Daily news update , Real odisha local news

ଋତୁସ୍ରାବ (ପିରିୟଡ୍‌ସ) ଅନିୟମିତତା କାହିଁକି ହୁଏ ? Dr. Veera Bhadra

0 7,314

ପ୍ରତ୍ୟେକ ନାରୀ ସମସ୍ତେ ପିରିୟଡ଼ ବିଷୟରେ ଜାଣିଛନ୍ତି ଆଉ ପିରିୟଡ଼ ସମୟର ଭୀଷଣ ପୀଡା କୁ ବି ଅନୁଭବ କରିଛନ୍ତି ।ତେବେ ବର୍ତ୍ତମାନ ସମୟରେ ଏହି ପିରିୟଡ଼ କୁ ନେଇ ଖୁବ ସଚେତନତା କରାଗଲାଣି ।ତେବେ ବହୁତ ସମୟରେ ନାରୀ ମନେ ଏହି ପିରିୟଡ଼ କୁ ନେଇ ଅନେକ ଅସୁବିଧା ର ସମ୍ମୁଖୀନ ହେଇଥାନ୍ତି ।

ତେବେ ସେହି ଭିତରୁ ଅନିୟମିତତା ପିରିୟଡ଼ ଏକ ବହୁତ ବଡ଼ ସମସ୍ୟା ଅଟେ ।ଆଉ ଏଥିରେ ଅନେକ ଅସୁବିଧା ର ସମ୍ମୁଖୀନ ହେବାକୁ ପଡିଥାଏ, ତେବେ ଏମିତି ପିରିୟଡ଼ ପଛରେ ଅନେକ କାରଣ ରହିଥାଏ ।ତେବେ ଆଜି ଆସନ୍ତୁ ଜାଣିବା ଏମିତି ଅସୁବିଧା ହେବା ପଛରେ କଣ କାରଣ ରହିଛି ଆଉ କେମିତି ସମାଧାନ କରିବେ ।

ତେବେ ଛୋଟ ବେଳେ ଝିଅଟିଏ ଋତୁବତୀ ହେଲେ ତାଙ୍କୁ କିଛି ଜଣା ନଥାଏ ତେଣୁ ତାଙ୍କୁ ସବୁକିଛି ଭାବରେ ଜଣାଇବା ଦରକାର ।ଆଉ ବହୁତ ସମୟରେ ଛୋଟ ଛୋଟ ଭୁଲ ପାଇଁ ଭବିଷ୍ୟତରେ ପିଲାମାନେ ଖୁବ ହଇରାଣ ହେଇଥାନ୍ତି ।ତେବେ ଆଜି ଆସନ୍ତୁ ଜାଣିବା କଣ କଣ କାରଣ ରହିଛି ଋତୁସ୍ରାବରେ ଅନିୟମିତତା ପଛରେ ଆସନ୍ତୁ ଜାଣିବା….
-ଶରୀରରେ ଅଧିକ ଓଜନ ବଡ଼ିଗଲେ ଋତୁସ୍ରାବରେ ଅନିୟମିତତା ଆସିଥାଏ ।
-ଯେତେବେଳେ ଶରୀରରେ ହରମୋନାଲ ଇମବାଲାନ୍ସ ହୁଏ ସେତେବେଳେ ବି ଆପଣଙ୍କ ପିରିୟଡ଼ ଠିକ ସମୟରେ ଆସି ନଥାଏ ।
-ନିଦ ଠିକ ନହେଲେ, ଅଧିକ ଚିନ୍ତାରେ ରହୁଥିଲେ ବି ପରିୟଡ୍ସ ରେ ଇରେଗୁଲାର ଦେଖାଯାଏ ।

ଋତୁସ୍ରାବରେ ଅନିୟମିତତା ପାଇଁ ଚିକିତ୍ସା:-

-ଯେତେବେଳେ କାହାର ଇରେଗୁରାଲ ପିରିୟଡ଼ ହୁଏ ବା ବ୍ଲିଡିଙ୍ଗ ଠିକରେ ନହୁଏ ସେତେବେଳେ ଡାକ୍ତରଙ୍କ ପରାମର୍ଶ ନେବା ଅତ୍ୟନ୍ତ ଜରୁରୀ ଅଟେ । ବହୁତ ଦିନ ଧରି ବ୍ଲିଡିଙ୍ଗ ହେଉଛି ତେବେ ଏ ସମୟରେ ଘରେ ରହି ଘରୋଇ ଚିକିତ୍ସା ନକରି ଜଲଦି ଡାକ୍ତରି ଚିକିତ୍ସା କରନ୍ତୁ ।ଏହା ବ୍ୟତୀତ ପିସିଓଏସ୍ ର ସମସ୍ୟା ରହିଥିଲେ ଆହୁରି ଯତ୍ନ ଶୀଳ ହେବାରେ ଜରୁରୀ ଅଟେ ।

-ତେବେ ପିରିୟଡ଼ ବେଳେ ସଫାସୁତୁରା ପ୍ରତି ଧ୍ୟାନ ଦେବା ଜରୁରୀ ଅଟେ କାରଣ ଏହା ବି ବହୁତ ବଡ଼ କାରଣ ପାଲଟି ପାରେ ଇନଫେକସନ ହେଇ ଅନିୟମିତତା ପିରିୟଡ଼ ପଛରେ ।ତେବେ ପିରିୟଡ଼ ବେଳେ ଆପଣ ଠିକ ଭାବରେ ପେଡ ଆଦି ବ୍ୟବହାର କରିବା ସହିତ ନିଜର ପେଣ୍ଟ କୁ ଭଲରେ ସଫା କରିବା ଦରକାର ।

-ବହୁତ ସମୟରେ ଇ ରେଗୁଲାର ପିରିୟଡ଼ ପାଇଁ ପିସିଓଏସ୍ ସମସ୍ୟା ହେଇଥାଏ ।ତେବେ ଏହି ସମୟରେ ଫିମେଲ ମାନଙ୍କ ବଡିରେ ଯେଉଁ ଓଭରିସ ଗୁଡିକ ଥାଏ ଯାହା ଅଭୁଲେସନ କରାଏ ।ଆଉ ପଲିସିଷ୍ଟିକ୍ ଓଭରିଆଲ ଡିଜିସ୍ ଏମିତି ଏକ ଜିନିଷ ତାହା ହେବାର କାରଣ ହେଉଛି ଲାଇଫ୍ ଷ୍ଟାଇଲ୍ ରେ ପରିବର୍ତ୍ତନ ଦେଖାଯାଏ ।ତେଣୁ ଏହି ସମୟରେ ଆପଣ ଏନଭାଇରମେଣ୍ଟାଲ ଫେକ୍ଟସ୍ , ଫାଷ୍ଟ ଫୁଡ୍ ଆଦି ଖାଇବାରେ ରୋକ ଲଗାଇବା ଦରକାର ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.