Daily news update , Real odisha local news

ବ୍ଲକବଷ୍ଟର ଫିଲ୍ମ RRR କୁ ପଛରେ ପକାଇ ଇତିହାସ ରଚିଲା ଓଡ଼ିଆ ଫିଲ୍ମ “ଦମନ”… ଦେଖନ୍ତୁ video

0 1,622

ବନ୍ଧୁଗଣ ଆପଣ ମାନେ ନିଶ୍ଚିତ ଭାବରେ ଜାଣିଥିବେ କି ଓଡ଼ିଆ ସିନେମା “ଦମନ” କୁ ନେଇ ବର୍ତ୍ତମାନ ଚାରିଆଡେ ଖୁବ ଚର୍ଚ୍ଚା ଚାଲିଛି। ତେବେ ଦମନ ଫିଲ୍ମର ସଫଳତା ପରେ ଗୋଟିଏ ପରେ ଗୋଟିଏ ସୁବର୍ଣ୍ଣ ସୁଯୋଗ ମିଳିବାରେ ଲାଗିଛି ଓଲିଉଡ ହିରୋ ବାବୁସାନ ଙ୍କୁ ।

ବନ୍ଧୁମାନେ ଆପଣ ଦେଖୁଥିବେ ବର୍ତ୍ତମାନ ଓଲିଉଡ ସିନେମା ଇଣ୍ଡଷ୍ଟ୍ରିରେ ବାବୁସାନ ଙ୍କର ଦମନ ଫିଲ୍ମ ଏକ ନୂଆ ମୋଡ଼ ଆଣି ଦେଇଛି ।ଆଉ ଦର୍ଶକ ମନେ ମଧ୍ୟ ଏହି ଫିଲ୍ମ ଦେଖି ଖୁବ ଖୁସି ଅଛନ୍ତି ଏବଂ ଏହା ପ୍ରାୟ ଦୁଇ ସପ୍ତାହ ହେବ ସିନେମା ଟି ବେଶ ସଫଳତା ର ସହ ହଲ ରେ ଚାଲିଛି।

ତେବେ କିନ୍ତୁ ବର୍ତ୍ତମାନ ଯାହା ସୂଚନା ରହିଛି ତାହା ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଛି। କାରଣ ବର୍ତ୍ତମାନ ଆମ ଓଡ଼ିଆ ସିନେମା “ଦମନ” ବର୍ତ୍ତମାନ ତେଲୁଗୁ ଫିଲ୍ମ RRR କୁ ଟପି ଯାଇଛି। ତେବେ RRR ସିନେମା ଟି ସାଉଥ ସିନେମା ର ଏକ ଦମଦାର ସିନେମା ଅଟେ ଯାହା କି ଲୋକଙ୍କ ମନରେ ବହୁତ ଭଲପାଇବା ସାଉଁଟି ଥିଲା। ମାତ୍ର ବର୍ତ୍ତମାନ ର ସୂଚନା ଅନୁସାରେ ଓଡ଼ିଆ ସିନେମା ଦମନ ଏହାକୁ ମଧ୍ୟ ଟପି ଯାଇଛି। ତେବେ ସବୁ ସିନେମା କୁ IMBD ତାର ଚାହିଦା ଅନୁସାରେ ରେଟିଙ୍ଗ ଦେଇଥାଏ ଆଉ ଏହି ସଂସ୍ଥା ଅନୁସାରେ RRR ର ରେଟିଙ୍ଗ ୮ ଥିବା ବେଳେ ଦମନ ର ୯.୪ ରହିଛି। ତେବେ ଏହା ନିଶ୍ଚିତ ଭାବରେ ଏକ ଗର୍ଵ ର କଥା।

ତେବେ ପ୍ରଥମ ଥର ଇତିହାସ ରେ ଏକ ଓଡ଼ିଆ ସିନେମା କୁ ସାଉଥ ସିନେମା କୁ ଟକର ଦେବା ରେ ସଫଳତା ହାସଲ କରିଛନ୍ତି। ତେବେ ଆପଣ ମାନେ ଜାଣିଥିବେ କି ଯେଉଁ ସିନେମା “ଦମନ” କୁ ନେଇ ଏତେ ଚର୍ଚ୍ଚା ଚାଲିଛି ତାହା କେଉଁଠି କପି କରାଯାଇ ନାହିଁ କିମ୍ବା କୌଣସି କାହାଣୀ ଉପରେ ମଧ୍ୟ ନୁହେଁ। ବରଂ ଏହା ହେଉଛି ଆମ ଓଡ଼ିଶା ର ମାଲକାନଗିରି ର ଜିଲ୍ଲା ର କାହାଣୀ ଅଟେ ଆଉ ଜଣେ ବୀର ଡାକ୍ତର ଙ୍କ ର କାହାଣୀ ଅଟେ ।ଯିଏକି ନିଜ ଜୀବନ କୁ ବାଜି ରେ ଲଗାଇ ଲୋକଙ୍କ ସେବା କରିଥିଲେ ଆଉ ତାଙ୍କୁ ନୂଆ ଜୀବନ ଦେଇଥିଲେ।

ତେବେ ଆଶ୍ଚର୍ଯ୍ୟ ନିଶ୍ଚିତ କି ଏହି ସିନେମା ଟି ରେ ନା ହିରୋଇନ ଅଛନ୍ତି ନା ଅଛି ରୋମାଣ୍ଟିକ ଗୀତ ନା ଆଇଟମ ସଙ୍ଗ ମାତ୍ର କାହାଣୀ ଏହିପରି ରହିଛି କି ଏହାକୁ ଦେଖିବା କୁ ଲୋକେ ଲାଇନ ଧରି ସିନେମା ହଲ ଆଗରେ ଧାଡି ଦେଇଛନ୍ତି। ସିନେମା ଟି କୁ ନେଇ ଖାଲି ରାଜ୍ୟ ନୁହେଁ ବରଂ ପୁରା ଭାରତ ବର୍ଷ ରେ ଚର୍ଚ୍ଚା ଚାଲିଛି। ଏପରି କି ଓଡ଼ିଶା ସରକାର ଶ୍ରୀ ନବୀନ ପଟନାୟକ ମଧ୍ୟ ଏହି ସିନେମା ଟିକୁ କର ଛାଡ଼ କରି ଦେଇଛନ୍ତି। ତେବେ ଏହା ମଧ୍ୟ ସୂଚନା ରହିଛି କି ଏହି ସିନେମା ଟି ହିନ୍ଦୀ ଭାଷା ରେ ମଧ୍ୟ ଡ଼ବିଙ୍ଗ କରାଯାଇଛି ଯାହାକୁ ଆପଣ ଖୁବ ଶୀଘ୍ର ଦେଖିବା କୁ ପାଇବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.