Daily news update , Real odisha local news

ଛିଃ..ଛିଃ କିଭଳି ପୁଅ ବାପାକୁ ମାରିଲେ ଦୁଇ ପୁଅ ଏବଂ ମା ଏଭଳି ଭିଡିଓ ଦେଖିଲେ ଛାତିଥରି ଯିବ ..ଏଭଳି ମା-ପୁଅକୁ କଣ ଦଣ୍ଡ ମିଳିବା ଦରକାର କୁହନ୍ତୁ

0 5

ଆଜିର ଦୁନିଆରେ ଛୋଟ ଛୋଟ ଭୁଲ ପାଇଁ ମଣିଷ ଯେ କେତେ ହିଂସ୍ର ପାଲଟି ଯାଏ ତାହାର କୌଣସି ସୀମା ନାହିଁ ।ଆଜିର ଚଞ୍ଚଲ୍ୟ ସୃଷ୍ଟି କରିଥିବା ଘଟଣା କୁ ଦେଖୁ ନାହାଁନ୍ତି କେମିତି ପାରିବାରିକ କଳହ ପାଇଁ ବାପା ଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି ଉଭୟ ମାଆ ଓ ପୁଅ ।

ତେବେ ସ୍ତ୍ରୀ ହେଇ ନିଜ ସ୍ୱାମୀ କୁ ଆଉ ପୁଅ ହେଇ କେମିତି ନିଜ ବାପାକୁ ହତ୍ୟା କଲେ ତାହା ଏବେ ସମସ୍ତଙ୍କୁ ଚକିତ କରିଛି ।ହେଲେ ଏବେ ବର୍ତ୍ତମାନ ଘଟଣା ଟି ପଦାକୁ ଆସିବା ପରେ ପୁଅ ଟିକିନିକି ସବୁ ସତ ଖୋଲି ଦେଇଛନ୍ତି ।ତେବେ ଏବେ ଆସନ୍ତୁ ନଜର ପକାଇବା ସମ୍ପୂର୍ଣ୍ଣ ଘଟଣା ଉପରେ ।

ତେବେ କଥାରେ କୁହାଯାଏ ବାପା ଯିଏ ନିଜ ପିଲା ପାଇଁ ଏକ ସିଡି ପଲଟିଥାଏ ନିଜ ପିଲାର ଭବିଷ୍ୟତ ପାଇଁ ନିଜକୁ ତିଳ ତିଳ କରି ଜାଣି ଦିଅନ୍ତି କିନ୍ତୁ କେବେ ପ୍ରତିବାଦ କରିନଥାନ୍ତି ।ଆଉ ଆଜି ସେହି ବାପା ର ହତ୍ୟା କରୁଛି ନିଜେ ପୁଅ କେବଳ ସେତିକି ନୁହେଁ ମାଆ ମଧ୍ୟ ସାଥ ଦେଇଛି ସେହି ହତ୍ୟାରେ ।ତେବେ ଗଞ୍ଜାମ ଜିଲ୍ଲାର ଏହି ଘଟଣା ଏବେ ଖୁବ ଚର୍ଚ୍ଚାର ବିଷୟ ପାଲଟିଛି ।ରାତି ଅଧରେ ଉଭୟ ମାଆ ପୁଅ ମିଛି ବାପା ଙ୍କୁ ହତ୍ୟା କରିଥିଲେ ହେଲେ ଅପରାଧ ଓ ଅପରାଧୀ ଯେମିତି କେବେ ଲୁଚି ରହେନା ଠିକ ସେହିପରି ପୋଲିସ ହାତରୁ ଧରା ପଡ଼ି ଯାଇଥିଲେ ଉଭୟ ମାଆ ଓ ପୁଅ ।

ସୂଚନା ଅନୁଯାୟୀ ଗତ ମଙ୍ଗଳବାର ଦିନ ଗଞ୍ଜାମ ର ଖଲିକଟ ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଶରୀରର ଉଧାର କରିଥିଲେ ଗ୍ରାମବାସୀ ।ତେବେ ଗ୍ରାମ ବାସୀ ମୃତ ବ୍ୟକ୍ତିଙ୍କ ସେହି ଅଞ୍ଚଳର ସୂର୍ଯ୍ୟ ପାଳ ବୋଲି କହିଥିଲେ ।ତେବେ ସେମାନେ ପୋଲିସ ପାଖରେ ଏହି ଖବର ଦେବା ସହିତ ଏହି ହତ୍ୟାରେ ସୂର୍ଯ୍ୟ ଙ୍କ ପରିବାର ଲୋକ ହାତ ରହିଛି ବୋଲି ସନ୍ଦେହ କରିଥିଲେ ।ଆଉ ପୋଲିସ ମଧ୍ୟ ଯେତେ ସୂର୍ଯ୍ୟ ଙ୍କ ପରିବାରରେ ଥିବା ଦୁଇ ପୁଅ ଓ ସ୍ତ୍ରୀ ପଚାରା ଉଚରା କଲେ ସେତେବେଳେ ପୁଅ ସବୁ ସତ କହିଥିଲେ ।

ତେବେ ସୂର୍ଯ୍ୟ ପାଳ ଦୀର୍ଘ ଦିନ ଧରି ମଦ ପିଇ ତାଙ୍କ ମାଆ ଙ୍କୁ ପିଟାମରା କରୁଥିଲେ ତେବେ ସେମାନେ 15 ବର୍ଷ ଅପେକ୍ଷା କଲେ ବାପାଙ୍କ ସୁଧୁରିବାକୁ ।ଆଉ ଏତେ ଦିନ ଯାଏ ବାପା ନସୁଧୁରିବାରୁ ଗତ ମଙ୍ଗଳବାର ରାତି 10ଟା ରେ ଦୁଇ ପୁଅ ଓ ମାଆ ମିଶି ବାପାଙ୍କୁ ହତ୍ୟା କରିଥିଲେ ।ଆଉ ବାପା ମୃତ ଶରୀର କୁ ନରି ଖଲିକଟ ରେ ଫିଙ୍ଗି ଦେଇଥିଲେ ।ତେବେ ପୋଲିସ ପାଖରେ ଏହି ସବୁ ସତ ନିଜେ ସୂର୍ଯ୍ୟ ଙ୍କ ପୁଅ ଜଣାଇଥିଲେ ।ତେବେ ପୁଅ ହେଇ ନିଜ ବାପାଙ୍କୁ ମାରିଥିବା ଘଟଣା ଏବେ ସମସ୍ତଙ୍କୁ ଯେତିକି ଆଶ୍ଚର୍ଯ୍ୟ କରିଛି ସେତିକି ସମ୍ପର୍କ ଗୁଡିକ ଉପରୁ ବିଶ୍ୱାସ ହଟେଇବାକୁ ବାଧ୍ୟ କରୁଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.