Chandra Grahan 2022 – ଚନ୍ଦ୍ର ଗ୍ରହଣରେ କେଉଁ ରାଶି ପ୍ରତି ରହିଛି କଣ ପ୍ରଭାବ | Dr. Bhabani Shankar Mohapatra
ବନ୍ଧୁମାନେ 8 ନଭେମ୍ବର 2022 ମଙ୍ଗଳବାର ଯେଉଁଦିନ ପଞ୍ଚୁକ ର ଶେଷ ଦିନ ଅଟେ।ତେବେ ଏହିଦିନ ହେବାକୁ ଯାଉଛି ବର୍ଷର ଶେଷ ଆଉ ଭୟଙ୍କର ଚନ୍ଦ୍ରଗ୍ରହଣ ।ତେବର ଜ୍ୟୋତିଷ ମାନଙ୍କ ମତ ଅନୁଯାୟୀ ଏହି ଚନ୍ଦ୍ରଗ୍ରହଣ ର ପ୍ରଭାବ ଖୁବ ଖରାପ ଅଟେ ଆଉ ଏମିତି ଚନ୍ଦ୍ର ଗ୍ରହଣ ଆଗରୁ କେବେ ହେଇ ନଥିଲା ।ତେବେ ସୂଚନା ଅନୁଯାୟୀ ଏହି ଚନ୍ଦ୍ରଗ୍ରହଣ ର ସମୟ ଅପରାହ୍ନ 2ଟା :38 ମିନିଟ 14 ସେକେଣ୍ଡରେ ଆରମ୍ଭ ହେଇ ସନ୍ଧ୍ୟା 6ଟା :18 ମିନିଟ 47 ସେକେଣ୍ଡରେ ଗ୍ରହଣ ଶେଷ ହେଇ ମୋକ୍ଷ ପ୍ରାପ୍ତିହେବ ।
ତେବେ କିନ୍ତୁ ମନେ ରଖନ୍ତୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହଣ ଲାଗିବାର 8 ଘଣ୍ଟା ପୂର୍ବରୁ ଓ ଗ୍ରହଣ ଲାଗିବାର 12 ଘଣ୍ଟା ଯାଏ ପାକ ନିଷେଧ ଅଟେ ।
ଆଉ ସେହି ସମୟରେ ଆପଣ କୌଣସି ରନ୍ଧା ଖାଦ୍ୟ ଖାଇ ପାରିବେ ନାହିଁ କିନ୍ତୁ ଆପଣ ଶୁଖିଲା ଖାଦ୍ୟ ଖାଇ ପାରିବେ ।ଏହା ବ୍ୟତୀତ ଅନେକ ନିୟମ ରହିଛି ଯାହାକୁ ଚନ୍ଦ୍ରଗ୍ରହଣ ସମୟରେ ମାନିବା ଜରୁରୀ ଅଟେ ।ତେବେ ଗ୍ରହଣ ସମୟରେ ଛୁରୀ ଓ ଛୁଞ୍ଚିର ବ୍ୟବହାର କରିବା ଅନୁଚିତ, ସେହି ସମୟରେ ଆପଣ କଳା ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ ନାହିଁ ।
ଏହାଛଡା ଗର୍ଭବତୀ ମହିଳା ମାନେ ଗ୍ରହଣ ବେଳେ ଖୁବ ଧ୍ୟାନ ର ସହ କିଛି ନିୟମ ପାଳନ କରନ୍ତୁ ଯେପରି, ଆପଣ ଏହି ସମୟରେ ଶୋଇବା ଅନୁଚିତ ।ଆପଣ କୋଳରେ ଗୋଟିଏ ନଡ଼ିଆ ରଖି ମହା ମୃତୁଞ୍ଜୟ ମନ୍ତ୍ର ବା ଅନ୍ୟ କୌଣସି ମନ୍ତ୍ର ବସି ଜପ କରନ୍ତୁ ।ଏହାଦ୍ବାରା ଗ୍ରହଣ ର ଖରାପ ପ୍ରଭାବ ପିଲା ଉପରେ ନପଡ଼ି ନଡ଼ିଆ ଉପରେ ପଡିଥାଏ ।ତେବେ ଗ୍ରହଣ ପରେ ସେହି ଣ୍ଡିଆକୁ ପାଣିରେ ଭସେଇ ଦେବେ ।ଗ୍ରହଣ ସମୟରେ କୋଣସି ଶୁଭ କାର୍ଯ୍ୟ ଓ ପୂଜାର୍ଚ୍ଚନା କରିବା ଅଶୁଭ ଅଟେ ।ସେହି ସମୟରେ ମନ୍ଦିର ଓ ନିଜ ପୂଜା ଘରକୁ ବନ୍ଦ ରଖିବେ ।ଆଉ ଗ୍ରହଣ ପରେ ଘରେ ଗଙ୍ଗା ପାଣି ଛଂଚିବେ ।
ତେବେ ଚନ୍ଦ୍ରଗ୍ରହଣ ର ଖୁବ ଭଲ ପ୍ରଭାବ ମିଥୁନ ରାଶି,କର୍କଟ ରାଶି,କୁମ୍ଭ ରାଶି ଓ ବିଛା ରାଶି ଉପର ପଡ଼ିବାକୁ ଯାଉଛି ଆଉ ଏମାନଙ୍କ ପାଇଁ ଭଲ ସମୟ ଆସୁଛି ।ଏହା ବ୍ୟତୀତ ସିଂହ ରାଶି,ତୁଳା ରାଶି,ଧନୁ ରାଶି ଓ ମିନ ରାଶି ଉପରେ ଗ୍ରହଣ ର ସାମାନ୍ୟ ପ୍ରଭାବ ପଡିବ ।ତେବେ ଏହାର ଅର୍ଥ ଏମାନଙ୍କ ଉପରେ ଗ୍ରହଣ ର ଭଲ କି ଖରାପ କିଛି ପ୍ରଭାବ ପକାଇବ ନାହିଁ କିନ୍ତୁ ମେଷ ରାଶି,ବୃଷ ରାଶି,କନ୍ୟା ରାଶି ଓ ମକର ରାଶି ଉପରେ ଗ୍ରହଣ ର ଖୁବ ଖରାପ ପ୍ରଭାଵ ପଡିବ ।ତେଣୁ ଏହି ରାଶିର ବ୍ୟକ୍ତି ମାନେ ଖୁବ ସାବଧାନ ହେଇ ନିୟମ ଗୁଡିକୁ ପାଳନ କରନ୍ତୁ ଗ୍ରହଣ ସମୟରେ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।