବେ ଆସନ୍ତୁ ଜାଣିବା କଣ ଥିଲା ସମ୍ପୂର୍ଣ୍ଣ ଘଟଣା।
ସୂଚନା ଅନୁସାରେ , ନୟନା ଭୁବନେଶ୍ୱର ର ଜଣେ ଯୁବକ ଙ୍କୁ ପ୍ରେମ କରୁଥିଲେ ଆଉ ପ୍ରେମ ପରେ ଉଭୟ ବିବାହ କରିଥିଲେ। ଆଉ ବିବାହ ପରେ କିଛି ଦିନ ଉଭୟ ବେଶ ହସ ଖୁସିରେ ରେ ଥିଲେ। ଏହିପରି ଦୁଇ ତିନି ବର୍ଷ ଯିବା ପରେ ନୟନା ଙ୍କ ଉପରେ ପରିବାର ଲୋକେ ନିର୍ଯ୍ୟାତନା ଦେବା ଆରମ୍ଭ କରିଦେଲେ ଆଉ ତାଙ୍କର ସ୍ୱାମୀ ତାଙ୍କୁ ଛାଡି ଅନ୍ୟ ଯୁବତୀ ମାନ ଙ୍କୁ ଡେଟିଂ କରିବାକୁ ଲାଗିଲେ। ତେବେ ଯେତେବେଳେ ଜଣେ ଯୁବତୀ ତାଙ୍କ ସ୍ୱାମୀ ଙ୍କ ନାମ ରେ ଥାନା ରେ ଅଭିଯୋଗ ଆଣିଲେ ସେତେବେଳେ ସେ ଏହା ଜାଣିବା ପାଇଁ ପାଇଥିଲେ। ତେବେ ଏହା ପରେ ତାଙ୍କ ଉପରେ ନିର୍ଯ୍ୟାତନା ଆରମ୍ଭ ହୋଇଗଲା।
ନୟନା ଙ୍କ ର କହିବା ଅନୁସାରେ, ତାଙ୍କର ଶାଶୂ ଶଶୁର ଓ ସ୍ୱାମୀ ମିଶି ତାଙ୍କୁ ବହୁତ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେଇଛନ୍ତି ଏବଂ ତାଙ୍କର ଗର୍ଭପାତ କରିବା ସହ ଏକ ଆଠ ମାସ ର ଶିଶୁ କୁ ମଧ୍ୟ ହତ୍ୟା କରିଛନ୍ତି। ତେବେ ଏହି ସବୁ ଜାଣିବା ପରେ ସେ ଥାନା ରେ ଅଭିଯୋଗ କରିଥିଲେ ସ୍ୱାମୀ ଓ ପରିବାର ଲୋକଙ୍କ ବିରୋଧ ରେ ମାତ୍ର ଆଜି ଯାଏ ପୋଲିସ ତାଙ୍କ ଉପରେ କୌଣସି ଆକ୍ସନ ନେଉ ନଥିବା ସେ ଅଭିଯୋଗ କରିଛନ୍ତି। ତେବେ ଏହି ଘଟଣା ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବା ରେ ଲାଗିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।