Daily news update , Real odisha local news

ଛାତିରେ ଇଂଜେକସନ ଲଗାଇ ମୃତ ମୁଁହ ରୁ ଯୁବକ ଙ୍କୁ ଫେରାଇ ଆଣିଲେ ଡାକ୍ତର ରାମଚନ୍ଦାନୀ #DrShankarRamchandani ଏଭଳି ଡାକ୍ତର ପାଇଁ ଗୋଟିଏ ସେୟାର କରନ୍ତୁ

0 396

ବନ୍ଧୁଗଣ ଆମ ସମାଜ ରେ ଡାକ୍ତର ଙ୍କୁ ସମସ୍ତ ବହୁତ ସଂମାନ କରିଥାନ୍ତି ଏମିତି କି ତାଙ୍କୁ ଦ୍ଵିତୀୟ ଭଗବାନ ବୋଲି ମଧ୍ୟ କୁହାଯାଏ। ତେବେ ଭଗବାନ ଯିଏକି ଈଶ୍ୱର ହୋଇଥାନ୍ତି ସେ ଜଣେ ବ୍ୟକ୍ତି କୁ ଜନ୍ମ ଦେଇଥାନ୍ତି କିନ୍ତୁ ଡାକ୍ତର ଦ୍ୱିତୀୟ ଭଗବାନ ହୋଇଥାନ୍ତି ଯିଏକି ଜଣେ ବ୍ୟକ୍ତି ଙ୍କୁ ମୃତ୍ୟୁ ମୁଖ ରୁ ଫେରାଇ ଆଣିଥାନ୍ତି ଏବଂ ଗୋଟିଏ ନୂଆ ଜୀବନ ଦେଇଥାନ୍ତି।

ତେବେ ବନ୍ଧୁଗଣ ଆମେ ଆଜି ଆପଣ ଙ୍କୁ ଏହିପରି ଏକ ଘଟଣା ବିଷୟରେ ଜଣେଇବାକୁ ଯାଉଛୁ ଯାହା ଜାଣିଲେ ଆପଣ ମଧ୍ୟ ଖୁସି ହୋଇଯିବେ ଏବଂ ଏହି ଡାକ୍ତର ଙ୍କର ପ୍ରଶଂସା କରିବେ ।

ତେବେ ଘଟଣା ଟି କିଛି ଏହିପରି ଥିଲା କି, ମଧ୍ୟପ୍ରଦେଶ ରେ ଜଣେ ୨୮ ବର୍ଷୀୟ ବ୍ୟକ୍ତି ହଠାତ ହସ୍ପିଟାଲ ରେ ପହଁଚି ଥିଲେ ,ଆଉ ସେ ନିଶ୍ୱାସ ପ୍ରଶ୍ୱାସ ନେବା ରେ ବହୁତ କଷ୍ଟ ଅନୁଭଵ କରୁଥିଲେ। ଏପରି କି ସେ ହସ୍ପିଟାଲ ରୁ ଖାଇବା ପାଇଁ ବାହାର କୁ ଯିବା ସମୟରେ ଅତ୍ୟନ୍ତ ଗୁରୁତ୍ୱର ହୋଇ ଯାଇଥିଲେ , ମାତ୍ର ଏହି ସମୟ ରେ ଭଗବାନ ରୂପରେ ତାଙ୍କ ପାଖରେ ପହଁଚି ଥିଲେ ଏକ ଟଙ୍କିଆ ଡାକ୍ତର ରାମ ଚନ୍ଦ୍ରାଣୀ ।ଆଉ ସେ ନିଜର ଉପସ୍ଥିତ ବୁଦ୍ଧି ବଳରେ ଯୁବକ ଙ୍କ ଛାତି ରେ ଇଂଜେକସନ ଲଗାଇ ଯୁବକ ଙ୍କ ଜୀବନ ଫେରାଇ ଆଣିଛନ୍ତି।

