Daily news update , Real odisha local news

ବିଶେଷ / ଭାଇରାଲ ଭୁବନେଶ୍ୱର ଝିଅକୁ ସୁରଟ ରେ ମାରିଦେଲା ବୟଫ୍ରେଣ୍ଡ , ୪୯ ଖଣ୍ଡ କରି କାଟି ପକାଇଲା ପ୍ରେମିକ..

0 4,373

ପୁଣି ଥରେ ସୁରଟ ରୁ ଆସିଛି ଏକ ଚଞ୍ଚଲ୍ୟକର ଘଟଣା , ଦିଲ୍ଲୀ ର ଶ୍ରଦ୍ଧା ହତ୍ୟାକାଣ୍ଡ ର ହୋଇଛି ପୁନରାବୃତ୍ତି। ଲିଭ ଇନ ରେ ରହୁଥିବା ପ୍ରେମିକା ବିବାହ ପାଇଁ ଜିଦି କରିବା ରୁ ନୃଶଂସ ସାଜିଛି ପ୍ରେମିକ ଆଉ ପ୍ରେମିକା କୁ ହତ୍ୟା କରିବା ପରେ ତାର ଶରୀର କୁ ଖଣ୍ଡ ଖଣ୍ଡ କରି ୪୯ ଖଣ୍ଡ ରେ କାଟି ପକେଇଛି ପ୍ରେମିକ।

ବନ୍ଧୁଗଣ ସୁରଟ ର ଏହି ଘଟଣା ଟି ବିଷୟ ରେ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ, ଏବଂ ପ୍ରେମ ଉପରୁ ଆପଣ ଙ୍କ ର ବିଶ୍ୱାସ ଉଠିଯିବ।

ଏହି ଆଧୁନିକ ଯୁଗର ପ୍ରେମ ଓ ପୁରାତନ ଯୁଗ ର ପ୍ରେମ ମଧ୍ୟରେ ଆକାଶ ଓ ପାତାଳ ର ଫରକ ରହିଛି । ପୂର୍ବ କାଳରେ ପ୍ରେମ ଥିଲା ଏକ ପ୍ରକାରର ପବିତ୍ର ସମ୍ପର୍କ ଯେଉଁଥିରେ ଥିଲା ସତ ଭଲ ପାଇବା , ବିଶ୍ୱାସ ଓ ପବିତ୍ରତା ତଥା ପରସ୍ପର ପ୍ରତି ସମ୍ମାନ କିନ୍ତୁ ବର୍ତ୍ତମାନର ପ୍ରେମ ରେ ରହିଛି କେବଳ ସ୍ଵାର୍ଥପରତା ,ଲୋଭ ଓ କାମନା ର ବଶବର୍ତ୍ତୀ ତଥା ଧକ୍କା । ତେବେ ଏବେର ଯୁବ ପିଢୀ ପ୍ରେମର ଅର୍ଥ ଶାରୀରିକ ସମ୍ବନ୍ଧ ବୋଲି ମାନେକରୁଛନ୍ତି ବୋଲି କହିଲେ କିଛି ଅତୃପ୍ତ ହେବ ନାହିଁ ।ଆଉ ସ୍ଵାର୍ଥ ସରିବା ପରେ ଭୁଲି ଯାଉଛନ୍ତି ସବୁ କିଛି। ନିଜ ଦେହ ର ଭୋକ ମେଣ୍ଟି ଯିବା ପରେ କେବଳ ରହୁଛି ପ୍ରତାରଣା।

ତେବେ ଘଟଣା ଟି କିଛି ଏହିପରି ଥିଲା କି ଭୁବନେଶ୍ୱର ର ଲୋନୀ ନାମକ ଜଣେ ଯୁବତୀ ସୁରଟ ରେ ରହୁଥିବା ଜଗନ୍ନାଥ ଗୌଡ଼ ଙ୍କୁ ପ୍ରେମ କରୁଥିଲେ। ଆଉ ତାଙ୍କ ପ୍ରେମ ରେ ପଡି ଏହିପରି ପାଗଳ ହୋଇଗଲେ କି ଘରୁ ପାଦ କାଢି ତାଙ୍କ ପାଖକୁ ଯିବା କୁ ମଧ୍ୟ ପଛାଇଲେ ନାହିଁ। ତେବେ ଲୋନୀ ଜଗନ୍ନାଥ ଙ୍କୁ ବିବାହ କରିବା ପାଇଁ ଘରେ କହିଥିଲେ, ମାତ୍ର ଘରେ ରାଜି ନହେବା ରୁ ସେ ପରିବାର ଲୋକଙ୍କ ବିରୋଧ ରେ ଯାଇ ସୁରଟ ନିଜ ପ୍ରେମିକ ଜଗନ୍ନାଥ ଙ୍କ ପାଖ କୁ ପଳେଇ ଆସିଥିଲେ।

ଆଉ ସୁରଟ ରେ ସେମାନେ ଲିଭ ଇନ ରିଲେସନ ରେ ଏକାଠି ରହୁଥିଲେ। ତେବେ କିଛି ଦିନ ଯିବା ପରେ ଲୋନୀ ଜଗନ୍ନାଥ ଙ୍କୁ ତାଙ୍କୁ ବିବାହ କରିବା ପାଇଁ କହିଲେ ମାତ୍ର ଜଗନ୍ନାଥ ବିବାହ ପାଇଁ ପ୍ରସ୍ତୁତ ନଥିଲେ। ତେବେ ଏହି କଥା କୁ ନେଇ ଉଭୟ ଙ୍କ ମଧ୍ୟରେ ଝଗଡା ହେଉଥିଲା ଏବଂ ଜଗନ୍ନାଥ ଲୋନୀ ଙ୍କୁ ମାର ପିଟ ମଧ୍ୟ କରୁଥିଲେ। ଆଉ କଥା ଅଧିକ ହେବା ରୁ ଜଗନ୍ନାଥ ରାକ୍ଷସ ପାଲଟି ଯାଇଥିଲେ ଆଉ ଲୋନୀ ଙ୍କୁ ହତ୍ୟା କରି ତାଙ୍କ ଶରୀର କୁ ୪୯ ଖଣ୍ଡ ରେ କାଟି ପକେଇ ଥିଲେ। ଆଉ ଆଫତାତ୍ ପରି ସେହି ଖଣ୍ଡ ଗୁଡିକୁ ଏଣେ ତେଣେ ଫୋପାଡି ଦେଇଥିଲେ। ତେବେ ୧୧୩ ଟି ସିସିଟିଭି ରୁ ସମସ୍ତ ପ୍ରମାଣ ଏକାଠି କରି ଜଗନ୍ନାଥ ଙ୍କୁ ପୋଲିସ ଗିରଫ କରିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.