Daily news update , Real odisha local news

ଦେଖନ୍ତୁ Exclusive ଭିଡ଼ିଓ: ଯନ୍ତ୍ରଣାରେ ଛଟପଟ କୁନି ଝିଅଟି ହାଥ ଠାରି ଡାକୁଛି ମତେ ସାହାଯ୍ୟ କର, ସାହାର୍ଯ୍ୟ ନକରି ଭଡିଓ କରୁଛନ୍ତି ଲୋକ

0 148

ବର୍ତ୍ତମାନ ର ମଣିଷ ଟେକ୍ନୋଲୋଜି, ମୋବାଇଲ ଫୋନ ଓ ସୋସିଆଲ ମିଡ଼ିଆ ରେ ଏତେ ମାତ୍ର ରେ ସମ୍ପୂର୍କ୍ତି ହୋଇ ଯାଇଛି ଯେ ତା ମଧ୍ୟରେ ଆଉ ସେହି ମାନବିକତା ଦେଖା ଯାଉ ନାହିଁ। ସତେ ଯେପରି ସମସ୍ତେ ମଣିଷ ମଣିଷ ମଧ୍ୟରେ ଥିବା ସମ୍ପର୍କ କୁ ଭୁଲି ଯାଇଛନ୍ତି ଆଉ କେବଳ ମୋବାଇଲ ଓ ସୋସିଆଲ ମିଡ଼ିଆ ଦ୍ୱାରା ବଂଚି ରହିଛନ୍ତି।

ଜଣେ ସମସ୍ୟା ରେ ପଡିବା ଦେଖି ମଧ୍ୟ ତାକୁ ସାହାଯ୍ୟ ଓ ସହଯୋଗ ର ହାତ ନବଢ଼େଇ ତାର ଫୋଟ ଓ ଭିଡ଼ିଓ ନେବା କୁ ବସିଛନ୍ତି। ଆଉ ତାହାକୁ ସୋସିଆଲ ମିଡ଼ିଆ ରେ ସେୟାର କରି ଲାଇକ ଓ କମେଣ୍ଟ ଚଂହୁଚନ୍ତୁ।

ତେବେ ବନ୍ଧୁଗଣ ଏହିପରି ଏକ କରାଳ ଦୃଶ୍ୟ ତଥା ଅମାନିବକତା ର ଦୃଶ୍ୟ ଦେଖିବା କୁ ମିଳିଛି ଉତ୍ତର ପ୍ରଦେଶ ରେ ,ଯେଉଁ ଠାରେ ଜଣେ ନାବାଳିକା ଝିଅ ଟି କଷ୍ଟ ରେ ପଡି ଛାଟି ପିଟି ହେଉଛି ଆଉ ହାତ ଠାରି ଡାକୁଛି ମୋତେ ସାହାଯ୍ୟ କର ବୋଲି। ମାତ୍ର ସେଠାରେ ଥିବା ହଜାର ହଜାର ଲୋକେ କେବଳ ଦେଖଣା ହାରି ସାଜିଛନ୍ତି ଆଉ ଝିଅ ଟିକୁ ସାହାଯ୍ୟ କରିବା ଦୂର ରେ ଥାଉ । ନିଜ ମୋବାଇଲ କୁ ହାତ ରେ ଧରି ତାର ଫୋଟ ଓ ଭିଡ଼ିଓ ବାହାର କରିବା ରେ ବ୍ୟସ୍ତ ରହିଛନ୍ତି। ଯେଉଁ ଘଟଣା ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ନିଆଁ ଭଳି ଭାଇରାଲ ହେବା ରେ ଲାଗିଛି।

ତେବେ ସମ୍ପୂର୍ଣ୍ଣ ଘଟଣା ଟି କିଛି ଏହିପରି ଥିଲା କି ଉତ୍ତର ପ୍ରଦେଶ ର ଏକ ଛୋଟ ଗ୍ରାମ ର ଜଣେ ନାବାଳିକା ଝିଅ ଆଜି ସକାଳ ଠାରୁ ଘରୁ କୁଆଡେ ଗାଏବ ହୋଇ ଯାଇଥିଲେ। ଆଉ ଅନେକ ଘଣ୍ଟା ପରେ ସେହି ନାବାଳିକା ଝିଅ ଟିକୁ ଗୋଟିଏ ସ୍ଥାନ ରେ ରକ୍ତାକ୍ତ ଅବସ୍ଥାରେ ଦେଖିବା କୁ ମିଳିଥିଲା। ତେବେ ଭାଇରାଲ ଭିଡ଼ିଓ ଟି ଦେଖିଲେ ଜଣା ପଡୁଛି କି ଝିଅ ଟିର ମୁଣ୍ଡ ଓ ହାତ ରେ ଆଘାତ ହୋଇଛି ଏବଂ ସେ କଷ୍ଟ ରେ ଛଟ ପଟ ହେଉଛି ଆଉ ଲୋକଙ୍କୁ ଚାହିଁ ସାହାଯ୍ୟ ଆଶା କରୁଛି।

 କିନ୍ତୁ ସେଠାରେ ଥିବା ସବୁ ଲୋକେ କେବଳ ଦେଖଣା ହାରି ସାଜିଛନ୍ତି ଆଉ ମୋବାଇଲ ରେ ଭିଡ଼ିଓ ରେକର୍ଡ କରୁଥିଲେ। ତେବେ ବହୁତ ସମୟ ପରେ ସେଠାରେ ପୋଲିସ ପହଁଚି ଥିଲା ଆଉ ଅନ୍ୟ ଏକ ଭିଡ଼ିଓ ଟିରେ ଦେଖା ଯାଇଛି ଯେ , ଜଣେ ପୋଲିସ କନେଷ୍ଟବଳ ସେହି ଆଘାତ ଝିଅ ଟିକୁ ଉଠେଇ ଏକ ଅଟୋ ଆଡକୁ ନେଇ ଯାଉଥିବା ର ଦେଖା ଯାଇଛି। ତେବେ ଏହି ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ନିଆଁ ଭଳି ଭାଇରାଲ ହେଉଛି। ତେବେ ଏହାକୁ ଦେଖିବା ପରେ ସମସ୍ତେ ନିଜ ନିଜ ର ଭିନ୍ନ ମତ ଦେଇଛନ୍ତି ଆଉ ସମସ୍ତେ ଏହା କୁ ଘୋର ନିନ୍ଦା କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.