Daily news update , Real odisha local news

ଧନ ତୋ ଫୋନ୍ ଏବେବି ପାଖରେ ରଖିଛି , ହେଲେ ତୁ ମତେ ଫୋନ୍ କରିବାକୁ କାହିଁକି ଭୁଲିଗଲୁ ! – Viral video

0 122

ଏହି ଆଧୁନିକ ଯୁଗର ପ୍ରେମ ଓ ପୁରାତନ ଯୁଗ ର ପ୍ରେମ ମଧ୍ୟରେ ଆକାଶ ଓ ପାତାଳ ର ଫରକ ରହିଛି । ପୂର୍ବ କାଳରେ ପ୍ରେମ ଥିଲା ଏକ ପ୍ରକାରର ପବିତ୍ର ସମ୍ପର୍କ ଯେଉଁଥିରେ ଥିଲା ସତ ଭଲ ପାଇବା , ବିଶ୍ୱାସ ଓ ପବିତ୍ରତା ତଥା ପରସ୍ପର ପ୍ରତି ସମ୍ମାନ କିନ୍ତୁ ବର୍ତ୍ତମାନର ପ୍ରେମ ରେ ରହିଛି କେବଳ ସ୍ଵାର୍ଥପରତା ,ଲୋଭ ଓ କାମନା ର ବଶବର୍ତ୍ତୀ ତଥା ଧକ୍କା ।

ତେବେ ଏବେର ଯୁବ ପିଢୀ ପ୍ରେମର ଅର୍ଥ ଶାରୀରିକ ସମ୍ବନ୍ଧ ବୋଲି ମାନେକରୁଛନ୍ତି ବୋଲି କହିଲେ କିଛି ଅତୃପ୍ତ ହେବ ନାହିଁ ।ଆଉ ସ୍ଵାର୍ଥ ସରିବା ପରେ ଭୁଲି ଯାଉଛନ୍ତି ସବୁ କିଛି। ନିଜ ଦେହ ର ଭୋକ ମେଣ୍ଟି ଯିବା ପରେ କେବଳ ରହୁଛି ପ୍ରତାରଣା ଆଉ ହତ୍ୟା ।

ତେବେ ଏହିଭଳି ଏକ ଘଟଣା ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବା ରେ ଲାଗିଛି। ତେବେ ଘଟଣା ଟି କିଛି ଏହିପରି ରହିଛି କି ଜଣେ ଯୁବତୀ ୪ ବର୍ଷ ଧରି ପ୍ରେମ କରି ଆସୁଥିବା ଯୁବକ ଙ୍କ ଠାରୁ ଧକ୍କା ପାଇଛନ୍ତି। ଆଉ ଶେଷ ରେ ନିଜ ପ୍ରେମ କୁ ପାଇବା ପାଇଁ ଆସି ପହଁଚିଛନ୍ତି ପ୍ରେମିକ ଘର ଆଗରେ। ପ୍ରେମିକ ର ଘର ଆଗରେ ସେ କେବଳ ଗୋଟିଏ ଜିଦି ରେ ବସିଛନ୍ତି କି ,ତାଙ୍କର ପ୍ରେମିକ ତାଙ୍କୁ ଗ୍ରହଣ କରୁ ବୋଲି। ତେବେ ଏହି ଘଟଣା ଟି କପ୍ତିପଦା ଠାରେ ଦେଖିବା କୁ ମିଳିଛି। ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟ ରେ।

ତେବେ ଘଟଣା ଟି କିଛି ଏହିପରି ରହିଛି କି , କପ୍ତିପଦା ର ଜଣେ ଯୁବତୀ ସେହି ପାଖ ଅଞ୍ଚଳ ର ଜଣେ ଯୁବକ ଙ୍କୁ ପ୍ରେମ କରୁଥିଲେ। ତେବେ ଉଭୟ ଙ୍କ ର ପ୍ରେମ କୁ ୪ ବର୍ଷ ହୋଇ ଯାଇଥିଲା। ତେବେ ପ୍ରେମ କରୁଥିବା ସମୟ ରେ ଯୁବକ ଜଣଙ୍କ ଯୁବତୀ ଙ୍କୁ ଅନେକ ପ୍ରକାରର ପ୍ରତିଶ୍ରୁତି ଦେଇଥିଲେ। ସବୁ ଦିନ ତାଙ୍କ ସାଙ୍ଗ ରେ ରହିବେ ଏବଂ ତାଙ୍କୁ ବିବାହ କରିବା ର ପ୍ରତିଶ୍ରୁତି ଦେଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ ଆଉ ତା ସାଂଗ ରେ ଅନେକ ସ୍ଥାନ କୁ ବୁଲାବୁଲି କରିବା ପାଇଁ ମଧ୍ୟ ଯାଉଥିଲେ।

ମାତ୍ର ଯେତେବେଳେ ଯୁବତୀ ଜଣଙ୍କ ତାଙ୍କୁ ବିବାହ କରିବା କଥା କହିଲେ, ସେତେବେଳେ ଯୁବକ ଜଣଙ୍କ ତାଙ୍କର ଅସଲ ରୂପ ଦେଖାଇ ଦେଲେ। ଆଉ ସେ କହିଲେ କି ତୁମେ କିଏ ମୁଁ ଜାଣି ନାହିଁ , ମୁଁ ତୁମକ ବିବାହ କରିବି ନାହିଁ। ତେବେ ନିଜ ପ୍ରେମିକ ଠାରୁ ଏହିସବୁ କଥା ଶୁଣିବା ପରେ ପ୍ରେମିକା ଜଣଙ୍କ ବହୁତ ଭାଙ୍ଗି ପଡ଼ିଥିଲେ, ଆଉ ସେ କଣ କରିବେ ନଭାବି ପାରି ଯାଇ ପହଁଚିଥିଲେ ଯୁବକ ଙ୍କ ଘର ଆଗରେ ଯାଇ ବସିଛନ୍ତି ଆଉ ତାଙ୍କୁ ବିବାହ କରିବା କୁ ଜିଦି କରିଛନ୍ତି। ଏପଟେ କିନ୍ତୁ ଯୁବକ ଙ୍କ ର ଦେଖା ନାହିଁ ସେ ଫେରାର ଅଛନ୍ତି। ତେବେ ଘଟଣା ଟି ଖୁବ ଭାଇରାଲ ହେବା ରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.