ବନ୍ଧୁମାନେ କଥାରେ କୁହାଯାଏ ରଖିଲେ ହରି ମାରିବ କିଏ, ତେବେ ଆମ ଜୀବନରେ ନୀତିଦିନ ଅନେକ ଛୋଟ ଛୋଟ ଦୁର୍ଘଟଣା ଘଟିଥାଏ ।ଆଉ କେତେବେଳେ ଛୋଟ ଛୋଟ ଅସାବଧାନତା ଯୋଗୁ ଆମ ଜୀବନ ଏମିତି ବିପଦରେ ପଡ଼ିଯାଏ ଯେ ତାହା କେହି ଚିନ୍ତା ବି କରି ନଥିବେ ।
ତେବେ ଆପଣ ଦେଖୁଥିବେ ଆଜିକାଲି ଅନେକ ଟ୍ରେନ ଦୁର୍ଘଟଣା ଘଟୁଛି ଆଉ ସେଥିରୁ କହି ବଞ୍ଚି ବି ଗଲେ ସେ ପଙ୍ଗୁ ହେଇ ଯାଉଛି ।ତେବେ ଆଜିର ଏହି ଭିଡ଼ିଓରେ ଜଣେ ମହିଳାଙ୍କୁ ଦେଖନ୍ତୁ ସେ ଟ୍ରେନ ଲାଇନ ପାର ହେଉଥିବା ବେଳେ ହଠାତ ଟ୍ରେନ ଚାଲି ଆସିଛି ଆଉ ତାପରେ ମହିଳା ଯାହା କରୁଛନ୍ତି ଦେଝିଲେ ହୋସ ଉଡିଯିବ ।
ତେବେ ବହୁତ ସମୟରେ ଲୋକମାନେ ଟ୍ରେନ ଟ୍ରାକ ପାର କଲା ବେଳେ ବିଶେଷ ଧ୍ୟାନ ଦେଇ ନଥାଆନ୍ତି ଆଉ ସେହି ସମୟରେ ଟ୍ରେନ ଚାଲି ଆସିଲେ ଦୁର୍ଘଟଣା ହେବା ସୁନିଶ୍ଚିତ ।ଆଉ ଦୁର୍ଘଟଣା ହେବ ଦେଖୁଥିଲେ ବି ଟ୍ରେନ ଚାଳକ ମାନେ ଗାଡି ରୋକିଲେ ବି ଟ୍ରେନ ରହିବାକୁ ବହୁତ ସମୟ ଲାଗିଥାଏ ।ତେବେ ନିକଟରେ ଏକ ବହୁତ ବଡ଼ ଟ୍ରେନ ଦୁର୍ଘଟଣା ରେ ଅନେକ ଜୀବନ ଯାଇଥିବା ଖବର ସମସ୍ତଙ୍କୁ ଦୋହଲାଇ ଦେଇଥିଲା ।ତେବେ ଆଜିର ଘଟଣାରେ ଟ୍ରେନ ଦୁର୍ଘଟଣା ଘଟିଥିଲେ ଘଟଣା ଟିକିଏ ନିଆରା କାରଣ ଏଠାରେ ବି ଜଣେ ମହିଳା ଟ୍ରେନ ତଳେ ରହିଛନ୍ତି କିନ୍ତୁ ନିଜର ସାହସ ପାଇଁ ମୃତ୍ୟୁ କୁ ପଛରେ ପକେଇ ଦେଇଛନ୍ତି ।
ଭିଡ଼ିଓରେ ଦେଖିବାକୁ ମିଳୁଛି ଜଣେ ମହିଳା ନାଲି ରଙ୍ଗର ଶାଡୀ ପିନ୍ଧିଛନ୍ତି ଆଉ ଟ୍ରେନ ତଳେ ରହିଛନ୍ତି ଆଉ ଟ୍ରେନ ଛିଡା ହେଇଚି ତେଣୁ ମହିଳା ଜଣଙ୍କ ଧୀରେ ଧୀରେ କରି ବାହାରକୁ ଆସୁଛନ୍ତି ।ତେବେ ଏପରି ମହିଳା କେମିତି ଟ୍ରେନ ତଳକୁ ଆସିଲେ ଆସନ୍ତୁ ଜାଣିବା,ତେବେ ଏହି ଘଟଣା ହେଉଛି ଔରଙ୍ଗାବାଦର ଯେଉଁଠାରେ ଜଣେ ମହିଳା ସକାଳ ସମୟରେ ଔରଙ୍ଗାବାଦ ସହର କୁ ଯିବା ପାଇଁ ଟ୍ରେନ ଟ୍ରାକ ପାର କରୁଥିଲେ କିନ୍ତୁ ସେହି ସମୟରେ ଜନଶତାବ୍ଦି ଟ୍ରେନ ଔରଙ୍ଗାବାଦ ଷ୍ଟେସନ କୁ ଆସୁଥିଲା ଆଉ ।ତେବେ ମହିଳାଙ୍କ ପାଦ ଟ୍ରେନ ଟ୍ରାକରେ ଖସି ଯାଇଥିଲା ଆଉ ମହିଳା ସେହି ଟ୍ରେନ ଟ୍ରାକରେ ପିଡ଼ି ଯାଇଥିଲେ ତାପରେ ଟ୍ରେନ ଆସି ଯାଇଥିଲା ।
ତେବେ ଟ୍ରେନ ଡ୍ରାଇଭର ଏହା ଦୂରରୁ ଦେଖି ଟ୍ରେନ ଅଟକାଇ ଦେଇଥିଲେ ଆଉ ଟ୍ରେନ କର୍ତ୍ତୃପକ୍ଷ ଙ୍କ ସହାୟତାରେ ମହିଳା ଜଣଙ୍କୁ ଗାଇଡ଼ କରି ଟ୍ରେନ ତଳୁ ବାହାର କରାଯାଇଥିଲା ।ଆଉ ଏବେ ମହିଳା ଜଣଙ୍କ ସୁସ୍ଥ ରହିଛନ୍ତି, ତେବେ ସେଠାକାର ରେଲୱେ ବିଭାଗଙ୍କ କହିବା ଅନୁସାରେ ବହୁତ ଥର କହିବା ପରେ ସେଠାରେ କୌଣସି ବ୍ରିଜ ତିଆରି ହେଉନାହିଁ ।ଆଉ ସେହି ଟ୍ରାକ ପାର କରି ଲୋକମାନେ ସହରକୁ ଯିବା ଆସିବା କରୁଛନ୍ତି ତେଣୁ ଏହିପରି ଦୁର୍ଘଟଣା ଗୁଡିକ ଘଟୁଛି ।ତେବେ ଏପ୍ରତି ସରକାର ଧ୍ୟାନ ନଦେଲେ ଆଗକୁ ଆହୁରି ଅନେକ ଦୁର୍ଘଟଣା ବଡି ଚାଲିବ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।