Daily news update , Real odisha local news

ଭୂମି କହୁଛନ୍ତି ଅମ୍ଲାନକୁ..ନିଜକୁ ସମ୍ଭାଳ , ଧୈର୍ଯ୍ୟ ଧର..ଝିଅ ମୁଁହକୁ ଚାଁହ ଆମ ପାଇଁ ବଞ୍ଚିବା ଶିଖ

0 390

ବନ୍ଧୁମାନେ ଜୀବନରେ ଥରେ ଦୁଃଖ ଆସିଲେ ମଣିଷ ପୁଣି ଥରେ ଉଠି ଛିଡା ହେଇଥାଏ କିନ୍ତୁ ଯଦି ବାରମ୍ବାର କାହା ଜୀବନରେ ଦୁଃଖ ପରେ ଦୁଃଖ ଆସିବ ତାହେଲେ ସେହି ମଣିଷ କେମିତି ବଞ୍ଚିବ ।ଆଉ ବର୍ତ୍ତମାନ ଅମ୍ଳାନ ପାଇଁ ସେମିତି ସମୟ ଆସିଛି, ଲଗାତାର ମାଆ, ବାପା ଓ ଭାଇ ଚାଲିଗଲା ପରେ ତାଙ୍କର ସବୁ ଦମ୍ଭ ଭାଙ୍ଗି ଯାଇଛି ।ଏଥିପାଇଁ ବହୁତ ଜଣ ଅମ୍ଳାନ ଙ୍କୁ ସାନ୍ତ୍ବନା ଦେବାକୁ ଚେଷ୍ଟା କରୁଛନ୍ତି ଆଉ ଶେଷରେ ତାଙ୍କ ସ୍ତ୍ରୀ ବି ବୁଝାଇଛନ୍ତି କି “ଏତେ ଭାଙ୍ଗି ପଡିଲେ କେମିତି ହେବ ମୋର ଅବସ୍ଥା କଣ ହେବ ଝିଅ ମୁହଁକୁ ଚାହିଁ ବଞ୍ଚିବାକୁ ପଡିବ” ।

ତେବେ ଗତକାଲି ଅମ୍ଳାନ ଦାସ ଙ୍କ ଜୀବନରେ ଏମିତି ଏକ କ୍ଷତି ଘଟିଛି ଯାହା କେବେ ତାଙ୍କ ଜୀବନରେ ପୂରଣ ହେଇ ପାରିବ ନାହିଁ ।ବନ୍ଧୁମାନେ ଗତକାଲି ମିହିର ଦାସ ଙ୍କର ସାନ ପୁଅର ର ମୃତ୍ୟୁ ଘଟିଛି ଯେଉଁ ଦୁଃଖରେ ଭାଙ୍ଗି ପଡିଛନ୍ତି ବଡ଼ ପୁଅ ଅମ୍ଳାନ ।ତେବେ ବାପାର ମୃତ୍ୟୁ ର ଠିକ ବର୍ଷେ ପରେ ସାନ ଭାଇ ଅକ୍ଲାନ୍ତ ଦେହ ଖରାପ ଥିଲା ଆଉ କଲି ଅକ୍ଲାନ୍ତ ସବୁଦିନ ପାଇଁ ଆଖି ବୁଜି ଦେଇଥିଲେ ।ତେବେ ଲଗାତାର ଜଣକ ପରେ ଜଣେ ହେଇ ନିଜ ଲୋକ ସମସ୍ତେ ଆଖି ବୁଜିଦେଲେ ଆଉ ସେହି ମଣିଷ କେମିତି ବା ଧୌର୍ଯ୍ୟ ଧରି ପାରିବ ।ସବୁଠାରୁ ବଡ଼ ଦୁଃଖର କଥା ହେଉଛି ବର୍ତ୍ତମାନ ଅମ୍ଳାନ ଙ୍କ ପାଖରେ ନିଜର ବୋଲି କେହି ନାହାନ୍ତି ।ବାର ବର୍ଷ ପୂର୍ବରୁ ମାଆ ଛେଉଣ୍ଡ ହେଇଥିଲେ ବର୍ଷେ ପୂର୍ବରୁ ବାପା ଚାଲିଗଲେ ଆଉ କାଳ ସାନଭାଇ ଛାଡ଼ି ଚାଲିଗଲା ।

ଆଉ ବର୍ତ୍ତମାନ ଏତେ ସବୁ ଦୁଃଖ ଦେଖି ନିଜେ ଅମ୍ଳାନ ଖୁବ ଭାଙ୍ଗି ପଡିଛନ୍ତି ଯିଏ ଯେତେ ବୁଝେଇଲେ ବି ସେ ପାଷାଣ ପାଲଟି ଯାଇଛନ୍ତି ।ହେଲେ ସ୍ତ୍ରୀ ଆଉ ଝିଅ ପାଇଁ ତାଙ୍କୁ ବଞ୍ଚିବାକୁ ପଡିବ, ପରିବାର କହିଲେ ଆଜି ତାଙ୍କ ପାଖରେ ଏହି ଦୁଇ ଜଣ ଅଛନ୍ତି, ତେବେ ଏମିତି କିଛି କଥା କହି ଅମ୍ଳାନ ଙ୍କୁ ବୁଝାଇବାକୁ ଚେଷ୍ଟା କରିଛନ୍ତି ତାଙ୍କ ସ୍ତ୍ରୀ। ସ୍ୱାମୀ ସ୍ତ୍ରୀ ର ସମ୍ପର୍କରେ ଆଜି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭେଇବାକୁ ପଡୁଛି ଅମ୍ଳାନ ଙ୍କ ସ୍ତ୍ରୀ ଙ୍କୁ ।ଶାଶୁ,ଶ୍ବଶୁର ଆଉ ଦିୟର ଚାଲିଯିବା ପରେ ସ୍ବାମୀ ଅମ୍ଳାନ ପୁରା ଭାଙ୍ଗି ପଡିଛନ୍ତି ସେଥିପାଇଁ ସ୍ତ୍ରୀ ତାଙ୍କୁ ସାହସ ଦେବାକୁ ଚେଷ୍ଟା କରିଛନ୍ତି ।ଆଉ ଝିଅ ମୁହଁକୁ ଚାହିଁ ଜୀବନର ବାକି ରାସ୍ତା କାଟିବାକୁ କହିଛନ୍ତି, ଯିଏ ଚାଲି ଯାଇଛି ସେ ତ ଆଉ ଫେରିବ ନାହିଁ କିନ୍ତୁ ବର୍ତ୍ତମାନ ଯେମିତି ବି ହେଉ ବାକି ଜୀବନ କାଟିବାକୁ ପଡିବ ।

ତେବେ ଏମିତି ସବୁ ସାନ୍ତ୍ୱନା ଭରା କଥା ଗୁଡିକ କହିଲେ ହୁଏତ ଅମ୍ଳାନ ପୁଣି ଥରେ ଜୀବନ କାଟିବା ପାଇଁ ସମର୍ଥ ହେଇ ପାରିବେ ।ଆଉ ତାଙ୍କୁ ସ୍ତ୍ରୀ ରହି କଥା ଓ ସୋପର୍ଟ ବହୁତ ଧୌର୍ଯ୍ୟ ଦେବ ଆଶା କରୁଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.