ଦେଖନ୍ତୁ SOCKING ଭିଡ଼ିଓ –ଇଡି ଅଫିସରେ ପୁଅକୁ ଦେଖି ଭୋ ଭୋ ହୋଇ କାନ୍ଦିଲେ ସୁନ୍ଦରୀ ଅର୍ଚ୍ଚନା…କହିଲେ ସବୁ ରହସ୍ୟର କଳା କାହାଣୀ….
ବନ୍ଧୁଗଣ ମା ତ ମା ହୋଇଥାଏ, ସେ ଯେତେ ଭୁଲ କରୁ କିମ୍ବା ପାପ କରୁ ନା କାହିଁକି ଜଣେ ମା ପାଇଁ ତା ପିଲା ସବୁଠାରୁ ବଡ଼ ପ୍ରୟାରୀଟି ହୋଇଥାଏ ଆଉ ଛୁଆ ପାଇଁ ମା ତାର ଜୀବନ ହୋଇଥାଏ। ଆଉ ନିଜ ଛୁଆ ଠାରୁ ଦୂରେଇ ରହିବାର ଦୁଃଖ କେବଳ ସେହି ମା ହିଁ ବୁଝିପାରେ।
ଆଉ ବର୍ତ୍ତମାନ ସେହିଭଳି ଜଣେ ହାତଭାଗୀ ମା ହୋଇଛନ୍ତି ଅର୍ଚ୍ଚନା। ଯିଏକି ଗିରଫ ହେବା ର ଏତେ ଦିନ ପରେ ପ୍ରଥମ ଥର ନିଜ ୫ ବର୍ଷ ର ପୁଅ କୁ ଦେଖି ଭୋ ଭୋ ହୋଇ କାନ୍ଦି ପକେଇଛନ୍ତି ଆଉ ତାକୁ ଛାତି ରେ ଜାବୁଡି ଧରିଛନ୍ତି। ତେବେ ଆସନ୍ତୁ ଜାଣିବା ଏହି ଭିଡ଼ିଓ ଟି ବିଷୟ ରେ।
ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି , ରାଜଧାନୀ ଭୁବନେଶ୍ବର ର ଯୁବତୀ ଅର୍ଚ୍ଚନା ନାଗ ଙ୍କ ବ୍ଲାକମେଲ ଦୁନିଆଁ ବିଷୟରେ। ତେବେ ଅର୍ଚ୍ଚନା ହେଉଛନ୍ତି କଳାହାଣ୍ଡି ର ବାସିନ୍ଦା ମାତ୍ର ବର୍ତ୍ତମାନ ସେ ଭୁବନେଶ୍ୱର ରେ ରହୁଛନ୍ତି ଆଉ ବଡ଼ ବଡ଼ ରାଜ ନେତା ତଥା ବ୍ୟବସାୟୀ ମାନ ଙ୍କୁ ନିଜ ମାୟା ଜାଲ ରେ ଫସାଇ ତାଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ନେଉଥିଲେ। ତେବେ କିନ୍ତୁ ସେ ଓଡ଼ିଶାର ଜଣେ ବରିଷ୍ଠ ପ୍ରଯୋଜକ ଅକ୍ଷୟ ପରିଜା ଙ୍କୁ ବ୍ଲାକମେଲ କରିବାକୁ ଉଦ୍ୟମ କରିବା ପରେ ସେ ନିଜ ଜାଲ ରେ ନିଜେ ଫସି ଯାଇଥିଲେ ଅର୍ଚ୍ଚନା ନାଗ ଆଉ ସବୁ ସତ ସାମ୍ନା କୁ ଆସିଥିଲା।
ତେବେ ପ୍ରାୟ ଏକ ମାସ ହେବ ଅର୍ଚ୍ଚନା ନାଗ ପୋଲିସ ଷ୍ଟେସନ ରେ ରହିଛନ୍ତି ଆଉ ସେ ଗିରଫ ହେବା ଦିନ ଠାରୁ ନିଜ ୫ ବର୍ଷ ର ପୁଅ କୁ ଦେଖି ନଥିଲେ। ତେବେ ଗତକାଲି ଇଡି ଙ୍କ ଅଫିସ କୁ ଆସିଥିଲେ ଅର୍ଚ୍ଚନା ଙ୍କ ପୁଅ। ଆଉ ପୁଅ କୁ ଏତେ ଦିନ ପରେ ଦେଖିବା ପରେ ସେ ତାକୁ ଛାତି ରେ ଜାବୁଡି ଧରିଥିଲେ ଏବଂ ଭୋ ଭୋ ହୋଇ କାନ୍ଦି ପକେଇ ଥିଲେ। ତେବେ ତା ପରେ ତାଙ୍କ ପୁଅ ତାଙ୍କୁ ପ୍ରଶ୍ନ କରିଥିଲେ କି ମା ତୁ ଏଠି କଣ ପାଇଁ ରହିଛୁ ମୋ ପାଖକୁ ଆସୁ ନାଁହୁ କଣ ପାଇଁ। ତୁ କଣ କେବେ ଆଉ ଘର କୁ ଆସିବୁ ନାହିଁ।
ତେବେ ପୁଅର ଏହି ପ୍ରଶ୍ନ ଶୁଣି ଆହୁରି ଅଧିକ କାନ୍ଦିଛନ୍ତି ଅର୍ଚ୍ଚନା ଆଉ କହିଛନ୍ତି କି ବାପା ସବୁ ଠିକ ହୋଇଯିବେ, ମୁଁ ଖୁବ ଶୀଘ୍ର ଘରକୁ ଫେରିଯିବି ଆଉ ତ ସାଙ୍ଗରେ ରହିବି। ତୋତେ ରୋଷେଇ କରି ଖୁଆଇ ଦେବୀ, କିନ୍ତୁ ତୁ ଭଲ ରେ ପାଠ ପଢ଼ ଏବଂ ଠିକ ସମୟ ରେ ଖିଆ ପିଆ କରେ। ତେବେ ଏହି ମା ଓ ପୁଅ ର ଦୃଶ୍ୟ ଦେଖି ସେଠାରେ ଥିବା ସମସ୍ତ ଲୋକେ ଭାବ ବିହ୍ୱଳ ହୋଇ ଯାଇଥିଲେ। ତେବେ ସୋସିଆଲ ମିଡ଼ିଆ ରେ ଅର୍ଚ୍ଚନା ନାଗ ଙ୍କ ର ଏହି ଭିଡ଼ିଓ ଟି ଖୁବ ଭାଇରାଲ ହେବା ରେ ଲାଗିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।