ତେବେ ସୂଚନା ଅନୁସାରେ ପଦ୍ମପୁର ର ଚାରିପଳିଆ ର ବାସିନ୍ଦା ବିକାଶ ଯାହାଙ୍କ ର ବୟସ ମାତ୍ର ୨୮ ବର୍ଷ ଅଟେ ଆଉ ସେ ଜଣେ ଶ୍ରମିକ ଅଟନ୍ତି। ତେବେ ଆଜି ହଠାତ ସେ ନିଜ ଛାତି ରେ ଯନ୍ତ୍ରଣା ଅନୁଭବ କରିଥିଲେ ଆଉ ତାଙ୍କୁ ନିଶ୍ୱାସ ପ୍ରଶ୍ୱାସ କରିବା ରେ କଷ୍ଟ ହେଉଥିଲା। ତେବେ ଏହାକୁ ଡାକ୍ତରୀ ଭାଷା ରେ ଟେନସନ ନ୍ୟୁମୋ ଥେରକ୍ସ(Tension Numo Therex) କୁହାଯାଏ। ତେବେ ଏହା ପରେ ତାଙ୍କୁ ସଂଗେ ସଂଗେ ବୁର୍ଲା ମେଡ଼ିକାଲ ରେ ଭର୍ତ୍ତି କରାଯାଇ ଥିଲା। ଡାକ୍ତର ତାଙ୍କୁ ଏକ୍ସ ରେ କରିବା ପାଇଁ କହିଥିଲେ। ତେବେ ସେ ସେଠାରୁ ଖାଇବା ପାଇଁ ବାହାର କୁ ଆସିଥିଲେ ଆଉ ହଠାତ ଛାତିରେ କଷ୍ଟ ଅନୁଭବ କରି ଅଚେତ ହୋଇ ପଡି ଯାଇଥିଲେ।

ତେବେ ଏହା ପରେ ସଂଗେ ସଂଗେ ସାମ୍ନା ରେ ଥିବା ଏକ ଟଙ୍କିଆ ଡାକ୍ତର ରାମ ଚନ୍ଦ୍ରାଣୀ ଙ୍କ କ୍ଲିନିକ କୁ ତାଙ୍କୁ ନିଆ ଯାଇଥିଲା। ତେବେ ଡାକ୍ତର ରାମ ଚନ୍ଦ୍ରାଣୀ ତାଙ୍କର ଏକ୍ସ ରେ ରିପୋର୍ଟ , ରକ୍ତ ଚାପ ଏବଂ ଶରୀର ରେ ଅକ୍ସିଜେନ ର ମାତ୍ର କେଉଁ ଭଳି ରହିଛି ସବୁ ଚେକ କରିଥିଲେ ଏବଂ ଏହା ପରେ ସେ ଜାଣି ପାରିଥିଲେ କି ବିକାଶ ଙ୍କ ଫୁସଫୁସ ଚାରି ଆଡେ଼ ଥିବା ପ୍ଲୁରାରେ ବାୟୁ ରହିଯାଇଛି।

ଏହି କାରଣରୁ ତାଙ୍କ  ହୃଦୟ ଏବଂ ହୃଦୟ ଧମନୀ ଶିରାଗୁଡିକ ଚାପି ହୋଇଯାଇଛି ଯାହାକୁ ଠିକ କରିବା ବହୁତ କଷ୍ଟ ଥିଲା। ତେବେ ସେ କିଛି ଉପାୟ ନଭାବି ତାଙ୍କର ଉପସ୍ଥିତ ବୁଦ୍ଧି କୁ ଲଗାଇ ତାଙ୍କ ଛାତି ରେ ଇଂଜେକସନ ଲଗାଇ ବାୟୁ ବ୍ଲକେଜ କୁ ଭାଙ୍ଗି ଦେଇଥିଲେ ପରେ ସ୍ବାଭାବିକ ଭାବେ ନିଶ୍ବାସ ନେଇଥିଲେ ବିକାଶ।ତେବେ ତାଙ୍କର ଏହି କାମ ପାଇଁ ସମସ୍ତ ତାଙ୍କୁ ଖୁବ ପ୍ରଶଂସା କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.