ବନ୍ଧୁଗଣ ବର୍ତ୍ତମାନ ଆମେ ଟେକ୍ନୋଲୋଜି ତଥା ସୋସିଆଲ ମିଡ଼ିଆ ସହ ବେଶ ଜଡିତ ଅଟୁ। ଏବଂ ବର୍ତ୍ତମାନ ର ଦୁନିଆଁ ରେ ସୋସିଆଲ ମିଡ଼ିଆ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ତେବେ ଏହି ମିଡ଼ିଆ ସାହାଯ୍ୟ ରେ ଆମେ ସମସ୍ତ ଖବର ବିଷୟରେ ଜାଣିପାରୁ।
ତେବେ ଏହି ସୋସିଆଲ ମିଡ଼ିଆ ମାଧ୍ୟମରେ ଆପଣ ଏହିପରି ଅନେକ ଭିଡ଼ିଓ ଦେଖିଥାଉ କିଛି ରେ ଆମେ ଜ୍ଞାନ ଆହରଣ କରିଥାଉ ତ ଆଉ କେତେକ ରେ ମଜା ମସ୍ତି। ମାତ୍ର କେବେ କେବେ ସୋସିଆଲ ମିଡ଼ିଆ ରେ ଏହିପରି କିଛି ଭିଡିଓ ଆମ ଆଗକୁ ଆସିଯାଇ ଥାଏ ଯାହାକୁ ଦେଖିଲେ ଆମେ ଆଶ୍ଚର୍ଯ୍ୟ ଚକିତ ହୋଇଯାଉ।ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହିପରି ଏକ ଭିଡ଼ିଓ ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣ ଙ୍କ ଆଖି ଖୋଲା କୁ ଖୋଲା ରହିଯିବ।
ତେବେ ବର୍ତ୍ତମାନ ଏହିପରି କିଛି ଘଟଣା ଦେଖିବା କୁ ମିଳିଛି ଓଡ଼ିଶାର ତିନୋଟି ଜିଲ୍ଲା ରେ ଯେଉଁ ଠାରେ ଏକ ଭୟଙ୍କର ଶବ୍ଦ ସମସ୍ତ ଙ୍କୁ ଭୟଭୀତ କରି ଦେଇଛି। ଲୋକ ମାନେ ଏହି ଶବ୍ଦ ଶୁଣିବା ପରେ ଆତଙ୍କିତ ହୋଇ ଯାଇଛନ୍ତି ଏବଂ ଭୟ ରେ ସବୁ ଘରୁ ବାହାରି ପଳେଇ ଆସିଛନ୍ତି।ତେବେ ବର୍ତ୍ତମାନ ଚାରି ଆଡ଼େ ଏହି ଘଟଣା କୁ ନେଇ ଖୁବ ଚର୍ଚ୍ଚା ଚାଲିଛି ତେବେ ସମ୍ପୂର୍ଣ୍ଣ ଘଟଣା ଟି ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। ତେବେ ଆସନ୍ତୁ ଜାଣିବା ଏହି ଆତଙ୍କିତ ଘଟଣା ଟି ବିଷୟ ରେ ।
ସୂଚନାଯୋଗ୍ୟ ଯେ ଆଜି ସକାଳ ପ୍ରାୟ ୧୦ ଟା ୫୦ ରୁ ୧୧ ଟା ମଧ୍ୟରେ ହଠାତ ଏକ ପ୍ରଚଣ୍ଡ ଶବ୍ଦ ରେ ଥରି ଉଠିଛି ଓଡ଼ିଶାର ୩ ଟି ଜିଲ୍ଲା। ଆଉ ସେହି ଜିଲ୍ଲା ଗୁଡ଼ିକ ହେଉଛି ଭଦ୍ରକ, ଯାଜପୁର ଏବଂ କେଉଁଝର ର ଆନନ୍ଦପୁର। ତେବେ ଲୋକଙ୍କ କହିବା ଅନୁସାରେ ହଠାତ ଏକ ପ୍ରଚଣ୍ଡ ଶବ୍ଦ ସେମାନ ଙ୍କୁ ଦୁଇ ଥର ଶୁଣା ଯାଇଥିଲା ଯେଉଁ ଶବ୍ଦ ଶୁଣିଲେ ଏହିପରି ଲାଗୁଥିଲା ଯେପରି କେହି ଜଣେ ଏହି ଅଞ୍ଚଳ ଗୁଡିକ ରେ ବୋମା ବିସ୍ଫୋରଣ କରି ଦେଇଛି ବୋଲି। ଆଉ ଏହି ଶବ୍ଦ ଶୁଣିବା ପରେ ଲୋକ ମାନେ ଅତ୍ୟନ୍ତ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଇଛନ୍ତି ଏବଂ ସମସ୍ତେ ଘରୁ ବାହାରି ପଳେଇ ଆସିଛନ୍ତି।
ତେବେ କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହା ଜଣା ପଡି ନାହିଁ କି ଏହି ଶବ୍ଦ କେଉଁଠୁ ଆସିଛି କାହିଁକି ଏହିପରି ଶବ୍ଦ ହେଉଛି ବୋଲି। ତେବେ ଜଣେ ଗବେଷକ କହିଛନ୍ତି ଯେ ତିନୋଟି କାରଣ ରେ ଏହିଭଳି ଶବ୍ଦ ହୋଇଥାଏ ।ଯଦି କେଉଁଠି ପାଖ ଜଙ୍ଗଲ ରେ ପଥର ଫଟା ହୋଇଥିବ , କିମ୍ବା ଯଦି କେଉଁଠି ଭୁସ୍ୱଳ୍ପନ ହୋଇଥିବା କିମ୍ବା ଅନ୍ୟ ଯାନ୍ତ୍ରିକ ଗବେଷଣା ହୋଇଥିବ ସେତେବେଳେ ଏହିପରି ଶବ୍ଦ ଆସିବା ନେଇ ଆପଣ ଅନୁମାନ କରି ପାରିବେ। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଜଣା ପଡି ନାହିଁ କି ଏହି ଭୟଙ୍କର ଶବ୍ଦ କେଉଁଠି ଆସିଅଛି ବୋଲି। କିନ୍ତୁ ଲୋକେ ଭୟଭୀତ ହୋଇଥିବା ଜଣା ଯାଉଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।