ସୋସିଆଲ ମିଡ଼ିଆ ରେ ଆମ ଓତଃପ୍ରୋତ ଭାବରେ ଜଡିତ ଅଟୁ , ତେବେ ଏହି ମିଡ଼ିଆ ରେ ଆମେ ଅନେକ ପ୍ରକାରର ଘଟଣା ଓ ଦୁର୍ଘଟଣା ବିଷୟରେ ଭିଡିଓ ସବୁ ଦେଖିବାକୁ ପାଇଥାଉ। ମାତ୍ର କେବେ କେବେ ଏହି ସୋସିଆଲ ମିଡ଼ିଆ ରେ ଏପରି କିଛି କମେଡି ଭିଡ଼ିଓ ଭାଇରାଲ ହୋଇଥାଏ ଯାହାକୁ ଦେଖିଲେ ଆମେ ଅତ୍ୟନ୍ତ ଭୟଭୀତ ହେବା ସହ ଆଶ୍ଚର୍ଯ୍ୟ ଚକିତ ମଧ୍ୟ ହୋଇ ଯାଇଥାଉ।
ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହିପରି ଏକ ଘଟଣା ନିଆଁ ଭଳି ଭାଇରାଲ ହେବାରେ ଲାଗିଛି ଯାହା ବିଷୟ ରେ ଜାଣିବା ପରେ ଆପଣ ଙ୍କ ର ଆଖି ଖୋଲା କୁ ଖୋଲା ରହିଯିବ।
ତେବେ ଘଟଣା ଟି କିଛି ଏହିପରି ଥିଲା କି , ବିମାନ ମଧ୍ୟରେ ଜଣେ ଯୁବକ ନିଶାଗ୍ରସ୍ତ ହୋଇ ଜଣେ ମହିଳା ଙ୍କ ଉପରେ ପରିସ୍ରା କରି ଦେଇଥିଲେ। ତେବେ ଘଟଣା ଟି କିଛି ମାସ ପୁରୁଣା ଅଟେ ,କିନ୍ତୁ ବର୍ତ୍ତମାନ ସେହି ବିବାଦ କୁ ନେଇ ବର୍ତ୍ତମାନ ସମ୍ପୂର୍କ୍ତ ଯୁବକ ଜଣଙ୍କ ଜେଲ କୁ ବନ୍ଧା ହୋଇ ଯିବେ। ତେବେ ଘଟଣା ଟି ହେଉଛି ଡିସେମ୍ବର ୧୯ ର ,ଏହି ଦିନ ବିମାନ ମଧ୍ୟରେ ଶଙ୍କର ମିଶ୍ର ନାମକ ଜଣେ ବ୍ୟକ୍ତି ବିମାନ ରେ ଥିବା ଜଣେ ମହିଳା ଙ୍କ ଉପରେ ପରିସ୍ରା କରି ଦେଇଥିଲେ।
ତେବେ ଏହା ପରେ ବିମାନ ମଧ୍ୟରେ ସୃଷ୍ଟି ହୋଇଥିଲା ଏକ ଅଭାବନୀୟ ପରିସ୍ଥିତି ମାତ୍ର ଶଙ୍କର ପରେ ନିଜର ଭୁଲ ଜାଣିପାରିବା ପରେ ମହିଳା ଙ୍କୁ ହାତ ଯୋଡି କ୍ଷମା ମାଗିଥିଲେ।ଏବଂ ବିମାନ ର କିଛି ଲୋକ ଆସି ଏହି ସମସ୍ୟା ର ଆପସ ସମାଧାନ କରିଥିଲେ ଏବଂ ମହିଳା ଙ୍କ ଡ୍ରେସ ସଫା କରିବା ନିମନ୍ତେ ତାଙ୍କୁ ୧୫ ହଜାର ଟଙ୍କା ଦେଇଥିଲେ ଶଙ୍କର। ମାତ୍ର ଏହା ବିଷୟ ରେ ଏକ ମାସ ପରେ ମହିଳା ଙ୍କ ଝିଅ ଜାଣିବା ପରେ ସେ ଶଙ୍କର ଙ୍କ ଟଙ୍କା ଫେରାଇବା ପାଇଁ କହିଥିଲେ ଏବଂ କୋର୍ଟ ରେ ମାମଲା ରୁଜ୍ଜୁ କରିଥିଲେ।
ତେବେ ଆପସ ସମାଧାନ ହୋଇଥିବା ଏହି ଘଟଣା କୁ ପୁଣି ଥରେ କୋର୍ଟ ପର୍ଯ୍ୟନ୍ତ ନେଇକି ଯାଇଥିଲେ ମହିଳା ଙ୍କ ଝିଅ। ଆଉ ଅଭିଯୋଗ ପରେ କୋର୍ଟ ରୁ ଶଙ୍କର ମିଶ୍ର ଙ୍କୁ ନୋଟିସ ଆସିଥିଲା ତେବେ , ଶଙ୍କର ମିଶ୍ର ୧୪ ଦିନ ପାଇଁ ଜେଲ ମଧ୍ୟ ଯିବେ ବୋଲି ସୂଚନା ରହିଛି। ତେବେ ଘଟଣା ଟି ଖୁବ ଭାଇରାଲ ହେବା ରେ ଲାଗିଛି। ତେବେ ଏହା ପ୍ରଥମ ଘଟଣା ନୁହେଁ ଆଗରୁ ମଧ୍ୟ ଅନେକ ସମୟ ରେ ମଦ୍ୟପାନ କରିଥିବା ବ୍ୟକ୍ତି ମାନେ ଏହିପରି ଅନ୍ୟ ଯାତ୍ରୀ ଙ୍କ ଉପରେ ପରିସ୍ରା କରିଥିବା ଘଟଣା ଦେଖିବାକୁ ମିଳିଥିଲା। ତେବେ କିନ୍ତୁ ଏହି ଘଟଣା କୁ ନେଇ ମିଡ଼ିଆ ରେ ଖୁବ ଚର୍ଚ୍ଚା ଚାଲିଛି ଏବଂ ଏହାକୁ ଖୁବ ନିନ୍ଦା କରିଛନ୍ତି ମଧ୍ୟ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।