Daily news update , Real odisha local news

ଦେଖନ୍ତୁ ଭିଡ଼ିଓ : LIVE ମର୍ଡର ! CCTV ରେ ରେକର୍ଡ ହୋଇଗଲା ନହେଲେ କେହି ବିଶ୍ୱାସ କରି ନଥାନ୍ତେ….

0 6,841

ବନ୍ଧୁମାନେ ମଣିଷ ବର୍ତ୍ତମାନ ଦୁନିଆରେ ନିଜର ସ୍ୱାର୍ଥ ପାଇଁ କିଛି ବି ଭୁଲ କାମ କରିବାକୁ ଟିକିଏ କୁଣ୍ଠା ବୋଧ କରୁ ନାହାନ୍ତି ।ମଣିଷ ବର୍ତ୍ତମାନ ଏତେ ମାତ୍ରାରେ ହିଂସ୍ର ପାଲଟି ଗଲାଣି କି ସାଧାରଣ ନିରୀହ ପଶୁ ଟିକୁ ହାଣିବାକୁ ସଂକୋଚ କରୁନାହିଁ ।

ତେବେ ଏହି କଥା ଆମେ କେବଳ କହୁ ନାହୁଁ ବରଂ ଦୁନିଆରେ ଏମିତି ଘଟୁଛି ଯାହାର ପ୍ରମାଣ ଆଜିର ଏକ ଭାଇରଲ ଭିଡ଼ିଓ ।ତେବେ ଏହି ଭିଡ଼ିଓରେ ଜଣେ ବ୍ୟକ୍ତି କେମିତି କୁକୁର ଟିକୁ ହାଣୀ ମାରି ଦେଉଛି ଦେଖିଲେ ଆଖିରେ ଲୁହ ଆସିଯିବ ।

ତେବେ ଆମ ଆଖପାଖରେ ଥିବା ଅନେକ ପଶୁପକ୍ଷୀ ଆମ ମାନଙ୍କ ର ଏତେ ହିତ ସାଧନ କରିଥାନ୍ତି କି ତାହାର ସୀମା ନାହିଁ ।ହେଲେ ଏହି ମିନିଷ ତାହା ବୁଝି ନଥାଏ ବରଂ ସବୁବେଳେ ସେହି ପଶୁପକ୍ଷୀ ଙ୍କୁ ଖୁବ ଅନାଦର କରିଥାଏ ।ତେବେ ସବୁ ମଣିଷ ଙ୍କ ଭିତରେ ବି କିଛି ଏମିତି ମଣିଷ ଅଛନ୍ତି ଯେଉଁମାନେ ବୁଲା ପଶୁପକ୍ଷୀ ଙ୍କୁ ଟିକୁ ଦେଖିଲେ ତାଙ୍କ ଖାଇବା ଯୋଗାଇ ଦିଅନ୍ତି ।ତେବେ ବୁଲା କୁକୁର ରାସ୍ତା କଡରେ ରହେ ଆମର ପରିବେଶ କୁ ସଫା ରଖେ, ତେବେ ଆଜି ଜଣେ ମଣିଷ ଗୋଟିଏ ବୁଲା କୁକୁରକୁ ଏମିତି ହତ୍ୟା କରିଛି ଦେଖିଲେ ଲୋମ ଟାଙ୍କୁରି ଉଠିବ ।

ତେବେ ଘଟଣା ଅନୁଯାୟୀ କେନ୍ଦ୍ରାପଡା ପଟ୍ଟାମୁଣ୍ଡେଇ ପୂର୍ବ ପରିଷଦ ଅନ୍ତର୍ଗତ ପ୍ରହରାଜପୁର ଗାଁ ରେ ରହୁଥିବା ବାବୁଲା ସିଂ ନାମକ ଜଣେ ବ୍ୟକ୍ତି ଏମିତି ନୃଶଂଶ କାଣ୍ଡ ଘଟାଇଛନ୍ତି ।ତେବେ କୁଆଡେ ଗୋଟିଏ ବୁଲା କୁକୁର ବାବୁଲା ଙ୍କ ଘରର ଗାଈ ଓ କୁକୁଡ଼ା କୁ କାମୁଡି ଦେଇଥିଲା, ଆଉ ସେହି ରାଗରେ ବାବୁଲା କୁକୁର ଟିକୁ ମାରିବା ପାଇଁ ଯୋଜନା କରିଥିଲେ ।ଆଉ ଯେତେବେଳେ କୁକୁର ଟି ଶୋଇଥିଲା ସେତେବେଳେ ବାବୁଲା ପଛ ଆଡୁ ଆସି କୁକୁର ଉପରେ ପ୍ରହାର କରିଥିଲେ ଆଉ ଘଟଣା ସ୍ତନରେ କକୁର ଟି ଛଟପଟ ହେଇ ମୃତ୍ୟୁ ବରଣ କରିଥିଲା ।

ଆଉ ଏହି ହତ୍ୟା ବିଷୟରେ କେହି ଜାଣି ନଥିଲେ ତେବେ ସିସିଟିଭିରେ ଭିଡ଼ିଓ ଟି ରେକର୍ଡ ହେବା ପରେ ସବୁକିଛି ସାମ୍ନାକୁ ଆସିଥିଲା ।ତେବେ ଏହି ହତ୍ୟାକାଣ୍ଡ ର ଦୃଶ୍ୟ ଦେଖି ପଟ୍ଟାମୁଣ୍ଡାଇ ୱାର୍ଡ ନମ୍ୱର 11 ବାସିନ୍ଦା ମହମ୍ମଦ ପପୁ ଅଭିଯୁକ୍ତ ବାବୁଲାଙ୍କ ବିରୋଧରେ ଥାନାରେ ଏତେଲା ଦେଇଥିଲେ । ଆଉ ଏହାପରେ ପୋଲିସ ଆସି ବାବୁଲା ଙ୍କୁ ଗିରଫ କରିଥିଲେ ।ତେବେ ବନ୍ଧୁମାନେ ଆପଣ ଏହି ଘଟଣା ରୁ ବୁଝି ପାରୁଥିବେ କି ନିରିହ ଜୀଵ ଯିଏ କିଛି ବୁଝେ ନାହିଁ ତାକୁ ବି ମାରିବାକୁ ଏହି ମଣିଷ ଟିକିଏ କୁଣ୍ଠା ଅନୁଭବ କରୁନାହାନ୍ତି ।ତେଣୁ ବୁଝି ପାରୁଥିବେ ସମାଜ ଓ ମଣିଷ କେତେ ତଳକୁ ଖସି ଯାଉଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.