Daily news update , Real odisha local news

ପିଣ୍ଟୁଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ଏମିତି କହିଲେ ଡାକ୍ତର ,ଯାହାକୁ ଶୁଣି କାନ୍ଦି ପକେଇଲେ ପିଣ୍ଟୁ . …

0 2,725

ବନ୍ଧୁଗଣ ବର୍ତ୍ତମାନ ଅଭିନେତା ପିଣ୍ଟୁ ନନ୍ଦ ଙ୍କୁ ନେଇ ଆସିଛି ଏକ ବଡ଼ ସୂଚନା ଯାହା ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଛି। ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି , କିଛି ଦିନ ତଳେ ପିଣ୍ଟୁ ନନ୍ଦ ଙ୍କ ଚିକିତ୍ସା ପାଇଁ ତାଙ୍କୁ ଦିଲ୍ଲୀ ର ଏକ ପ୍ରାଇଭେଟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ମାତ୍ର ତା ପରେ ତାଙ୍କ ସହ କଣ ହେଲା, ତାଙ୍କର ଲିଭର ଟ୍ରାନ୍ସପ୍ଲାଣ୍ଟ ହେଲା କି ନାହିଁ ସେ କେମିତି ଅଛନ୍ତି କଣ ନାହିଁ କିଛି ବି ଖବର ଜଣା ନଥିଲା। ମାତ୍ର ବର୍ତ୍ତମାନ ଯାହା ସୂଚନା ରହିଛି କି ଅଭିନେତା ପିଣ୍ଟୁ ନନ୍ଦ ଙ୍କୁ ପୁଣି ଦିଲ୍ଲୀ ହସ୍ପିଟାଲ ରୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ ବୋଲି।

ତେବେ ଆପଣ ମାନେ ଜାଣିଥିବେ କି , ଅଭିନେତା ପିଣ୍ଟୁ ନନ୍ଦ ଙ୍କୁ ଗୁରୁତ୍ୱ ର ଅବସ୍ଥାରେ ଭୁବନେଶ୍ୱର ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇ ଥିଲା। ତେବେ ଯାହା ଜଣା ପଡ଼ିଛି କି ଅଭିନେତା ପିଣ୍ଟୁ ନନ୍ଦ ଲିଭର ରୋଗ ରେ ପୀଡିତ ଅଟନ୍ତି ତେବେ ତାଙ୍କର ଲିଭର ଠିକ ଭାବରେ କାମ କରୁ ନାହିଁ ଏବଂ ତାଙ୍କର ଚିକିତ୍ସା ଭୁବନେଶ୍ୱର ରେ ହେବା ସମ୍ଭବ ନୁହେଁ। ତେଣୁ ଭୁବନେଶ୍ୱର ର ଡାକ୍ତର ତାଙ୍କୁ ଚିକିତ୍ସା ପାଇଁ ଦିଲ୍ଲୀ କୁ ପଠାଇବା କୁ ପରାମର୍ଶ ଦେଇଛନ୍ତି। ତେବେ ତାଙ୍କର ଚିକିତ୍ସା ରେ ଅଧା କୋଟି ଟଙ୍କା ରୁ ଅଧିକ ଟଙ୍କା ଖର୍ଚ୍ଚ ହେବ ବୋଲି ଅନୁମାନ କରାଯାଇଛି। ମାତ୍ର ପରେ ସମସ୍ତ ଙ୍କର ସାହାଯ୍ୟ ଫଳ ରେ ସେ ବର୍ତ୍ତମାନ ଦିଲ୍ଲୀ ରେ ଲିଭର ଟ୍ରାନ୍ସପ୍ଲାଣ୍ଟ ପାଇଁ ପହଁଚି ଯାଇଛନ୍ତି।

ତେବେ ସୂଚନା ଅନୁସାରେ , ବର୍ତ୍ତମାନ ଦିଲ୍ଲୀ ରେ ପିଣ୍ଟୁ ନନ୍ଦ ଙ୍କର ଚିକିତ୍ସା ଠିକ ଭାବରେ ହେଉ ନାହିଁ ଆଉ ଆଜି ଯାଏ ତାଙ୍କୁ ଲିଭର ଡୋନର ମଧ୍ୟ ମିଳି ନାହାନ୍ତି। ତେବେ ଯେଉଁ ବ୍ୟକ୍ତି ଦେବାକୁ ରାଜି ଥିଲେ ତାଙ୍କର ଲିଭର ପିଣ୍ଟୁ ନନ୍ଦ ଙ୍କ ସହ ମ୍ୟାଚ କଲା ନାହିଁ ତେଣୁ ବର୍ତ୍ତମାନ ଦିଲ୍ଲୀ ରେ ତାଙ୍କର ଚିକିତ୍ସା ହେବ ନାହିଁ। ତେବେ ଯାହା ସୂଚନା ରହିଛି ବର୍ତ୍ତମାନ ଦିଲ୍ଲୀ ହସ୍ପିଟାଲ ରୁ ପିଣ୍ଟୁ ନନ୍ଦ ଙ୍କୁ ହାଇଦ୍ରାବାଦ କିମ୍ବା ଚେନାଇ କୁ ସ୍ଥାନାନ୍ତର କରାଯିବ ଯାହା ପାଇଁ ପ୍ରସ୍ତୁତି ଚାଲିଥିବା ସୂଚନା ତାଙ୍କର ବଡ଼ ଭାଇ ଦେଇଛନ୍ତି।

ତେବେ ସେ କହୁଛନ୍ତି କି , ଦିଲ୍ଲୀ ର ପ୍ରାଇଭେଟ ହସ୍ପିଟାଲରେ ଦିନ କୁ ଲକ୍ଷାଧିକ ଟଙ୍କା ନେଇ ଯାଉଛନ୍ତି ମାତ୍ର ଠିକ ଭାବରେ ଚିକିତ୍ସା ହୋଇ ପାରୁ ନାହିଁ। ତେଣୁ ବର୍ତ୍ତମାନ ତାଙ୍କୁ ଦିଲ୍ଲୀ ରୁ ହାଇଦ୍ରାବାଦ କିମ୍ବା ଚେନ୍ନାଇ ନିଆଯିବ ଯାହା ପାଇଁ ଟଙ୍କା ସାଜିଛି ବାଧକ। ତେବେ ଏପଟେ ପିଣ୍ଟୁ ଙ୍କ ସ୍ୱାସ୍ଥ୍ୟବସ୍ଥା ବି ଗୁରୁତ୍ୱର ହେବା କୁ ଯାଉଛି। ତେବେ ଏହି ସୂଚନା ସମସ୍ତ ଙ୍କୁ ଚିନ୍ତିତ କରି ଦେଇଛି, ମାତ୍ର ଆମେ ଭଗବାନ ଙ୍କ ଠାରେ ପ୍ରାର୍ଥନା କରୁଛନ୍ତି କି ତାଙ୍କୁ ଲିଭର ଡୋନର ମିଳି ଯାଉ ଆଉ ସେ ସୁସ୍ଥ ହୋଇ ଫେରିଆସନ୍ତୁ ବୋଲି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.