ବନ୍ଧୁମାନେ ଆଜି ସାରା ଭାରତ ବର୍ଷରେ ଜହ୍ଲାଦ ପ୍ରେମିକ ଅଫତାବ୍ ପୁନାୱାଲା କେମିତି ନିଜ ପ୍ରେମିକ ଶ୍ରଦ୍ଧାଙ୍କୁ ହତ୍ୟା କରିଛି ତାହା ଜାଣି ସମସ୍ତଙ୍କ ଲୋମ ତାଙ୍କରି ଉଠୁଛି, ତେବେ ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଚି ସେ ଗୋଟିଏ ମଣିଷ ନା ଆଉ କିଛି ଯିଏ ପ୍ରେମ କଲା ଲିଭ୍-ଇନ୍ରେ ରହିଲା ଆଉ ସେହି ପାର୍ଟନରକୁ ମାରି ତାର ୩୫ ଖଣ୍ଡ କରି ଏହାକୁ ଫ୍ରିଜ୍ ଭିତରେ ରଖିଥିଲା ।
ଆଉ ଚୁପଚାପ ଏମିତି ସେହି ଶ୍ରୀରଖଣ୍ଡକୁ ଫିଙ୍ଗୁଥିଲା ଯାହା ବିଷୟରେ କାହାକୁ କାନେ କାନେ ଖବର ନଥିଲା ।ତେବେ ଏହି ଘଟଣାର ଛୋଟ ଛୋଟ ଖବର ଏବେ ସମ୍ନାକୁ ଆସୁଛି ଠିକ ସେହିପରି ସାମ୍ନାକୁ ଆସିଛି ଶ୍ରଦ୍ଧା ଙ୍କର ଶେଷ ମେସେଜ ।
ତେବେ କଥାରେ କୁହାଯାଏ ସତ କେବେ ଲୁଚ ରହେନା, ଠିକ ସେହିପରି ଧୀରେ ଧୀରେ ହେଉ ପଛେ ସବୁ ଗୁମର ଫିଟିବାରେ ଲାଗିଛି ଶ୍ରଦ୍ଧା ହତ୍ୟାକାଣ୍ଡର ।ତେବେ ନିକଟରେ ସାମ୍ନାକୁ ଆସିଛନ୍ତି ଶ୍ରଦ୍ଧା ଙ୍କ କଲେଜ ସାଙ୍ଗ ରଜତ ଯାହାଙ୍କ ପାଖକୁ ଶେଷ ମେସେଜ କରିଥିଲେ ଶ୍ରଦ୍ଧା ।ତେବେ ରଜତ ଙ୍କ କହିବା ଅନୁଯାୟୀ ସେ ଆଉ ଶ୍ରଦ୍ଧା ଉଭୟ 2015 ମସିହାରେ ଦେଖା ହେଇଥିଲେ ।ଉଭୟ ସାଙ୍ଗରେ ଗୋଟାଏ କଲେଜରେ ପାଠ ପଡୁଥିଲେ ଆଉ ଶ୍ରଦ୍ଧା ଭବିଷ୍ୟତରେ ଜଣେ ଭଲ ସାମ୍ବାଦିକ ହେବାକୁ ଚାହୁଁଥିଲେ ଆଉ ବେଶ ମନ ବି ଲଗାଇ ପାଠ ପଡୁଥିଲେ । ହେଲେ 2018 ମସିହାରେ ଯେତେବେଳେ ଅଫତାବ୍ ଶ୍ରଦ୍ଧା ଙ୍କ ଜୀବନକୁ ଆସିଥିଲେ ସେତେବେଳେ ଧୀରେ ଧୀରେ ଶ୍ରଦ୍ଧା ବଦଳିବାରେ ଲାଗିଲେ ।
ଆଉ ସେହି ପରିବର୍ତ୍ତନ ଶ୍ରଦ୍ଧା ଙ୍କୁ ଖୁବ ଖରାପ ଆଡ଼କୁ ଜେଇ ଯାଇଥିଲା, ତେବେ ରଜତଙ୍କ କହିବା ଅନୁସାରେ ଶ୍ରଦ୍ଧା ଘରୋଇ ହିଂସାର ହେବା ପରେ ତାଙ୍କୁ ମେସେଜ କରିଥିଲେ ।ଆଉ ସେ ମେସେଜ ରେ ତାଙ୍କୁ ବଞ୍ଚାଇବା ପାଇଁ ସାହାଯ୍ୟ ମାଗିଥିଲେ ଆଉ ସେହି ମେସେଜ ରେ ସେ କେମିତି ଘରୋଇ ହିଂସା ର ଶିକାର ହେଉଥିଲା ତାହା ଜଣାଇଥିଲେ ।ତେବେ ହତ୍ୟାର ମାତ୍ର କିଛି ମାସ ପୂର୍ବରୁ ସେ ଏହି ମେସେଜ୍ ପଠାଇଥିଲେ । ଯେଉଁଥିରେ ତାଙ୍କ ଜୀବନ ପ୍ରତି ବିପଦ ଥିବା ଶ୍ରଦ୍ଧା କହିଥିଲେ ।ଆଉ ସେତିକି ନୁହେଁ ବରଂ ଶ୍ରଦ୍ଧା ତାଙ୍କ ଛୋଟ ବେଳର ସାଙ୍ଗକୁ ବି ଡାକିଥିଲେ ନିଜର ଉଦ୍ଧାର ପାଇଁ ।
ହେଲେ କିଏ ବା ଜାଣିଥିଲା ତାଙ୍କର ଏହି ମେସେଜ ଶେଷ ମେସେଜ ଥିଲା ବୋଲି ।ତେବେ ମେସେଜ ରେ ଏହା ବି କହିଥିଲେ କି ଯଦି ତାଙ୍କୁ ଉଦ୍ଧାର କରାନଯାଏ ତା’ହେଲେ ତାଙ୍କ ମୃତଦେହ ଦେଖିବାକୁ ପାଇବ ।ଆଉ ଆଜି ସତକୁ ସତ ତାଙ୍କ ମୃତ୍ୟୁ ହେଇଚି କିନ୍ତୁ ତାଙ୍କ ମୃତ ଦେହ ମିଳିବା ବି କଷ୍ଟ ହେଇପଡିଛି ।ତେବେ ଏହିପରି ଏକ ମେସେଜ ଆସିବା ପରେ ଏହି ଇଶ ଆହୁରି ଷ୍ଟ୍ରଙ୍ଗ ହେଇଯାଇଛି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।