Daily news update , Real odisha local news

ଦେଖନ୍ତୁ Shocking ଭିଡ଼ିଓ : ଭୟାନକ ଦୃଶ୍ୟ…ପାଗେଳୀ ଝିଅ ବୋଲି ଗୁହାଳରେ ଛାଡିଦେଇ ଚାଲିଗଲୁ ବୋଉ ତୁ ଏତେ ନିଷ୍ଠୁର କେମିତି ହେଇଗଲୁ,

0 1,355

ବର୍ତ୍ତମାନ ର ଏହି ମିଛ ମାୟା ସଂସାର ରେ କେହି କାହାକୁ ଖାତର କରୁନାହାନ୍ତି କିମ୍ବା କେହି କାହାକୁ ସଂମାନ ମଧ୍ୟ ଦେଉ ନାହାନ୍ତି ଏଠାରେ କୌଣସି ସମ୍ପର୍କରେ ପଵିତ୍ରତା ନାହିଁ। ନା ବଡ଼ ମାନେ ସାନ ମାନ ଙ୍କୁ ସେନ୍ହ ମମତା ଓ ଭଲପାଇବା ଦେଉଛନ୍ତି ନା ସାନ ମାନେ ଗୁରୁଜନ ଙ୍କୁ ସଂମାନ।ବର୍ତ୍ତମାନ ର ଏହି ସମାଜ ରେ ସମସ୍ତେ କେବଳ ମିଛ , ଗର୍ଵ , ସ୍ୱାର୍ଥ ଏବଂ ଅଶୀଳତା ତଥା କାମନା ଓ ବାସନା ର ଭୋଗ ବିଳାସ ରେ ହଜି ଯାଉଛନ୍ତି।ମା ପରି ଏକ ପବିତ୍ର ମଣିଷ ଟେ ବି ସ୍ୱାର୍ଥପର ହୋଇଗଲାଣି ଆଉ ନିଜ ସ୍ୱାର୍ଥ ପାଇଁ ଜନ୍ମ କଲା ଛୁଆ କୁ ଫିଙ୍ଗି ବା କୁ ପଛୁ ନାହାନ୍ତି।

ତେବେ ବର୍ତ୍ତମାନ ଏହିଭଳି ଏକ ଘଟଣା ଦେଖିବା କୁ ମିଳିଛି କନ୍ଧମାଳ ଜିଲ୍ଲା ରେ ଦେଖିବା କୁ ମିଳିଛି ।ଯେଉଁ ଠାରେ କେହି ଜଣେ ମା ନିଜ ୧୨ ବର୍ଷ ର ବିକଳାଙ୍ଗ ଝିଅ ଟିକୁ ଗରୁ ଗୁହାଳ ରେ ଫୋଫାଡ଼ି ଦେଇ ଚାଲିଯାଇଛି। ଟିକେ ବି ଭାବି ନାହିଁ କି ଯେଉଁ ପିଲା ଟିକୁ ସେ ୯ ମାସ ଗର୍ଭ ରେ ଧରି ଜନ୍ମ ଦେଇଥିଲା ,

ସେ ବିକଳାଙ୍ଗ ହୋଇଗଲା ବୋଲି ତାକୁ ଏମିତି ଏକୁଟିଆ କରି ଚାଲିଗଲା। ଏହି ପବିତ୍ର ମା ନାମ ରେ କଳଙ୍କ ବଳିଦେଲା। ଆହା ବୋଲି କହିବା କୁ କେହି ନାହାନ୍ତି , ପାଗେଳି ଝିଅ ଟିଏ ସେହି ଗୁହାଳ ରେ ପଡିଛି ଗାଁ ଲୋକେ ଯାହା ଖାଇବା କୁ ଦେଉଛନ୍ତି ତାହା ଖାଇ ବଞ୍ଚିଛି ଆଉ ଭୋଗୁଛି ନର୍କ ଯନ୍ତ୍ରଣା।

ତେବେ ଏହି ଘଟଣା ଟି ଦେଖିବା କୁ ମିଳିଛି କନ୍ଧମାଳ ଜିଲ୍ଲା ର ପୋଇ ଗ୍ରାମ ରେ ଯେଉଁ ଠାରେ ଜଣେ ମା ତାଙ୍କର ପାଗଳୀ ଝିଅ କୁ ଏକା ଛାଡି ଦେଇ କୁଆଡେ ପଳେଇ ଯାଇଛନ୍ତି। ତେବେ ଯାହା ସୂଚନା ରହିଛି କି , ଏହି ଝିଅ ଟିର ବାପା ୧୨ ବର୍ଷ ଆଗକୁ ମୃତ୍ୟୁ ବରଣ କରିଥିଲେ ,ଆଉ ଏହା ପରେ ମା ତାଙ୍କର ଦୁଇ ଝିଅ କୁ ନେଇ ରହୁଥିଲେ। ମାତ୍ର ପ୍ରାୟ ଏକ ବର୍ଷ ହେବ ସେହି ମା ତାଙ୍କ ର ବଡ଼ ଝିଅ କୁ ସାଙ୍ଗ ରେ ନେଇ , ସାନ ଝିଅ ଟି ପାଗେଳି ବୋଲି ତାକୁ ଏକା ଛାଡି ଦେଇ କୁଆଡେ ଚାଲି ଯାଇଛନ୍ତି।

ତେବେ ଝିଅ ଟି ଉଭୟ ମାନସିକ ଓ ଶାରୀରିକ ସ୍ତର ରେ ବିକଳାଙ୍ଗ ଅଟନ୍ତି , ନା କଥା କହି ପାରନ୍ତି ନା ଠିକ ଭାବରେ ଚାଲିପାରନ୍ତି।ତେବେ ଗ୍ରାମ ଲୋକେ ଦୟା ଦେଖାଇ ଯାହା ଖାଇବା କୁ ଦିଅନ୍ତି ତାକୁ ଖାଇ ବଂଚି ଛନ୍ତି।ମାତ୍ର ଗ୍ରାମ ଲୋକେ କହିଛନ୍ତି କି ସେ ଝିଅ ଟି ପାଖକୁ ଯିବା କୁ ଗ୍ରାମ ଲୋକେ ଭୟ କରୁଛନ୍ତି କାରଣ ସେ କେତେବେଳେ କିପରି ବ୍ୟବହାର କରୁଛନ୍ତି ତାହା ସମସ୍ତ ଙ୍କୁ ଭୟଭୀତ କରି ଦେଇଛି। ତେଣୁ ସରକାର ଯଦି ଏହି ଘଟଣା କୁ ଟିକେ ଦାୟିତ୍ୱ ରେ ନିଅନ୍ତେ ତେବେ ଝିଅ ଟିକୁ ଏକ ବାସ ସ୍ଥାନ ମିଳିଥାନ୍ତା। ତେବେ ଏହି ଘଟଣା ଟି ଏବେ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବା ରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.