Daily news update , Real odisha local news

ଦେଖନ୍ତୁ Shocking ଭିଡ଼ିଓ : ସାମ୍ନାକୁ ଆସିଲା CCTV ଫୁଟେଜ… ଏମିତି ଦୁର୍ଘଟଣା ଜୀବନରେ କେବେ ବି ଦେଖି ନଥିବେ…

0 549

ବନ୍ଧୁମାନେ ମଣିଷ ଜୀବନରେ କେତେବେଳେ କୋଉ ମୁହୂର୍ତ୍ତରେ କଣ ଘଟିବ ତାହା କହି ହେବନାହିଁ ।ସେମିତି ଏମିତି ଭଲ ଖରାପ ଖବର ଆମେ ନୀତିଦିନ ସୋସିଆଲ ମେଡିଆରେ ଦେଖିବାକୁ ପାଉଛୁ ।

ନିକଟରେ ଆପଣ ଜାଣିଛନ୍ତି ନିକଟରେ ବହୁତ ବଡ଼ ଦୁଃଖଦ ଘଟଣା ଘଟିଛି ଆଉ ଏହି ଘଟଣା ସମସ୍ତ ଭାରତୀୟ ଙ୍କ ପାଇଁ ଅତ୍ୟନ୍ତ ଦୁଃଖ ଦାୟକ ଅଟେ ।ତେବେ ଭାରତୀୟ ଦଳର ଜଣେ କ୍ରିକେଟର ରିଷଭ ପନ୍ତ ଙ୍କ ଏକ ଭୟଙ୍କର ଦୁର୍ଘଟଣା ଘଟିଛି ।ଆଉ ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା କି ଯାହା ଭିଡ଼ିଓ ସିସିଟିଭିରେ ନଜର ଆସିଛି ।

ତେବେ ରିଷଭ ପନ୍ତ ଜଣେ ବହୁତ ଭଲ ବ୍ୟାଟ୍ସମେନ ଅଟନ୍ତି ଭାରତୀୟ ଦଳର କିନ୍ତୁ ତାଙ୍କ ଜୀବନରେ ଏମିତି ଏକ ମୋଡ଼ ଆସିବ ତାହା କେହି ଚିନ୍ତା ବି କରି ନଥିଲେ ।ତେବେ ନିକଟରେ ଋଷଭ ନିଜ ମାଆଙ୍କୁ ସରପ୍ରାଇଜ ଦେବା ପାଇଁ ଦିଲ୍ଲୀ ରୁ ଉତ୍ତରାଖଣ୍ଡ ଯାଉ ଥିଲେ ନିଜେ କାର ଡ୍ରାଇଭ କରି ।ତେବେ ରାସ୍ତାରେ ଯାଉଥିବା ସମୟରେ ତାଙ୍କର ଏକ ଭୟଙ୍କର ଆକ୍ସିଡେଣ୍ଟ ହେଲା ଯେଉଁଥିରେ ତାଙ୍କ କାର ପୁରା ଜଳିବାରେ ଲାଗିଲା ତେବେ ସୌଭାଗ୍ୟ କୁ ରିଷଭ କେମିତି କାର ଭିତରୁ ବାହାରି ଆସିଥିଲେ ।

ସୂଚନା ଅନୁସାରେ ରିଷଭ ଙ୍କ ଗାଡି ଯେତେବେଳେ ରୁରକିର ର ହାମଦପୁର ଝାଲ ରେ ଟର୍ନିଙ୍ଗ ପଏଣ୍ଟ ରେ ଗତି କରୁଥିଲା ସେଠାରେ ହିଁ କାର ଦୁର୍ଘଟଣା ର ସମ୍ମୁଖୀନ ହୋଇ ଥିଲା ।ଘଟଣା ସ୍ଥାନରେ କାର ଜଳିବାର ଦେଖି ଆଖପାଖରେ ଥିବା ଲୋକମାନେ ଆସି କାର ନିଆଁ କୁ ବହୁତ କଷ୍ଟରେ ଲିଭାଇ ଥିଲେ ଆଉ ରିଷଭ ଙ୍କୁ ହସ୍ପିଟାଲ ପହଞ୍ଚାଇ ଥିଲେ ।ତେବେ ହସ୍ପିଟାଲ ରେ ଭର୍ତ୍ତି ହେବା ପରେ ଜଣା ପଡିଥିଲା ରିଷଭ ଙ୍କ ମୁଣ୍ଡରେ ପିଠିରେ ଖୁବ ଜୋରରେ ଆଘାତ ହେଇଥିଲା ।ତେବେ ତାଙ୍କର ଏବେ ଚିକିତ୍ସା ଚାଲିଛି ତେବେ ଡାକ୍ତର ସୂଚନା ଦେଇଥିଲେ କି ପିଠିରେ ଓ ମୁଣ୍ଡ ରେ ଭିତରେ କିଛି ଆଘାତ ହେଇନାହିଁ ।

ଅନ୍ୟପଟେ ହୋସ ଆସିବା ପରେ ରିଷଭ କହିଥିଲେ କି ସକାଳୁ ସକାଳୁ ଗାଡି ଚଳାଉ ଥିବା ହେତୁ ବୋଧେ ସେ ଶୋଇ ଯାଇଥିଲେ ଆଉ ଏହି ଭୁଲ ପାଇଁ ତାଙ୍କର ଆକ୍ସିଡେଣ୍ଟ ହେଲା ।ତେବେ ଏବେ ରିଷଭ ଙ୍କ ଅବସ୍ଥା ଟିକିଏ ଭଲ ଥିଲେ ବି ତାଙ୍କୁ ଭଲ ହେବାକୁ ପ୍ରାୟ 6 ମାସ ରୁ ଗୋଟିଏ ବର୍ଷ ସମୟ ଲାଗିବ ।ତେବେ ଏହି ଆକ୍ସିଡେଣ୍ଟ ର ଦୃଶ୍ୟ ଓ ଫୋଟ ଏବେ ସୋସିଆଲ ମେଡିଆରେ ଭାଇରଲ ହେଉଛି ଯାହାକୁ ଦେଖିଲେ ଜାଣି ହେଉଛି ଆକ୍ସିଡେଣ୍ଟ ଟି କେତେ ଭୟଙ୍କର ଥିଲା ।ତେବେ ଆପଣ ମାନେ ପ୍ରାର୍ଥନା କରନ୍ତୁ କି ରିଷଭ ଖୁବ ଜକଡୀ ସୁସ୍ଥ ହେଇ ଯାଆନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.