ଜିତିଲା ସମଲିଙ୍ଗୀଙ୍କ ପ୍ରେମ..ପ୍ରଥମେ ପ୍ରେମୀଯୁଗଳ ଓ ପରେ ସ୍ୱାମୀ ସ୍ତ୍ରୀ ଭଳି ଏକାଠି ରହିଲେ ଦୁଇ ଯୁବତୀଙ୍କ ବାହାଘରକୁ ମିଳିଲା ସ୍ୱୀକୃତି:
ପ୍ରେମ ନିରନ୍ତର, ପ୍ରେମ ଶ୍ଵାଶତ୍ୱ ,ପ୍ରେମ ର ନା ଥାଏ କିଛି ବାଛ ବିଚାର ନା ତାର ରହିଛି ଆରମ୍ଭ ନା ଶେଷ। ତେବେ ସତ ପ୍ରେମ କରୁଥିବା ଲୋକେ କିଛି ବୁଝନ୍ତି ନାହିଁ ସେ ବାସ ନିଜ ହୃଦୟ ର ପ୍ରତି କୋଣ ଅନୁକୋଣରେ ବିଶ୍ୱାସ ର ସହ ପ୍ରେମ କରିଥାନ୍ତି।ପରିସ୍ଥିତି କିଛି ବି ହେଉ ନା କାହିଁକି କେବେବି କେହି କାହାର ହାତ ଛାଡିବେ ନାହିଁ ବୋଲି ଶପଥ ନେଇଥାନ୍ତି।ତେବେ ଏହି ପ୍ରେମ କୁ ପାଇବା ପାଇଁ କିନ୍ତୁ ଏତେ ସହଜ ହୋଇ ନଥାଏ ଆଉ ଖାସ କରି ଯେତେବେଳେ ଏହି ପ୍ରେମ ଦୁଇ ଜଣ ଯୁବତୀ ଙ୍କ ମଧ୍ୟରେ ହୋଇଥାଏ।
ତେବେ କିନ୍ତୁ ସବୁକିଛି ଆଜି ହାର ମାନି ଯାଇଛି ମାଲକାନଗିରି ର କୌଶଲ୍ୟା ଏବଂ ଦ୍ରୋପଦୀ ଆଉ ଦୁଇ ଜଣ ପରସ୍ପର କୁ ବିବାହ କରି ବର୍ତ୍ତମାନ ସୁଖ ର ସଂସାର କରି ବସିଛନ୍ତି। ତେବେ ସମ୍ପୂର୍ଣ୍ଣ ଘଟଣା ଟି କିଛି ଏହିପରି ଥିଲା କି, କୌଶଲ୍ୟା ନାମକ ଜଣେ ଯୁବତୀ କିଛି ବର୍ଷ ତଳେ ତାମିଲନାଡୁ ର ଏକ କମ୍ପାନୀ ରେ କାମ କରିବା କୁ ଯାଇଥିଲେ ଆଉ ସେଠାରେ ସେ ଦ୍ରୋପଦୀ ଙ୍କୁ ଭେଟି ଥିଲେ ।ତେବେ ଦୁହିଁଙ୍କ ମଧ୍ୟରେ ପ୍ରଥମେ ବନ୍ଧୁତା ଓ ପରେ ତାହା ପ୍ରେମ ରେ ବଦଳି ଗଲା।
ଆଉ ଧିରେ ଧିରେ ଉଭୟ ଙ୍କ ମଧ୍ୟରେ ସମ୍ପର୍କ ଏତେ ନିବିଡ ହୋଇଗଲା କି ଦୁହେଁ ଦୁହିଁଙ୍କୁ ଛାଡି ଗୋଟିଏ ମୁହୂର୍ତ୍ତ ରହି ପାରିଲେ ନାହିଁ ଆଉ ସେମାନେ ନିଷ୍ପତ୍ତି ନେଲେ କି ଉଭୟ ପରସ୍ପର କୁ ବିବାହ କରି ସାରା ଜୀବନ ସାଙ୍ଗ ରେ ବଞ୍ଚିବେ ବୋଲି। ତେବେ କିନ୍ତୁ ଯେତେବେଳେ କୌଶଲ୍ୟା ଙ୍କ ଘରେ ଏହା ଜାଣିବା କୁ ପାଇଲେ କି ତାଙ୍କ ଝିଅ ଜଣେ ଝିଅ କୁ ପସନ୍ଦ କରୁଛି ଆଉ ତାକୁ ବିବାହ କରିବା ପାଇଁ ଚାଂହୁଛି। ସେତେବେଳେ ସେମାନେ ଏହାକୁ ଗ୍ରହଣ କଲେ ନାହିଁ ଆଉ ତାଙ୍କୁ ବହୁତ ଗାଳି ଗୁଲଜ ମଧ୍ୟ କଲେ। ତେବେ କୌଶଲ୍ୟା ଙ୍କ ର ଏହି ଅବସ୍ଥା ଦେଖି ଦ୍ରୋପଦୀ ସହି ପାରିଲେ ନାହିଁ।
ତେଣୁ ସେ ଆସି କୌଶଲ୍ୟା ଙ୍କୁ ନିଜ ସାଙ୍ଗରେ ତାଙ୍କ ଗାଁ କୁ ନେଇଗଲେ ଆଉ ନିଜ ଘରେ ରଖିଲେ। ତେବେ ତାଙ୍କ ପରିବାର ଲୋକେ ତଥା ଗ୍ରାମବାସୀ ପ୍ରଥମେ ଏହାକୁ ଗ୍ରହଣ କରି ନଥିଲେ। ମାତ୍ର ପରେ ସେମାନେ କୌଶଲ୍ୟା ଓ ଦ୍ରୋପଦୀ ଙ୍କ ମଧ୍ୟରେ ଥିବା ପ୍ରେମ ଭଲପାଇବା ଏବଂ ବୁଝାମଣା ଦେଖି ତାଙ୍କର ମନ ବଦଳି ଗଲା। ଆଉ ପରିବାର ଲୋକେ ମଧ୍ୟ ତାଙ୍କୁ ଗ୍ରହଣ କରିନେଲେ, ତେବେ ବର୍ତ୍ତମାନ କୌଶଲ୍ୟା ଓ ଦ୍ରୋପଦୀ ପରସ୍ପର ସହ ବେସ ହସ ଖୁସି ରେ ରହିଛନ୍ତି। ତେବେ ଏହି ଘଟଣା ଟିକୁ ନେଇ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଖୁବ ଚର୍ଚ୍ଚା ଚାଲିଛି ମଧ୍ୟ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।