ବନ୍ଧୁଗଣ ଆପଣ ମାନେ ନିଶ୍ଚିତ ଭାବରେ ଜାଣିଥିବେ କି ଓଡ଼ିଆ ସିନେମା “ଦମନ” କୁ ନେଇ ବର୍ତ୍ତମାନ ଚାରିଆଡେ ଖୁବ ଚର୍ଚ୍ଚା ଚାଲିଛି। ତେବେ ଦମନ ଫିଲ୍ମର ସଫଳତା ପରେ ଗୋଟିଏ ପରେ ଗୋଟିଏ ସୁବର୍ଣ୍ଣ ସୁଯୋଗ ମିଳିବାରେ ଲାଗିଛି ଓଲିଉଡ ହିରୋ ବାବୁସାନ ଙ୍କୁ ।
ବନ୍ଧୁମାନେ ଆପଣ ଦେଖୁଥିବେ ବର୍ତ୍ତମାନ ଓଲିଉଡ ସିନେମା ଇଣ୍ଡଷ୍ଟ୍ରିରେ ବାବୁସାନ ଙ୍କର ଦମନ ଫିଲ୍ମ ଏକ ନୂଆ ମୋଡ଼ ଆଣି ଦେଇଛି ।ଆଉ ଦର୍ଶକ ମନେ ମଧ୍ୟ ଏହି ଫିଲ୍ମ ଦେଖି ଖୁବ ଖୁସି ଅଛନ୍ତି ଏବଂ ଏହା ବର୍ତ୍ତମାନ ହିନ୍ଦୀ ଭର୍ସନ ରେ ମଧ୍ୟ ଖୁବ ଶୀଘ୍ର ଆସିବା କୁ ଯାଉଛି ଆପଣ ଜାଣିଥିବେ।
ତେବେ କିନ୍ତୁ ଏହି ସିନେମା ଟିକୁ ନେଇ ହେଉଥିବା ଚର୍ଚ୍ଚା ଉପରେ ଆମ ଓଲିଉଡ ର ଏଭର ଗ୍ରୀନ ଅଭିନେତା ସିଦ୍ଧାନ୍ତ ମହାପାତ୍ର ନିଜର ମତ ଦେଇଛନ୍ତି ଯାହାକୁ ନେଇ ଖୁବ ଚର୍ଚ୍ଚା ମଧ୍ୟ ଚାଲିଛି। ତେବେ ଆମେ ଆପଣ ଙ୍କୁ ଜଣେଇ ଦେଉଛୁ କି ଅଭିନେତା ସିଦ୍ଧାନ୍ତ ମହାପାତ୍ର ଙ୍କ ର ଏକ ନୂଆ ସିନେମା “ପ୍ରତୀକ୍ଷା” ମଧ୍ୟ ଏବେ ହଲ ରେ ପଡିଛି ଏବଂ ଏହାକୁ ଲୋକେ ମଧ୍ୟ ଖୁବ ପସନ୍ଦ କରିଛନ୍ତି। ତେବେ କିନ୍ତୁ ଦମନ ସିନେମା କୁ ନେଇ ସିଦ୍ଧାନ୍ତ କହିଛନ୍ତି କି , “କେବଳ ରେ ଦମନ ସିନେମା ପାଇଁ ଆମ ଓଡ଼ିଆ ସିନେମା ଇନ୍ଦ୍ରଷ୍ଟ୍ରି ପୁଣି ତାର ପୂର୍ବ ଅବସ୍ଥା କୁ ଫେରୀ ଆସିଛି ତାହା ମୁଁ ବିଶ୍ୱାସ କରୁ ନାହିଁ”।
ଦମନ ଗୋଟେ ଭଲ କାହାଣୀ ଥିଲା ବୋଲି ଲୋକେ ତାକୁ ପସନ୍ଦ କଲେ ସେହିଭଳି ପ୍ରତୀକ୍ଷା ସିନେମା ଟି ର ଭଲ କାହାଣୀ ରହିଛି ଯାହାକୁ ସମସ୍ତେ ପସନ୍ଦ କରୁଛନ୍ତି। ତେବେ ଦମନ ସିନେମା ପାଇଁ ନୁହେଁ ବରଂ ଆମେ ଏହି ଠାରୁ ଶିକ୍ଷା କରିବା ଉଚିତ ଯେ , ଯଦି ଆମେ ଭଲ ଭଲ କାହାଣୀ ନେଇ ସିନେମା କରିବା ତାହା ଯଦି ଲୋକ ଙ୍କୁ ପସନ୍ଦ ଆସିବ ତେବେ ଆମ ଓଡ଼ିଆ ସିନେମା ଜଗତ ପୁଣି ଥରେ ଆଗେଇ ଆସିବ। ତେବେ ଆମେ ଅଭିନେତା ଓ କାଳକାର ମାନେ ସିନେମା କରିବା ଆଉ ତା ପାଇଁ ଟଙ୍କା ନେଇଯିବା କିନ୍ତୁ ଆମେ ଥରେ ଭାବିବା ଉଚିତ କି ଯିଏ ଦେଖିବା କୁ ଆସିବେ ସେମାନେ ଟଙ୍କା ଖର୍ଚ୍ଚ କରି ଦେଖିବେ।
ତେଣୁ ସିନେମା ଟି ସେହି ଭଳି ହେବା ଦରକାର ଯାହା ଲୋକ ଙ୍କୁ ପସନ୍ଦ ଆସିବ ।ତେବେ ଏହା ପରେ ସେ ନିଜର ସିନେମା ପ୍ରତୀକ୍ଷା କୁ ନେଇ କହିଛନ୍ତି କି , ଏହି ସିନେମା ର କାହାଣୀ ମଧ୍ୟ ବହୁତ ଭଲ ରହିଛି ।ଏହି ସିନେମା ଟି କୁ ବନେଇବା ପାଇଁ ଆମେ ବହୁତ ଆଗରୁ ଚେଷ୍ଟା କରିଥିଲୁ। ତେବେ ନିଶ୍ଚିତ ଭାବରେ ଭଲ କାହାଣୀ ଆସିଲେ ପୁଣି ଆମ ଓଡ଼ିଆ ସିନେମା ଆଗ ପରି ଲୋକ ପ୍ରସଂସାର ଯୋଗ୍ୟ ନିଶ୍ଚିତ ହେବ ।ତେବେ ତାଙ୍କର ଏହି ଭିଡ଼ିଓ ଟି ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବା ରେ ଲାଗିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।