ମଣିଷ କୁ ସର୍ବଶ୍ରେଷ୍ଠ ପ୍ରାଣୀ ଭାଵରେ ଗଢ଼ିଥିଲେ ସତ କି ସେ ଏପରି ଅନେକ ପଶୁପକ୍ଷୀ ଙ୍କୁ ସୃଷ୍ଟି କରିଛନ୍ତି ଯେଉଁମାନ ଙ୍କୁ ମଣିଷ ବହୁତ ଭୟ କରିଥାଏ ।ତେବେ ଏହି ସବୁ ମଧ୍ୟରେ ଭଗବାନ ସାପ ନାମକ ଏକ ସରୀସୃପ କୁ ସୃଷ୍ଟି କରିଛନ୍ତି ଯାହାକି ଅତ୍ୟନ୍ତ ଭୟଙ୍କର ଏବଂ ବିଷଧର ମଧ୍ୟ ।ଏମିତି କି ଏମାନେ ଯାହାକୁ ଦଂଶନ କରନ୍ତି ତାଙ୍କର ମୃତ୍ୟୁ ମଧ୍ୟ ହୋଇଥାଏ ।ମଣିଷ ଜାତି ଏହି ସାପ ଙ୍କୁ ବହୁତ ଭୟ ମଧ୍ୟ କରେ ।ତେବେ ଆମେ ସମସ୍ତେ ଜାଣିଛୁ କି ବର୍ତ୍ତମାନ ଜନ ଗହଳି ସ୍ଥାନ ରେ ସାପ ଗୁଡ଼ିକ ବାହାରିବା ସାଧାରଣ କଥା ହୋଇଗଲାଣି ।
ମାତ୍ର ନାଗ ସାପ ବାହାରିବା ବହୁତ ବଡ଼ କଥା ହୋଇଥାଏ କାରଣ ଏହା ଯଦି କାହାକୁ ଥରେ କାମୁଡ଼ି ଥାଏ ତାକୁ ବଂଚିବା କଷ୍ଟକର ହୋଇଥାଏ। ତା ପରେ ମଧ୍ୟ ଆମେ ନାଗ ସାପ କୁ ଭଗବାନ ଶିବ ଙ୍କର ପ୍ରିୟ ବୋଲି ମାନି କ୍ଷୀର ପିଏଇ ଥାଉ।କିନ୍ତୁ ସବୁବେଳେ ସାମନ ହୋଇନଥାଏ। ତେଣୁ ଏମାନଙ୍କ ଠାରୁ ଦୂରେଇ ରହିବାକୁ ହୋଇଥାଏ। ତେବେ କେବଳ ମଣିଷ ଟି ଯେ ସାପ କୁ ଡ଼ରିଥାଏ ଓ ଭୟ କରିଥାଏ ତାହା ନୁହେଁ ବରଂ ସାପ ଟିର ମଧ୍ୟ ମଣିଷ ଜାତି ଙ୍କୁ ଭୟ କରିଥାଏ ।ତେବେ ଆମେ ଆପଣଙ୍କୁ କହି ରଖୁଚୁ ଯେ, କେବେ ବି ସାପ ଟି ବିନା କାରଣ ରେ ମଣିଷ କୁ କାମୁଡ଼େ ନାହିଁ ତାକୁ ଆଘାତ ହେଲା ପରେ ସେ ନିଜ କୁ ବଞ୍ଚାଇବା ପାଇଁ ଦଂଶନ କରିଥାଏ।
ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହିଭଳି ଏକ ଭିଡ଼ିଓ ଭାଇରାଲ ହେବା ରେ ଲାଗିଛି ଯେଉଁ ଥିରେ ମୁରଲୀ ହସଲେ ନାମକ ଜଣେ ସାପ ଧରାଳି ଜଣେ ବ୍ୟକ୍ତି ଙ୍କ ଘର ମଧ୍ୟରୁ ଗୋଟିଏ କି ଦୁଇଟି ନୁହେଁ ବରଂ ଏକା ସାଙ୍ଗରେ ୩ ଟି ନାଗ ସାପ କୁ ଧରି ପୁରା ପରିବାର କୁ ରକ୍ଷା କରିଛନ୍ତି। ତେବେ ସୂଚନା ଅନୁସାରେ, ପରିବାର ଲୋକେ ଯେତେବେଳେ ଜାଣି ପାରିଥିଲେ କି ଘରେ ଥିବା ଚାଉଳ ଡ୍ରମ ପାଖରେ ଗୋଟିଏ ବିଶାଳ ସାପ ରହୁଛି ବୋଲି ସେତେବେଳେ ସେମାନେ ସାପ ଧରାଳି ଙ୍କୁ ସୂଚନା ଦେଇଥିଲେ।
ତେବେ ସାପ ଧରାଳି ମୂରଲୀ ହସଲେ ସେଠାରେ ଆସି ପହଁଚିବା ପରେ ପ୍ରଥମେ ଘରର ଚାଉଳ ଡ୍ରମ ପାଖରୁ ଗୋଟିଏ ନାଗ ସାପ କୁ କାବୁ କରିଥିଲେ। ମାତ୍ର ଏହା ପରେ ସେହି ଘର ର କୋଣ ରେ ଏକା ସାଙ୍ଗରେ ଦୁଇଟି ନାଗ ସାପ ରହୁଥିବା ର ଦେଖିବା କୁ ମିଳିଥିଲା। ତେବେ ସେ ବହୁତ ଚାଲାକ ର ସହ ଦୁଇ ଟି ସାପ କୁ ମଧ୍ୟ ଉଦ୍ଧାର କରିଥିଲେ। ଏବଂ ଏକା ସାଙ୍ଗରେ ତିନୋଟି ସାପ କୁ ଗୋଟିଏ ଅଖା ବୁରା ରେ ଭର୍ତ୍ତି କରି ନେଇ ଯାଇଥିଲେ। ତେବେ ତାଙ୍କର ଏହି ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବା ରେ ଲାଗିଛି ଯାହାକୁ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।